ପୁଣି ଶାମି ସିଲଭା ସଭାପତି
କଲମ୍ବୋ,୩୧ା୩: ଶ୍ରୀଲଙ୍କା କ୍ରିକେଟ (ଏସ୍ଏଲ୍ସି)ର ସୋମବାର ଅନୁଷ୍ଠିତ ୬୪ତମ ବାର୍ଷୀକ ସାଧାରଣ ବୈଠକରେ ଶାମି ସିଲଭା ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସେ କ୍ରମାଗତ ଚତୁର୍ଥ ଥର ପାଇଁ ବୋର୍ଡର ସଭାପତି ଦାୟିତ୍ୱ ସମ୍ଭାଳିବାକୁ ଯାଉଛନ୍ତି। ସେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି ଏବଂ ୨୦୨୭ ପର୍ଯ୍ୟନ୍ତ କାର୍ଯ୍ୟଭାର ସମ୍ଭାଳିବେ ବୋଲି ଏସ୍ଏଲ୍ସି ପକ୍ଷରୁ କୁହାଯାଇଛି। ସିଲଭା ଭାରତର ଜୟ ଶାହାଙ୍କ ସମର୍ଥକ, ଯିଏକି ଏବେ ଆଇସିସି ଚେୟାରମ୍ୟାନ ଅଛନ୍ତି। ସେ ଗତ ବର୍ଷ ଡିସେମ୍ବରରେ ଏସିଆନ […] The post ପୁଣି ଶାମି ସିଲଭା ସଭାପତି appeared first on Dharitri Odia News.
କଲମ୍ବୋ,୩୧ା୩: ଶ୍ରୀଲଙ୍କା କ୍ରିକେଟ (ଏସ୍ଏଲ୍ସି)ର ସୋମବାର ଅନୁଷ୍ଠିତ ୬୪ତମ ବାର୍ଷୀକ ସାଧାରଣ ବୈଠକରେ ଶାମି ସିଲଭା ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ସେ କ୍ରମାଗତ ଚତୁର୍ଥ ଥର ପାଇଁ ବୋର୍ଡର ସଭାପତି ଦାୟିତ୍ୱ ସମ୍ଭାଳିବାକୁ ଯାଉଛନ୍ତି। ସେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି ଏବଂ ୨୦୨୭ ପର୍ଯ୍ୟନ୍ତ କାର୍ଯ୍ୟଭାର ସମ୍ଭାଳିବେ ବୋଲି ଏସ୍ଏଲ୍ସି ପକ୍ଷରୁ କୁହାଯାଇଛି। ସିଲଭା ଭାରତର ଜୟ ଶାହାଙ୍କ ସମର୍ଥକ, ଯିଏକି ଏବେ ଆଇସିସି ଚେୟାରମ୍ୟାନ ଅଛନ୍ତି। ସେ ଗତ ବର୍ଷ ଡିସେମ୍ବରରେ ଏସିଆନ କ୍ରିକେଟ କାଉନସିଲ (ଏସିସି) ସଭାପତି ଭାବେ ଶାହାଙ୍କ ସ୍ଥାନ ନେଇଥିଲେ।
ସିଲଭାଙ୍କ ଗତ କାର୍ଯ୍ୟକାଳ ବିବାଦରେ ଭରି ରହିଥିଲା। ୨୦୨୩ ଦିନିକିଆ ବିଶ୍ୱକପ୍ରେ ଭାରତଠାରୁ ଶ୍ରୀଲଙ୍କା ଦଳର ବଡ଼ ପରାଜୟ ପରେ ସେତବେଳର କ୍ରୀଡ଼ାମନ୍ତ୍ରୀ ରୋଶନ ରାଣାସିଂଘେ ଏକ ଆନ୍ତରୀଣ କମିଟି ନିଯୁକ୍ତ କରିଥିଲେ। ଯାହା ଫଳରେ ଶ୍ରୀଲଙ୍କାକୁ ଆଇସିସି ପକ୍ଷରୁ ସସପେଣ୍ଡ କରାଯାଇଥିଲା। ଏହି କାରଣରୁ ଶ୍ରୀଲଙ୍କାରେ ହେବାକୁ ଥିବା ଅଣ୍ଡର-୧୯ ବିଶ୍ୱକପ୍ ଦକ୍ଷିଣ ଆଫ୍ରିକାକୁ ସ୍ତାନାନ୍ତର କରାଯାଇଥିଲା। ପରବର୍ତ୍ତୀ ସମୟରେ କ୍ରୀଡ଼ାମନ୍ତ୍ରୀଙ୍କୁ ବରଖାସ୍ତ କରାଯାଇଥିଲା ଏବଂ କୋର୍ଟ ସିଲଭାଙ୍କ ନେତୃତ୍ୱାଧୀନ ଏସ୍ଏଲ୍ସି ପ୍ରଶାସକଙ୍କୁ ପୁନଃ ସ୍ଥାପିତ କରିଥିଲେ
The post ପୁଣି ଶାମି ସିଲଭା ସଭାପତି appeared first on Dharitri Odia News.