ମାଓ ଦମନ ନେଇ ଗୃହମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ; ସାମିଲ୍ ହେବେ ୮ ରାଜ୍ୟର ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୦୬/୧୦:  ମାଓ ବିରୋଧୀ ଅଭିଯାନ । ମିଶନ-୨୬କୁ ବଡ଼ ସଫଳତା ମିଳିଛି । ଓଡ଼ିଶା ସୀମାନ୍ତ ଛତିଶଗଡ଼ ଦାନ୍ତେଓ୍ବାଡାରେ ୩୬ଜଣ ମାଓବାଦୀ ନିହତ ହୋଇଛନ୍ତି । ଏହି ସଫଳତା ପରେ ମାଓ ଦମନକୁ ନେଇ ଆସନ୍ତାକାଲି ଅର୍ଥାତ୍ ସୋମବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଛନ୍ତି । ରାଜଧାନୀ ଦିଲ୍ଲୀରେ ଏହି ମିଟିଂ ବସିବ । ଏଥିରେ ଓଡ଼ିଶା ସମେତ ୮ ନକ୍ସଲ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସାମିଲ୍ ହେବେ ।  ବୈଠକରେ ବିଭିନ୍ନ ରାଜ୍ୟରେ ଚାଲିଥିବା ନକ୍ସଲ ଦମନ ଅଭିଯାନ ଓ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା ହେବ । ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ତେଲଙ୍ଗାନା ମୁଖ୍ୟମନ୍ତ୍ରୀ  ରେୱନ୍ତ ରେଡ୍ଡୀ, ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ   ସିନ୍ଦେ ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଏହି ବୈଠକରେ ଯୋଗଦେବେ ।  ସେହିଭଳି ବୈଠକରେ ୫ କେନ୍ଦ୍ରମନ୍ତ୍ରୀ,   ଡେପୁଟି ଏନ୍‌ଏସ୍‌ଏ, କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରୀୟ ସୁରକ୍ଷା ବାହିନୀର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ । ବୈଠକ ପୂର୍ବରୁ ଆଜି ଶାହ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସହ ମାଓ ମୁକାବିଲା ନେଇ ଆଲୋଚନା କରିଛନ୍ତି । ଛତିଶଗଡରେ ସୁରକ୍ଷା ବ

ମାଓ ଦମନ ନେଇ ଗୃହମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ; ସାମିଲ୍ ହେବେ ୮ ରାଜ୍ୟର ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୦୬/୧୦:  ମାଓ ବିରୋଧୀ ଅଭିଯାନ । ମିଶନ-୨୬କୁ ବଡ଼ ସଫଳତା ମିଳିଛି । ଓଡ଼ିଶା ସୀମାନ୍ତ ଛତିଶଗଡ଼ ଦାନ୍ତେଓ୍ବାଡାରେ ୩୬ଜଣ ମାଓବାଦୀ ନିହତ ହୋଇଛନ୍ତି । ଏହି ସଫଳତା ପରେ ମାଓ ଦମନକୁ ନେଇ ଆସନ୍ତାକାଲି ଅର୍ଥାତ୍ ସୋମବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଛନ୍ତି । ରାଜଧାନୀ ଦିଲ୍ଲୀରେ ଏହି ମିଟିଂ ବସିବ । ଏଥିରେ ଓଡ଼ିଶା ସମେତ ୮ ନକ୍ସଲ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ସାମିଲ୍ ହେବେ ।  ବୈଠକରେ ବିଭିନ୍ନ ରାଜ୍ୟରେ ଚାଲିଥିବା ନକ୍ସଲ ଦମନ ଅଭିଯାନ ଓ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା ହେବ । 

ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ, ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍ ଚନ୍ଦ୍ରବାବୁ ନାଇଡୁ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ତେଲଙ୍ଗାନା ମୁଖ୍ୟମନ୍ତ୍ରୀ  ରେୱନ୍ତ ରେଡ୍ଡୀ, ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ   ସିନ୍ଦେ ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଏହି ବୈଠକରେ ଯୋଗଦେବେ ।  

ସେହିଭଳି ବୈଠକରେ ୫ କେନ୍ଦ୍ରମନ୍ତ୍ରୀ,   ଡେପୁଟି ଏନ୍‌ଏସ୍‌ଏ, କେନ୍ଦ୍ର, ରାଜ୍ୟ ଓ କେନ୍ଦ୍ରୀୟ ସୁରକ୍ଷା ବାହିନୀର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିବେ । ବୈଠକ ପୂର୍ବରୁ ଆଜି ଶାହ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କ ସହ ମାଓ ମୁକାବିଲା ନେଇ ଆଲୋଚନା କରିଛନ୍ତି । ଛତିଶଗଡରେ ସୁରକ୍ଷା ବାହିନୀ  ଗୁଳିରେ ୩୧ ଜଣ ମାଓବାଦୀ ନିହତ ହେବା ଘଟଣାକୁ ନେଇ ଶାହ ଏହି ଅପରେସନରେ  ସାମିଲ ରାଜ୍ୟ ପୋଲିସ ଓ କେନ୍ଦ୍ରୀୟ ବାହିନୀର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି।