ପୁଣି ମାତିଲେ ଲୁଟେରା । ରାଜଧାନୀରେ ଏଥର ଆପାର୍ଟମେଣ୍ଟ ନୁହଁ ଏଥର ଘରକୁ ଟାର୍ଗେଟ୍ ।
କନକ ବ୍ୟୁରୋ: ଭୁବନେଶ୍ୱର ପାଇକ ନଗରରେ ଚାଞ୍ଚଲ୍ୟ । ଘରେ ପଶି କଳାକନା ବୁଲାଇ ଦୁର୍ବୃତ୍ତ ଫେରାର। ଛୋଟରୁ ବଡ଼ କିଛି ଛାଡ଼ିଲେନି । ଯାହା ପାଇଲେ ପୋଛି ନେଇଗଲେ । ଘର ଭିତର ଅବସ୍ଥା ଯେମିତି ବାର ବାଜି ଯାଇଛି। ଶିଡ଼ିଘର କବାଟ ତାଡ଼ି ଘର ଭିତରେ ପଶିଛନ୍ତି ଲୁଟେରା । ସିଧା ଡାଇନିଂ ହଲରେ ଥିବା କପବୋର୍ଡକୁ ଟାର୍ଗେଟ୍ କରିଛନ୍ତି । ଆଲମିରାର ସିକ୍ରେଟ ଚାମ୍ବର ତାଡ଼ି ସବୁ ଲୁଟି ନେଇଛନ୍ତି । ବେଡରୁମରେ ଗୋଟିଏ ପରେ, ଗୋଟିଏ ଲକର ଭାଙ୍ଗିଛନ୍ତି । କବାଟ ପରେ, କବାଟ ତାଡି ସୁନାରୁପା, ଗହଣା ସହ ଟଙ୍କା ଲୁଟି ଚମ୍ପଟ ମାରିଛନ୍ତି । ଘର ଭିତରେ ଘଣ୍ଟା ଘଣ୍ଟା ଧରି ଅପରେସନ କରିଛନ୍ତି ଦୁର୍ବୃତ୍ତ । ଗଲା ବେଳେ, ସିଗାରେଟ୍ ଟାଣି ମଉଜ ବି କରଛନ୍ତି । ସୁରାକ ସହ ଛାଡ଼ି ଯାଇଥିବା ଇମ୍ପୋଟେଡ ସିଗାରେଟର ଫିଙ୍ଗର ପ୍ରିଂଟ ସଂଗ୍ରହ କରିଛି ପୁଲିସ । ରାଜଧାନୀରେ ଆପାର୍ଟମେଣ୍ଟ୍ ଲୁଟେରାଙ୍କ ପରେ ଏକୁଟିଆ ଘରକୁ ଟାର୍ଗେଟ କଲେଣି ଲୁଟେରା । ଆଖି ପିଛୁଳାକେ ସର୍ବସ୍ୱ ଲୁଟି ପୁଲିସକୁ ଦେଉଛନ୍ତି ଖୋଲା ଚ୍ୟାଲେଞ୍ଜ । ଲୁଟେରାଙ୍କୁ ଧରିବାକୁ ରାଜାଧାନୀରେ ୧୫୦ ସ୍ବତନ୍ତ୍ର ପୁଲିସଙ୍କୁ ନିୟୋଜିତ କରାଯାଇ ରାତି ଅଧିଆ ଅପରେସନ କରାଯାଉଛି । ହେଲେ ଲୁଟେରା ଲୁଟି ଚାଲିଛନ୍ତି । ଏସବୁ ଦେଖିଲେ ଯେମିତି ଲାଗୁଛି ପୁଲିସ ଡାଳେ ଡାଳେ ଗଲେ ଲୁଟେରା ପତ୍ରେପତ୍ରେ ଯାଉଛନ୍ତି ।

କନକ ବ୍ୟୁରୋ: ଭୁବନେଶ୍ୱର ପାଇକ ନଗରରେ ଚାଞ୍ଚଲ୍ୟ । ଘରେ ପଶି କଳାକନା ବୁଲାଇ ଦୁର୍ବୃତ୍ତ ଫେରାର। ଛୋଟରୁ ବଡ଼ କିଛି ଛାଡ଼ିଲେନି । ଯାହା ପାଇଲେ ପୋଛି ନେଇଗଲେ । ଘର ଭିତର ଅବସ୍ଥା ଯେମିତି ବାର ବାଜି ଯାଇଛି। ଶିଡ଼ିଘର କବାଟ ତାଡ଼ି ଘର ଭିତରେ ପଶିଛନ୍ତି ଲୁଟେରା । ସିଧା ଡାଇନିଂ ହଲରେ ଥିବା କପବୋର୍ଡକୁ ଟାର୍ଗେଟ୍ କରିଛନ୍ତି । ଆଲମିରାର ସିକ୍ରେଟ ଚାମ୍ବର ତାଡ଼ି ସବୁ ଲୁଟି ନେଇଛନ୍ତି । ବେଡରୁମରେ ଗୋଟିଏ ପରେ, ଗୋଟିଏ ଲକର ଭାଙ୍ଗିଛନ୍ତି । କବାଟ ପରେ, କବାଟ ତାଡି ସୁନାରୁପା, ଗହଣା ସହ ଟଙ୍କା ଲୁଟି ଚମ୍ପଟ ମାରିଛନ୍ତି ।
ଘର ଭିତରେ ଘଣ୍ଟା ଘଣ୍ଟା ଧରି ଅପରେସନ କରିଛନ୍ତି ଦୁର୍ବୃତ୍ତ । ଗଲା ବେଳେ, ସିଗାରେଟ୍ ଟାଣି ମଉଜ ବି କରଛନ୍ତି । ସୁରାକ ସହ ଛାଡ଼ି ଯାଇଥିବା ଇମ୍ପୋଟେଡ ସିଗାରେଟର ଫିଙ୍ଗର ପ୍ରିଂଟ ସଂଗ୍ରହ କରିଛି ପୁଲିସ ।
ରାଜଧାନୀରେ ଆପାର୍ଟମେଣ୍ଟ୍ ଲୁଟେରାଙ୍କ ପରେ ଏକୁଟିଆ ଘରକୁ ଟାର୍ଗେଟ କଲେଣି ଲୁଟେରା । ଆଖି ପିଛୁଳାକେ ସର୍ବସ୍ୱ ଲୁଟି ପୁଲିସକୁ ଦେଉଛନ୍ତି ଖୋଲା ଚ୍ୟାଲେଞ୍ଜ । ଲୁଟେରାଙ୍କୁ ଧରିବାକୁ ରାଜାଧାନୀରେ ୧୫୦ ସ୍ବତନ୍ତ୍ର ପୁଲିସଙ୍କୁ ନିୟୋଜିତ କରାଯାଇ ରାତି ଅଧିଆ ଅପରେସନ କରାଯାଉଛି । ହେଲେ ଲୁଟେରା ଲୁଟି ଚାଲିଛନ୍ତି । ଏସବୁ ଦେଖିଲେ ଯେମିତି ଲାଗୁଛି ପୁଲିସ ଡାଳେ ଡାଳେ ଗଲେ ଲୁଟେରା ପତ୍ରେପତ୍ରେ ଯାଉଛନ୍ତି ।