ଜାଗୃତି ସମ୍ମାନ ଏବଂ ଯୁବ ସମ୍ମାନ ୨୦୨୪ ଉଦଯାପିତ, ସମ୍ମାନିତ ହେଲେ ନୃତ୍ୟ ଶିଳ୍ପୀ
ଭୁବନେଶ୍ଵର: ଉଦଯାପିତ ହୋଇଛି ଜାଗୃତି ସମ୍ମାନ ଏବଂ ଯୁବ ସମ୍ମାନ ୨୦୨୪ । ଦୁଇଦିନ ଧରି ରବୀନ୍ଦ୍ର ମଣ୍ଡପରେ ନୃତ୍ୟର ଅନନ୍ୟ ପରିଭାଷାକୁ ନେଇ ଆୟୋଜିତ ହୋଇଛି ଏହି କାର୍ଯ୍ୟକ୍ରମ। ଯେଉଁଠି ରାଜ୍ୟ ତଥା ରାଜ୍ୟ ବାହରର ଅନେକ ନୃତ୍ୟଶିଳ୍ପୀ ଯୋଗ ଦେଇ ନୃତ୍ୟ ପରିବେଷଣ କରିଥିଲେ । ଜାଗୃତି କଲଚରାଲ ଏକାଡେମୀ ପକ୍ଷରୁ ଜାଗୃତି ନ୍ୟାସନାଲ ଡ୍ୟାନ୍ ଫେଷ୍ଟିଫାଲରେ ଶତାଧିକ ନୃତ୍ୟଶିଳ୍ପୀ ଯୋଗ ଦେଇଥିବା ବେଳେ ଭିନ୍ନ ଅଭିଜ୍ଞତା ମିଳିଥିବା କହିଛନ୍ତି ନୃତ୍ୟଶିଳ୍ପୀ । ଏହି ଅବସରରେ ଓଡିଶୀ ସଙ୍ଗୀତ ଗୀତିକାର ପଦ୍ମଶ୍ରୀ ଡ. ଶ୍ୟାମାମଣି ଦେବୀ ଓ ବିଶିଷ୍ଠ ଓଡିଶୀ ନୃତ୍ୟଶିଳ୍ପୀ ଡ. ସ୍ନେହା ପ୍ରଭା ସାମନ୍ତରାୟଙ୍କୁ ଜାଗୃତି ସମ୍ମାନ, ଓଡିଶୀ ନୃତ୍ୟଶିଳ୍ପୀ ରାଜଶ୍ରୀ ପ୍ରହରାଜ ଏବଂ ଓଡିଶୀ ମର୍ଦଳରେ ବୁଦ୍ଧନାଥ ସ୍ୱାଇଁଙ୍କୁ ଜାଗୃତି ଯୁବ ସମ୍ମାନ ପ୍ରଦାନ କରାଯାଇଛି । ଏଥିସହ ଅନେକ କୃତି ପ୍ରତିଯୋଗୀ ଓ ବରିଷ୍ଠ କଳାକାରଙ୍କୁ ସମ୍ମାନିତ କରାଯାଇଥିଲା । ଶେଷ ଦିନରେ ମୁଖ୍ୟ ଅତିଥି ଭାବେ ଶାସ୍ତ୍ରୀୟ ଓଡିଆର ଉତ୍କର୍ଷତା କେନ୍ଦ୍ରର ନିର୍ଦ୍ଦେଶକ ଡ. ବସନ୍ତ କୁମାର ପଣ୍ଡା, ସମ୍ମାନିତ ଅତିଥି ଭାବେ ଓଡ଼ିଶୀ ନୃତ୍ୟରେ ଉତ୍କର୍ଷତା ପାଇଁ ପଦ୍ମଶ୍ରୀରେ ସମ୍ମାନିତ କୁମକୁମ ମହାନ୍ତି, ଓଡ଼ିଶୀ ସଙ୍ଗୀତରେ ଏସଏନଏ ପୁରସ୍କାରପ୍ରାପ୍ତ ପଣ୍ଡିତ ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡା ଆଦି ଉପସ୍ଥିତ ଥିଲେ।
ଭୁବନେଶ୍ଵର: ଉଦଯାପିତ ହୋଇଛି ଜାଗୃତି ସମ୍ମାନ ଏବଂ ଯୁବ ସମ୍ମାନ ୨୦୨୪ । ଦୁଇଦିନ ଧରି ରବୀନ୍ଦ୍ର ମଣ୍ଡପରେ ନୃତ୍ୟର ଅନନ୍ୟ ପରିଭାଷାକୁ ନେଇ ଆୟୋଜିତ ହୋଇଛି ଏହି କାର୍ଯ୍ୟକ୍ରମ। ଯେଉଁଠି ରାଜ୍ୟ ତଥା ରାଜ୍ୟ ବାହରର ଅନେକ ନୃତ୍ୟଶିଳ୍ପୀ ଯୋଗ ଦେଇ ନୃତ୍ୟ ପରିବେଷଣ କରିଥିଲେ । ଜାଗୃତି କଲଚରାଲ ଏକାଡେମୀ ପକ୍ଷରୁ ଜାଗୃତି ନ୍ୟାସନାଲ ଡ୍ୟାନ୍ ଫେଷ୍ଟିଫାଲରେ ଶତାଧିକ ନୃତ୍ୟଶିଳ୍ପୀ ଯୋଗ ଦେଇଥିବା ବେଳେ ଭିନ୍ନ ଅଭିଜ୍ଞତା ମିଳିଥିବା କହିଛନ୍ତି ନୃତ୍ୟଶିଳ୍ପୀ ।
ଏହି ଅବସରରେ ଓଡିଶୀ ସଙ୍ଗୀତ ଗୀତିକାର ପଦ୍ମଶ୍ରୀ ଡ. ଶ୍ୟାମାମଣି ଦେବୀ ଓ ବିଶିଷ୍ଠ ଓଡିଶୀ ନୃତ୍ୟଶିଳ୍ପୀ ଡ. ସ୍ନେହା ପ୍ରଭା ସାମନ୍ତରାୟଙ୍କୁ ଜାଗୃତି ସମ୍ମାନ, ଓଡିଶୀ ନୃତ୍ୟଶିଳ୍ପୀ ରାଜଶ୍ରୀ ପ୍ରହରାଜ ଏବଂ ଓଡିଶୀ ମର୍ଦଳରେ ବୁଦ୍ଧନାଥ ସ୍ୱାଇଁଙ୍କୁ ଜାଗୃତି ଯୁବ ସମ୍ମାନ ପ୍ରଦାନ କରାଯାଇଛି । ଏଥିସହ ଅନେକ କୃତି ପ୍ରତିଯୋଗୀ ଓ ବରିଷ୍ଠ କଳାକାରଙ୍କୁ ସମ୍ମାନିତ କରାଯାଇଥିଲା ।
ଶେଷ ଦିନରେ ମୁଖ୍ୟ ଅତିଥି ଭାବେ ଶାସ୍ତ୍ରୀୟ ଓଡିଆର ଉତ୍କର୍ଷତା କେନ୍ଦ୍ରର ନିର୍ଦ୍ଦେଶକ ଡ. ବସନ୍ତ କୁମାର ପଣ୍ଡା, ସମ୍ମାନିତ ଅତିଥି ଭାବେ ଓଡ଼ିଶୀ ନୃତ୍ୟରେ ଉତ୍କର୍ଷତା ପାଇଁ ପଦ୍ମଶ୍ରୀରେ ସମ୍ମାନିତ କୁମକୁମ ମହାନ୍ତି, ଓଡ଼ିଶୀ ସଙ୍ଗୀତରେ ଏସଏନଏ ପୁରସ୍କାରପ୍ରାପ୍ତ ପଣ୍ଡିତ ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡା ଆଦି ଉପସ୍ଥିତ ଥିଲେ।