ପୁଣେ ପୋର୍ସ କାଣ୍ଡ ଅଭିଯୁକ୍ତଙ୍କୁ ନେଇ ପ୍ରଶ୍ନ କଲେ ବମ୍ବେ ହାଇକୋର୍ଟ, ପଚାରିଲେ- ତାକୁ ଜେଲରେ ରଖିଛ କିପରି?
ମୁମ୍ବାଇ ୨୧।୬: ପିତାଙ୍କ ଅଢେଇ କୋଟି ଟଙ୍କାର ପୋର୍ସ କାରରେ ଦୁଇଜଣଙ୍କୁ ଧକ୍କା କରି ମାରିଥିବା ନା ବାଳକକୁ ନେଇ ବମ୍ବେ ହାଇକୋର୍ଟ ଶୁକ୍ରବାର ବଡ଼ ଟିପ୍ପଣୀ କରିଛନ୍ତି। ଉଚ୍ଚନ୍ୟାୟାଳୟଙ୍କ ଏକ ଖଣ୍ଡପୀଠ କହିଛନ୍ତି ଯେ ‘ନିଶାରେ ଚୁର ପୁଣେର ଯେଉଁ ନା ବାଳକ କାରରେ ଦୁଇ ଜଣଙ୍କୁ ଧକ୍କା ଦେଲା, ସେ ଦୁର୍ଘଟଣାତ କଲା କିନ୍ତୁ ସେ ସମ୍ଭବତଃ ସ୍ତମ୍ବିଭୂତ ଥିଲା ଓ ଏଥି ପାଇଁ ଏହା କୁହାଯାଇ ପାରେ ଯେ ତାର ମାନସିକ ସ୍ଥିତି ଉପରେ ପ୍ରତିକୂଳ ପ୍ରଭାବ ପଡିଥାଇପାରେ’। ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ଭାରତୀ ଡାଙ୍ଗରେ ଓ ଜଷ୍ଟିସ୍ ମଞ୍ଜୁଷା ଦେଶପାଣ୍ଡେଙ୍କ ଖଣ୍ଡପୀଠ କହିଛନ୍ତି ଯେ ଏ କଥା ଅସ୍ୱୀକାର କରଯାଇ ନପାରେ ଯେ ଦୁର୍ଘଟଣା ଦୁର୍ଭାଗ୍ୟପୂର୍ଣ୍ଣ ଥିଲା। ଦୁଇ ଜଣ ପ୍ରାଣ ହରାଇଲେ। ଏହା ନିଶ୍ଚିତ ଆଶ୍ଚର୍ଯ୍ୟଜନକ କିନ୍ତୁ ପିଲା (କିଶୋର) ମଧ୍ୟ ହତପ୍ରଭ ଥିଲା। ଆବେଦନରେ କୁହାଯାଇଛି ଯେ ଏହି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣାକୁ ଯେମିତି ନଜରରେ ବି ଦେଖାଯାଉ ଏହା ଏକ ଦୁର୍ଘଟଣା ହିଁ ଥିଲା ଓ ଯେଉଁ ବ୍ୟକ୍ତି ବାହନ ଚଳାଉଥିବା କୁହାଯାଉଛି ସେ ଜଣେ କିଶୋର। ୧୦ ଜୁନରେ ଦାଖଲ ହୋଇଥିବା ଆବେଦନ ଉପରେ ଶୁକ୍ରବାର ଜଷ୍ଟିସ ଡାଙ୍ଗରେଙ୍କ ଦୁଇ ସଦସୀୟ ଖଣ଼୍ଡପୀଠ ଶୁଣାଣି କରିଛନ୍ତି। ଶୁଣାଣି ପରେ ପୀଠ ତାଙ୍କ ଆଦେଶକୁ ମଙ୍ଗଳବାର ପର୍ଯ୍ୟନ୍ତ ସଂରକ୍ଷିତ ରଖିଛନ୍ତି। ଶୁଣାଣି କାଳରେ ପୀଠ ପୋଲିସକୁ ଏହା ମଧ୍ୟ ପ୍ରଶ୍ନ କରିଛନ୍ତି ଯେ ପୋର୍ସ ଦୁର୍ଘଟଣା ମାମଲାର
ମୁମ୍ବାଇ ୨୧।୬: ପିତାଙ୍କ ଅଢେଇ କୋଟି ଟଙ୍କାର ପୋର୍ସ କାରରେ ଦୁଇଜଣଙ୍କୁ ଧକ୍କା କରି ମାରିଥିବା ନା ବାଳକକୁ ନେଇ ବମ୍ବେ ହାଇକୋର୍ଟ ଶୁକ୍ରବାର ବଡ଼ ଟିପ୍ପଣୀ କରିଛନ୍ତି। ଉଚ୍ଚନ୍ୟାୟାଳୟଙ୍କ ଏକ ଖଣ୍ଡପୀଠ କହିଛନ୍ତି ଯେ ‘ନିଶାରେ ଚୁର ପୁଣେର ଯେଉଁ ନା ବାଳକ କାରରେ ଦୁଇ ଜଣଙ୍କୁ ଧକ୍କା ଦେଲା, ସେ ଦୁର୍ଘଟଣାତ କଲା କିନ୍ତୁ ସେ ସମ୍ଭବତଃ ସ୍ତମ୍ବିଭୂତ ଥିଲା ଓ ଏଥି ପାଇଁ ଏହା କୁହାଯାଇ ପାରେ ଯେ ତାର ମାନସିକ ସ୍ଥିତି ଉପରେ ପ୍ରତିକୂଳ ପ୍ରଭାବ ପଡିଥାଇପାରେ’।
ହାଇକୋର୍ଟଙ୍କ ବିଚାରପତି ଜଷ୍ଟିସ୍ ଭାରତୀ ଡାଙ୍ଗରେ ଓ ଜଷ୍ଟିସ୍ ମଞ୍ଜୁଷା ଦେଶପାଣ୍ଡେଙ୍କ ଖଣ୍ଡପୀଠ କହିଛନ୍ତି ଯେ ଏ କଥା ଅସ୍ୱୀକାର କରଯାଇ ନପାରେ ଯେ ଦୁର୍ଘଟଣା ଦୁର୍ଭାଗ୍ୟପୂର୍ଣ୍ଣ ଥିଲା। ଦୁଇ ଜଣ ପ୍ରାଣ ହରାଇଲେ। ଏହା ନିଶ୍ଚିତ ଆଶ୍ଚର୍ଯ୍ୟଜନକ କିନ୍ତୁ ପିଲା (କିଶୋର) ମଧ୍ୟ ହତପ୍ରଭ ଥିଲା। ଆବେଦନରେ କୁହାଯାଇଛି ଯେ ଏହି ଦୁର୍ଭାଗ୍ୟପୂର୍ଣ୍ଣ ଘଟଣାକୁ ଯେମିତି ନଜରରେ ବି ଦେଖାଯାଉ ଏହା ଏକ ଦୁର୍ଘଟଣା ହିଁ ଥିଲା ଓ ଯେଉଁ ବ୍ୟକ୍ତି ବାହନ ଚଳାଉଥିବା କୁହାଯାଉଛି ସେ ଜଣେ କିଶୋର।
୧୦ ଜୁନରେ ଦାଖଲ ହୋଇଥିବା ଆବେଦନ ଉପରେ ଶୁକ୍ରବାର ଜଷ୍ଟିସ ଡାଙ୍ଗରେଙ୍କ ଦୁଇ ସଦସୀୟ ଖଣ଼୍ଡପୀଠ ଶୁଣାଣି କରିଛନ୍ତି। ଶୁଣାଣି ପରେ ପୀଠ ତାଙ୍କ ଆଦେଶକୁ ମଙ୍ଗଳବାର ପର୍ଯ୍ୟନ୍ତ ସଂରକ୍ଷିତ ରଖିଛନ୍ତି। ଶୁଣାଣି କାଳରେ ପୀଠ ପୋଲିସକୁ ଏହା ମଧ୍ୟ ପ୍ରଶ୍ନ କରିଛନ୍ତି ଯେ ପୋର୍ସ ଦୁର୍ଘଟଣା ମାମଲାରେ ନାବାଳକ ଅଭିଯୁକ୍ତକୁ ଜାମିନ ଦେବା ଲାଗି ଆଦେଶକୁ ଆଇନର କେଉଁ ପ୍ରାବଧାନରେ ସଂଶୋଧନ କରାଯାଇଛି ଓ ତାକୁ କିପରି ଜେଲରେ ରଖାଯାଇଛି?

ଆବେଦନର ତର୍କ ଶୁଣି ପୀଠ କହିଛନ୍ତି ଯେ ଏ ପର୍ଯ୍ୟନ୍ତ ପୋଲିସ ଜୁଭେନାଇଲ ଜଷ୍ଟିସ୍ ବୋର୍ଡ (ଜେଜେବି) ଦ୍ୱାରା ଗୃହୀତ ଜାମିନ ଆଦେଶକୁ ଖାରଜ କରିବା ପାଇଁ ଉଚ୍ଚ ନ୍ୟାୟାଳୟରେ ଗୋଟେ ବି ଆବେଦନ ଦାଖଲ କରି ନାହିଁ। ଏହା ପରିବର୍ତ୍ତେ ଜମିନ୍ ଆଦେଶରେ ସଂଶୋଧନ ଦାବି କରି ଏକ ଆବେଦନ କରାଯାଇଥିଲା। ହାଇକୋର୍ଟ କହିଛନ୍ତି ଯେ ଏହି ଆବେଦନ ଆଧାରରେ ଜାମିନ ଆଦେଶରେ ସଂଶୋଧନ କରାଗଲା। ବାଳକକୁ ଅଟକ କରାଗଲା ଓ ଅବଜର୍ଭେସନ ଗୃହକୁ ପଠାଇ ଦିଆଗଲା। କୋର୍ଟ କହିଛନ୍ତି ଯେ ଏହା କେଉଁ ପ୍ରକାର ରିମାଣ୍ଡ?
ପୁଣେର ଏହି କିଶୋରକୁ ତାର ଗିରଫର ୧୫ ଘଣ୍ଟା ମଧ୍ୟରେ ଜାମିନ ମିଳିଯାଇଥିଲା। ଜାମିନ ମଞ୍ଜୁର କରି ଜେଜେବି କିଶୋରକୁ ସଡ଼କ ସୁରକ୍ଷା ଉପରେ ୩୦୦ ଶବ୍ଦରେ ନିବନ୍ଧ ଲେଖିବାକୁ ଆଦେଶ ଦେଇଥିଲେ। ଜେଜେବିଙ୍କ ଏହି ଜାମିନରେ ଲୋକେ ଅସନ୍ତୁଷ୍ଟ ହୋଇଥିଲେ ଓ ପୋଲିସ ଆଦେଶ ସଂଶୋଧନ କରିବାକୁ ନିବେଦନ କରିଥିଲା। ଏହା ପରେ ଜାମିନ ଆଦେଶକୁ ସଂଶୋଧନ କରିଦିଆଯାଇଥିଲା ଓ ନାବାଳକକୁ ସୁଧାର ଗୃହ ପଠାଇ ଦିଆଯାଇଥିଲା।
ଏଥିରେ ଅଭିଯୋଗକାରୀଙ୍କ ପକ୍ଷରୁ କୋର୍ଟରେ ହାଜର ଓକିଲ ହିତେନ ଭେନେଗାଓକର କହିଥିଲେ ଯେ କିଶୋର ମଦ ନିଶାରେ ଥିବା ସହିତ କେତେକ ବିଶେଷ ପରିସ୍ଥିତି କାରଣରୁ ଜୁଭେନାଇନଲ ଜଷ୍ଟିସ୍ ବୋର୍ଡ ତାଙ୍କ ଆଦେଶ ସଂଶୋଧନ କରିଥିଲେ। ତେବେ ମୂଳ ଆଦେଶ ଅଧିକାରୀଙ୍କ ଦ୍ୱାରା ଅପରାଧ ତଥ୍ୟ ରିପୋର୍ଟ ନ କରିବା କାରଣରୁ ଗୃହୀତ ହୋଇଯାଇଥିଲା।