ପୁଣି ରାଜ୍ୟକୁ ଫେରିବ ବର୍ଷା । ୫ ଜିଲ୍ଲାରେ ପ୍ରବଳ ବର୍ଷିବ । ଆଗକୁ ବଢିବ ଶୀତ...
କନକ ବ୍ୟୁରୋ: ପୁଣି ଶୀତଦିନେ ବର୍ଷା । ଲଘୁଚାପ ପ୍ରଭାବରେ ମଙ୍ଗଳବାର ଓ ବୁଧବାର ଦୁଇଦିନ ଧରି ଭିଜିବ ଓଡିଶା । ଦକ୍ଷିଣ ଓ ଉପକୂଳଜିଲ୍ଲାଗୁଡିକରେ ବର୍ଷା କ୍ଷତି କରାଇବ । ଆଉ ଏବେଠାରୁ ଚାଷୀଙ୍କ ଉପରେ ପୁଣି ଚଡକ ପଡିଛି । କାଲିଠୁ ପୁଣି ବର୍ଷା! ୫ ଜିଲ୍ଲାରେ ପ୍ରବଳ ବର୍ଷିବ ଦୁଇଦିନର ବ୍ୟବଧାନ ପରେ ପୁଣି ରାଜ୍ୟକୁ ଫେରିବ ବର୍ଷା । ଦକ୍ଷିଣ ବଙ୍ଗୋପସାଗରରେ ଥିବା ଲଘୁଚାପ ପ୍ରଭାବରେ କାଲିଠୁ ବର୍ଷା ଚେତାବନୀ ଦେଇଛି ଭାରତୀୟ ପାଣିପାଗ ବିଭାଗ । ଲଘୁଚାପ ଆନ୍ଧ୍ର ଓ ତାମିଲନାଡୁ ମୁହାଁଉଛି । ଏହାର ସିଧାସଳଖ ପ୍ରଭାବ ଓଡିଶା ଉପରେ ନଥିଲେ ବି ୨୪ ଓ ୨୫ ତାରିଖରେ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୨୪ ତାରିଖରେ ବର୍ଷା ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା, ଜଗତସିଂପୁର, ବାଲେଶ୍ବର, ବୌଦ୍ଧ, ଯାଜପୁର, କଟକ, ନୟାଗଡ, କନ୍ଧମାଳ, କଳାହାଣ୍ଡି, କୋରାପୁଟ , ମାଲକାନଗିରି ପ୍ରବଳ ବର୍ଷା ପାଇଁ ୱେଲୋ ୱାର୍ଣ୍ଣିଂ ଗଜପତି, ଗଞ୍ଜାମ, ଜଗତସିଂହପୁର, କେନ୍ଦ୍ରାପଡା, କୋରାପୁଟ ୨୫ ତାରିଖରେ ପ୍ରବଳ ବର୍ଷା ଗଜପତି, ଗଞ୍ଜାମ ଆଉ ୨୮ ତାରିଖବେଳକୁ ପଶ୍ଚିମାଝଡ ପ୍ରଭାବରେ ବର୍ଷା ହୋଇପାରେ ୨୬ରୁ ପାଗ ଶୁଖିଲା ଆଗକୁ ବଢିବ ଶୀତ ଗତ ସପ୍ତାହରେ ବର୍ଷାରେ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି । ଏବେ କାଲିଠୁ ଦୁଇଦିନିଆ ବର୍ଷା ପୁଣି ଚେତାବନୀ ଚାଷୀଙ୍କ ମନରେ ଛନକା ଆଣିଛି । ତେଣୁ ଚାଷୀମାନେ ସତର୍କ

କନକ ବ୍ୟୁରୋ: ପୁଣି ଶୀତଦିନେ ବର୍ଷା । ଲଘୁଚାପ ପ୍ରଭାବରେ ମଙ୍ଗଳବାର ଓ ବୁଧବାର ଦୁଇଦିନ ଧରି ଭିଜିବ ଓଡିଶା । ଦକ୍ଷିଣ ଓ ଉପକୂଳଜିଲ୍ଲାଗୁଡିକରେ ବର୍ଷା କ୍ଷତି କରାଇବ । ଆଉ ଏବେଠାରୁ ଚାଷୀଙ୍କ ଉପରେ ପୁଣି ଚଡକ ପଡିଛି ।
- କାଲିଠୁ ପୁଣି ବର୍ଷା!
- ୫ ଜିଲ୍ଲାରେ ପ୍ରବଳ ବର୍ଷିବ
ଦୁଇଦିନର ବ୍ୟବଧାନ ପରେ ପୁଣି ରାଜ୍ୟକୁ ଫେରିବ ବର୍ଷା । ଦକ୍ଷିଣ ବଙ୍ଗୋପସାଗରରେ ଥିବା ଲଘୁଚାପ ପ୍ରଭାବରେ କାଲିଠୁ ବର୍ଷା ଚେତାବନୀ ଦେଇଛି ଭାରତୀୟ ପାଣିପାଗ ବିଭାଗ । ଲଘୁଚାପ ଆନ୍ଧ୍ର ଓ ତାମିଲନାଡୁ ମୁହାଁଉଛି । ଏହାର ସିଧାସଳଖ ପ୍ରଭାବ ଓଡିଶା ଉପରେ ନଥିଲେ ବି ୨୪ ଓ ୨୫ ତାରିଖରେ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।
୨୪ ତାରିଖରେ ବର୍ଷା
- ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡା, ଜଗତସିଂପୁର, ବାଲେଶ୍ବର, ବୌଦ୍ଧ, ଯାଜପୁର, କଟକ, ନୟାଗଡ, କନ୍ଧମାଳ, କଳାହାଣ୍ଡି, କୋରାପୁଟ , ମାଲକାନଗିରି
ପ୍ରବଳ ବର୍ଷା ପାଇଁ ୱେଲୋ ୱାର୍ଣ୍ଣିଂ
- ଗଜପତି, ଗଞ୍ଜାମ, ଜଗତସିଂହପୁର, କେନ୍ଦ୍ରାପଡା, କୋରାପୁଟ
୨୫ ତାରିଖରେ ପ୍ରବଳ ବର୍ଷା
- ଗଜପତି, ଗଞ୍ଜାମ
ଆଉ ୨୮ ତାରିଖବେଳକୁ ପଶ୍ଚିମାଝଡ ପ୍ରଭାବରେ ବର୍ଷା ହୋଇପାରେ
- ୨୬ରୁ ପାଗ ଶୁଖିଲା
- ଆଗକୁ ବଢିବ ଶୀତ
ଗତ ସପ୍ତାହରେ ବର୍ଷାରେ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି । ଏବେ କାଲିଠୁ ଦୁଇଦିନିଆ ବର୍ଷା ପୁଣି ଚେତାବନୀ ଚାଷୀଙ୍କ ମନରେ ଛନକା ଆଣିଛି । ତେଣୁ ଚାଷୀମାନେ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ତେବେ ୨୬ତାରିଖ ପରେ ପାଗ ଶୁଖିଲା ରହିବ । ରାଜ୍ୟରେ ଏବେ ବି ଶୀତ ଲହରୀ ଜାରି ରହିଛି । ଆଗକୁ ତାପମାତ୍ରା ଆହୁରି କମିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।
ଆସନ୍ତା ୨୬ ତାରିଖ ବେଳକୁ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ । ଏହାର ପ୍ରଭାବ ଓଡିଶା ଉପରେ କେତେ ରହିବ ତାର ସ୍ପଷ୍ଟ ଚିତ୍ର ଆସିନାହିଁ ।