ପୁଣି ଶ୍ରୀମନ୍ଦିରରେ ପଶିଲେ ଅଣହିନ୍ଦୁ ମହିଳା

ଉଦ୍ଧାର ବେଳେ ମହିଳା ଜଣକ ପୁଲିସ୍‌କୁ ବିରୋଧ କରୁଥିଲେ। ହେଲେ ପୁଲିସ୍‌ ତାଙ୍କୁ ଜବରଦସ୍ତି ଉଦ୍ଧାର ଅସ୍ଥାୟୀ ଆଉଟ୍‌ ପୋଷ୍ଟକୁ ନେଇଥିଲା।

ପୁଣି ଶ୍ରୀମନ୍ଦିରରେ ପଶିଲେ ଅଣହିନ୍ଦୁ ମହିଳା

ପୁଣି ଥରେ ଶ୍ରୀମନ୍ଦିରରେ ପଶିଗଲେ ଅଣହିନ୍ଦୁ ମହିଳା। ସିଂହଦ୍ୱାର ଦେଇ ମହିଳା ଜଣକ ଶ୍ରୀମନ୍ଦିର ଗୁମୁଟ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ତାଙ୍କୁ ଧରି ଥିଲେ ଜଗନ୍ନାଥ ଟେମ୍ପୁଲ ପୁଲିସ୍‌। ମହିଳା ଜଣକ ଚାଇନିଜ୍‌ ଭାଷାରେ କଥା ହେଉଥିବା ଜଣାପଡ଼ିଛି। ଉଦ୍ଧାର ବେଳେ ମହିଳା ଜଣକ ପୁଲିସ୍‌କୁ ବିରୋଧ କରୁଥିଲେ। ହେଲେ ପୁଲିସ୍‌ ତାଙ୍କୁ ଜବରଦସ୍ତି ଉଦ୍ଧାର ଅସ୍ଥାୟୀ ଆଉଟ୍‌ ପୋଷ୍ଟକୁ ନେଇଥିଲା। ସେଠାରେ ତାଙ୍କୁ ଦୀର୍ଘ ସମୟଧରି ପଚରାଉଚରା କରିଥିଲା। ତା’ପରେ ପୁଲିସ୍‌ ତାଙ୍କୁ ଛାଡ଼ି ଦେଇଥିବା ଜଣାପଡ଼ିଛି।  

ପୂର୍ବରୁ କିଛି ବାଂଲାଦେଶୀ ଶ୍ରୀମନ୍ଦିର ଭିତରେ ପଶିଥିଲେ। ସେମାନେ ମନ୍ଦିର ଚାରି ପାର୍ଶ୍ୱରେ ବୁଲାବୁଲି କରୁଥିବା ସେବାୟତଙ୍କ ନଜରରେ ପଡ଼ିଥିଲେ। ତା’ପରେ ପୁଲିସ୍‌ ସେମାନଙ୍କୁ ଉଦ୍ଧାର କରି ଆଣିଥିଲା। ପଚରାଉଚରା ପରେ ସେମାନେ ବାଂଲାଦେଶୀ ବୋଲି ଜଣାପଡ଼ିଥିଲା। ପୁଲିସ୍‌ ସେମାନଙ୍କ କାଗଜପତ୍ର ଯାଞ୍ଚ କରି ଛାଡ଼ିଥିବା ଜଣାପଡ଼ିଛି। ଢିଲା ସୁରକ୍ଷା ଯୋଗୁ ବିଦେଶୀମାନେ ବାରମ୍ୱାର ଶ୍ରୀମନ୍ଦିର ଭିତରେ ପଶୁଥିବା ଅଭିଯୋଗ ହେଉଛି। ଏହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।