ପୁଣିଥରେ ଶେହବାଜ ଦେଶର ଶାସନ ମଙ୍ଗ ଧରିପାରନ୍ତି ଶରିଫ୍‌

ଇସ୍‌ଲାମାବାଦ,୧୪।୨:ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌ ପୁଣି ଥରେ ଦେଶର ଶାସନ ମଙ୍ଗ ଧରିପାରନ୍ତି। ପାକିସ୍ତାନ ମୁସ୍‌ଲିମ୍‌ ଲିଗ୍‌-ନଓ୍ବାଜ (ପିଏମ୍‌ଏଲ୍‌-ଏନ୍‌) ସୁପ୍ରିମୋ ତଥା ଶେହବାଜଙ୍କ ବଡ଼ଭାଇ ନଓ୍ବାଜ ଶରିଫ୍‌ ତାଙ୍କୁ ପ୍ରଧାନମନ୍ତ୍ରୀ ମନୋନୀତ କରିଛନ୍ତି। ପିଏମ୍‌ଏଲ୍‌-ଏନ୍‌ ମୁଖପାତ୍ର ମରିୟମ ଔରଙ୍ଗଜେବ ଏନେଇ ସୂଚନା ଦେଇଛନ୍ତି। ନଓ୍ବାଜ ଶରିଫ୍‌ଙ୍କ ଝିଅ ମରିୟମ ନଓ୍ବାଜ ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ସରକାର ଗଠନ ପାଇଁ ସମର୍ଥନ ଜଣାଇଥିବା ଦଳଗୁଡ଼ିକୁ ଶରଫ୍‌ ଧନ୍ୟବାଦ ଜଣାଇଛନ୍ତି। ଜେଲରୁ ନିର୍ବାଚନ ଲଢ଼ିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ […] The post ପୁଣିଥରେ ଶେହବାଜ ଦେଶର ଶାସନ ମଙ୍ଗ ଧରିପାରନ୍ତି ଶରିଫ୍‌ appeared first on Dharitri Odia News.

ପୁଣିଥରେ ଶେହବାଜ ଦେଶର ଶାସନ ମଙ୍ଗ ଧରିପାରନ୍ତି ଶରିଫ୍‌

ଇସ୍‌ଲାମାବାଦ,୧୪।୨:ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌ ପୁଣି ଥରେ ଦେଶର ଶାସନ ମଙ୍ଗ ଧରିପାରନ୍ତି। ପାକିସ୍ତାନ ମୁସ୍‌ଲିମ୍‌ ଲିଗ୍‌-ନଓ୍ବାଜ (ପିଏମ୍‌ଏଲ୍‌-ଏନ୍‌) ସୁପ୍ରିମୋ ତଥା ଶେହବାଜଙ୍କ ବଡ଼ଭାଇ ନଓ୍ବାଜ ଶରିଫ୍‌ ତାଙ୍କୁ ପ୍ରଧାନମନ୍ତ୍ରୀ ମନୋନୀତ କରିଛନ୍ତି। ପିଏମ୍‌ଏଲ୍‌-ଏନ୍‌ ମୁଖପାତ୍ର ମରିୟମ ଔରଙ୍ଗଜେବ ଏନେଇ ସୂଚନା ଦେଇଛନ୍ତି। ନଓ୍ବାଜ ଶରିଫ୍‌ଙ୍କ ଝିଅ ମରିୟମ ନଓ୍ବାଜ ପଞ୍ଜାବ ପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି। ସରକାର ଗଠନ ପାଇଁ ସମର୍ଥନ ଜଣାଇଥିବା ଦଳଗୁଡ଼ିକୁ ଶରଫ୍‌ ଧନ୍ୟବାଦ ଜଣାଇଛନ୍ତି। ଜେଲରୁ ନିର୍ବାଚନ ଲଢ଼ିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ପାକିସ୍ତାନ ତେହେରିକ୍‌ -ଇ-ଇନ୍‌ଶାଫ୍‌ (ପିଟିଆଇ)କୁ ଛାଡ଼ି ଅନ୍ୟ ପ୍ରମୁଖ ଦଳଗୁଡ଼ିକ ମିଳିତ ସରକାର ଗଠନ କରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ପଦ ଦୌଡ଼ରୁ ପାକିସ୍ତାନ ପିପୁଲ୍ସ ପାର୍ଟି ଅଧ୍ୟକ୍ଷ ବିଲାଓ୍ବଲ ଭୁଟ୍ଟୋ ଜର୍ଦ୍ଦାରୀ ଓହରିଯାଇଥିଲେ। (ପିଏମ୍‌ଏଲ୍‌-ଏନ୍‌)ର ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କୁ ତାଙ୍କ ଦଳ ସମର୍ଥନ ଜଣାଇବ କିନ୍ତୁ ସରକାରରେ ଭାଗନେବ ନାହଁି ବୋଲି ବିଲାଓ୍ବଲ କହିଛନ୍ତି।

The post ପୁଣିଥରେ ଶେହବାଜ ଦେଶର ଶାସନ ମଙ୍ଗ ଧରିପାରନ୍ତି ଶରିଫ୍‌ appeared first on Dharitri Odia News.