ଶାମିଙ୍କଠୁ ଆରମ୍ଭ କରି ହ୍ୟାରୀ ବ୍ରୁକ୍ ଯାଏଁ, IPLରୁ ବାଦ ପଡୁଛନ୍ତି ଏହି ସବୁ ଷ୍ଟାର୍ ପ୍ଲେୟାର ?
ନୂଆଦିଲ୍ଲୀ ୧୮।୦୩: ଆରମ୍ଭ ହେବାକୁ ଯାଉଛି ୨୦୨୪ IPL । କିନ୍ତୁ ଆଇପିଏଲ୍ରୁ ବାଦ ପଢୁଛନ୍ତି ବହୁ ନାମୀଦାମୀ ଖେଳାଳି । ମହମ୍ମଦ ଶାମିଙ୍କଠୁ ଆରମ୍ଭ କରି ହ୍ୟାରୀ ବ୍ରୁକ୍ ଯାଏ ଏହିସବୁ ଖେଳାଳି ଚଳିତ IPL ସଂସ୍କରଣରୁ ବାଦ ପଡ଼ିଛନ୍ତି। ତାଙ୍କ ବଦଳରେ ନୂଆ ଖେଳାଳିଙ୍କୁ ସାମିଲ କରିଛି ଦଳ । ଚଳିତ ସିଜିନ୍ରେ CSKକୁ ଲାଗିଛି ବଡ ଝଟକା । ଟିମ୍ରୁ ବାଦ ପଡିଛନ୍ତି CSKର ଓପନର ଡେଭୋନ କନୱେ । ତାଙ୍କ ଆଙ୍ଗୁଠିର ସର୍ଜରୀ ଯୋଗୁଁ ସେ ଆଇପିଏଲ୍ ଖେଳିବେନି । ତେବେ କନୱେଙ୍କ ସ୍ଥାନରେ ରଚିନ୍ ରବିନ୍ଦ୍ର ଟିମ୍ରେ ସ୍ଥାନ ପାଇବେ ବୋଲି ଆଶା କରାଯାଉଛି।ସେପଟେ ଦିଲ୍ଲୀ କ୍ୟାପିଟାଲ୍ସରୁ ବାଦ ପଡ଼ିଛନ୍ତି ଇଂଲଣ୍ତର ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ହ୍ୟାରୀ ବ୍ରୁକ୍। ପାରିବାରିକ କାରଣ ପାଇଁ ସେ ପୁରା ସିଜିନ୍ରୁ ବାଦ ପଡ଼ିଛନ୍ତି । ସେ କହିଛନ୍ତି କି ଦୀର୍ଘ ଦିନ ରୋଗରେ ପୀଡିତ ରହିବା ପରେ ତାଙ୍କ ଜେଜେ ମା’ଙ୍କ ମୃତ୍ୟୁ ହୋଇଯାଇଛି । ଏଥିରେ ପରିବାର ଲୋକ ଭାଙ୍ଗି ପଡ଼ିଛନ୍ତି । ଏପରି ସ୍ଥିତିରେ ସେ ପରିବାର ଲୋକଙ୍କ ସହ ରହିବାକୁ ଚାହୁଁଛନ୍ତି । ତେଣୁ ଶେଷ ମୁହୂର୍ତ୍ତରେ ସେ ଆଇପିଏଲରୁ ନିଜର ନାଁ ପ୍ରତ୍ୟାହାର କରି ନେଇଛନ୍ତି। ତେବେ ଚଳିତ ସିଜିନ୍ ଗୁଜୁରାଟ୍ ଟାଇଟନ୍ସ ପାଇଁ ମୁସକିଲ୍ ହେବ । କାରଣ କ୍ୟାପଟେନ୍ ହାର୍ଦ୍ଦିକ ପାଣ୍ଡ୍ୟା ଟିମ୍ରୁ ଅଲଗା ହୋଇଛି । ତାଙ୍କ ସ୍ଥାନରେ ଶୁଭମାନ ଗିଲ୍ଙ୍କୁ କ୍ୟାପଟେନସିପ୍ ଦିଆଯାଇଛି । ସେ
ନୂଆଦିଲ୍ଲୀ ୧୮।୦୩: ଆରମ୍ଭ ହେବାକୁ ଯାଉଛି ୨୦୨୪ IPL । କିନ୍ତୁ ଆଇପିଏଲ୍ରୁ ବାଦ ପଢୁଛନ୍ତି ବହୁ ନାମୀଦାମୀ ଖେଳାଳି । ମହମ୍ମଦ ଶାମିଙ୍କଠୁ ଆରମ୍ଭ କରି ହ୍ୟାରୀ ବ୍ରୁକ୍ ଯାଏ ଏହିସବୁ ଖେଳାଳି ଚଳିତ IPL ସଂସ୍କରଣରୁ ବାଦ ପଡ଼ିଛନ୍ତି। ତାଙ୍କ ବଦଳରେ ନୂଆ ଖେଳାଳିଙ୍କୁ ସାମିଲ କରିଛି ଦଳ ।

ଚଳିତ ସିଜିନ୍ରେ CSKକୁ ଲାଗିଛି ବଡ ଝଟକା । ଟିମ୍ରୁ ବାଦ ପଡିଛନ୍ତି CSKର ଓପନର ଡେଭୋନ କନୱେ । ତାଙ୍କ ଆଙ୍ଗୁଠିର ସର୍ଜରୀ ଯୋଗୁଁ ସେ ଆଇପିଏଲ୍ ଖେଳିବେନି । ତେବେ କନୱେଙ୍କ ସ୍ଥାନରେ ରଚିନ୍ ରବିନ୍ଦ୍ର ଟିମ୍ରେ ସ୍ଥାନ ପାଇବେ ବୋଲି ଆଶା କରାଯାଉଛି।

ସେପଟେ ଦିଲ୍ଲୀ କ୍ୟାପିଟାଲ୍ସରୁ ବାଦ ପଡ଼ିଛନ୍ତି ଇଂଲଣ୍ତର ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ହ୍ୟାରୀ ବ୍ରୁକ୍। ପାରିବାରିକ କାରଣ ପାଇଁ ସେ ପୁରା ସିଜିନ୍ରୁ ବାଦ ପଡ଼ିଛନ୍ତି । ସେ କହିଛନ୍ତି କି ଦୀର୍ଘ ଦିନ ରୋଗରେ ପୀଡିତ ରହିବା ପରେ ତାଙ୍କ ଜେଜେ ମା’ଙ୍କ ମୃତ୍ୟୁ ହୋଇଯାଇଛି । ଏଥିରେ ପରିବାର ଲୋକ ଭାଙ୍ଗି ପଡ଼ିଛନ୍ତି । ଏପରି ସ୍ଥିତିରେ ସେ ପରିବାର ଲୋକଙ୍କ ସହ ରହିବାକୁ ଚାହୁଁଛନ୍ତି । ତେଣୁ ଶେଷ ମୁହୂର୍ତ୍ତରେ ସେ ଆଇପିଏଲରୁ ନିଜର ନାଁ ପ୍ରତ୍ୟାହାର କରି ନେଇଛନ୍ତି।

ତେବେ ଚଳିତ ସିଜିନ୍ ଗୁଜୁରାଟ୍ ଟାଇଟନ୍ସ ପାଇଁ ମୁସକିଲ୍ ହେବ । କାରଣ କ୍ୟାପଟେନ୍ ହାର୍ଦ୍ଦିକ ପାଣ୍ଡ୍ୟା ଟିମ୍ରୁ ଅଲଗା ହୋଇଛି । ତାଙ୍କ ସ୍ଥାନରେ ଶୁଭମାନ ଗିଲ୍ଙ୍କୁ କ୍ୟାପଟେନସିପ୍ ଦିଆଯାଇଛି । ସେପଟେ ଚଳିତ ସିଜିନ୍ରେ ଦ୍ରୁତତମ ବୋଲର୍ ମହମ୍ମଦ ଶାମୀ ଆଇପିଏଲ୍ ପଡିଆରେ ଦେଖିବାକୁ ମିଳିବେନି । ଗୋଡ଼ରେ ସମସ୍ୟା ଯୋଗୁ ଲଣ୍ଡନରେ ଶାମିଙ୍କର ସର୍ଜରୀ ହୋଇଛି । ସେ ଫିଟ ହେବାକୁ ଆହୁରୀ ସମୟ ଲାଗିବ ।

୨ଥରର ବିଜେତା କୋଲକୋତା ନାଇଟ୍ ରାଇଡର୍ସ ପାଇଁ ୨୦୨୪ ଆଇପିଏସ୍ ଖୁବ୍ କଠିନ ହେବ । KKRର ୨ ଇଂଲିଶ ଖେଳାଳି ଜେସନ ରୟ ଓ ଗସ ଅଟକିନସନ ଆଇପିଏଲରୁ ଓହରି ଯାଇଛନ୍ତି। ଚଳିତବର୍ଷ ଅଟକିନସନ ଆଇପିଏଲରେ ଡେବ୍ୟୁ କରିବାର ଥିଲା। କିନ୍ତୁ ସେ ଶେଷ ମୁହୂର୍ତ୍ତରେ ଆଇପିଏଲ ଖେଳିବେନି ବୋଲି ସ୍ପଷ୍ଟ କରିଛନ୍ତି । ଏହି ଦୁଇ ଖେଳାଳିଙ୍କ ବଦଳରେ କେକେଆର ଫିଲ ସଲ୍ଟ ଓ ଶ୍ରୀଲଙ୍କାର ଦୁଷ୍ମନ୍ତ ଚାମିରାଙ୍କୁ ନିଜ ସହ ସାମିଲ କରିଛି।

ସେହିପରି ରାଜସ୍ଥାନ ରୟାଲ୍ସର ପ୍ରମୁଖ ବୋଲର୍ ପ୍ରସିଦ୍ଧ କ୍ରିଷ୍ଣା ମଧ୍ୟ ଆଇପିଏଲ ଖେଳିବେନି । ରାଜସ୍ଥାନ ତାଙ୍କୁ ୧୦ କୋଟିରେ କିଣିଥିଲା । ରଣଜୀ ଟ୍ରଫି ଖେଳିବା ବେଳେ ଜଙ୍ଘ ଜନିତ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ସେ । ଫେବୃଆରୀରେ ତାଙ୍କର ସର୍ଜରୀ ହୋଇଥିଲା। ତେଣୁ ଗତବର୍ଷ ଭଳି ଏଥର ମଧ୍ୟ ପ୍ରସିଦ୍ଧ ଆଇପିଏଲରେ ନଜର ଆସିବେନି ।

ତେବେ ୨୦୨୨ ଆଇପିଏଲ୍ରେ ରାଜସ୍ଥାନକୁ ଫାଇନାଲ୍ରେ ପହଞ୍ଚାଇବାରେ ବେଶ୍ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଥିଲେ । ସେ ୧୭ ମ୍ୟାଚରେ ନେଇଥିଲେ ୧୯ ଓ୍ବିକେଟ୍ । ତେବେ ଟିମ୍ରୁ ଷ୍ଟାର ପ୍ଲେୟାର ବାଦ ପଡିବା ପରେ ଆଇପିଏଲ୍ ୨୦୨୪ରେ ଟିମ୍ କିପରି ପ୍ରଦର୍ଶନ କରୁଛି ତାହା ଦେଖିବାକୁ ବାକି ରହିଲା ।