ପୁଣେ ପୋର୍ସ ଘଟଣାରେ ବଡ ଆକ୍ସନ, ଅଭିଯୁକ୍ତ ନାବାଳକ ମା' ଶିବାନୀ ଅଗ୍ରଓ୍ୱାଲ୍ ଗିରଫ
ପୁଣେ ୦୧/୦୬: ପୁଣେ ପୋର୍ସ କାର୍ ଦୁର୍ଘଟଣାରେ ବଡ କାର୍ଯ୍ୟାନୁଷ୍ଠାନ । ଅଭିଯୁକ୍ତ ନାବାଳକର ମାଆ ଶିବାନୀ ଅଗ୍ରଓ୍ୱାଲ୍କୁ ଗିରପ କରିଛି କ୍ରାଇମବ୍ରାଞ୍ଚ । ପୁଅକୁ ବଞ୍ଚାଇବାକୁ ରକ୍ତ ନମୁନା ବଦଳାଇଥିଲେ ବିଲ୍ଡରଙ୍କ ପତ୍ନୀ । ଏହାସହ ପରିବାର ଲୋକେ ଡାକ୍ତରଙ୍କୁ ଦେଇଥିଲେ ୩ ଲକ୍ଷ ଟଙ୍କା । ଏବେ ଗିରପ ପରେ କୋର୍ଟରେ ହାଜର ହେବେ । ନାବାଳିକ ଅଭିଯୁକ୍ତଙ୍କ ମାତା ଶିବାନୀ ଅଗ୍ରୱାଲ କେବଳ ପୁଅର ରକ୍ତ ନମୁନାରେ ଛନ୍ଦି ହୋଇନାହାଁନ୍ତି ବରଂ ଏହାକୁ ବଦଳାଇବାରେ ବି ଥିଲା ହାତ । ଏହି ଖବର ଜଣାପଡିବା ପରେ ଶିବାନୀ ଅଣ୍ଡରଗ୍ରାଉଣ୍ଡ ହୋଇଯାଇଥିଲେ। ଶେଷରେ ପୁଣେ ପୋଲିସ ତାଙ୍କୁ ଗିରଫ କରିଛି । ସେ ଶୁକ୍ରବାର ରାତିରେ ମୁମ୍ବାଇରୁ ପୁଣେ ଆସିଥିଲେ । ନାବାଳିକ ଅଭିଯୁକ୍ତଙ୍କ ମାଆଙ୍କୁ ଜଷ୍ଟିସ ଜୁଭେନାଇଲ ବୋର୍ଡ (ଜେଜେ ବୋର୍ଡ)ର ପର୍ଯ୍ୟବେକ୍ଷଣ ଗୃହକୁ ନିଆଯାଇଛି । ଜେଜେ ବୋର୍ଡ ପୁଣେ ପୋଲିସକୁ ନାବାଳିକା ଅଭିଯୁକ୍ତଙ୍କୁ ୨ ଘଣ୍ଟା ପଚରାଉଚରା ପାଇଁ ଅନୁମତି ଦେଇଥିଲା । ପୁଣେ କ୍ରାଇମ ବ୍ରାଞ୍ଚ ନାବାଳିକାଙ୍କୁ ତାଙ୍କ ମାଙ୍କ ଉପସ୍ଥିତିରେ ପଚରାଉଚରା କରୁଛି। ରକ୍ତ ନୂମନା ଅଦଳବଦଳ ମାମଲାରେ ଉଭୟଙ୍କୁ ପଚରାଉଚରା କରାଯିବ । ଏହି ମାମଲାରେ ସେସନ୍ ହସ୍ପିଟାଲର ଦୁଇ ଡାକ୍ତର ଏବଂ ୱାର୍ଡ ବାଳକ ପୂର୍ବରୁ ପୋଲିସ ହେପାଜତରେ ଅଛନ୍ତି । ରକ୍ତ ନମୂନା ମନିପୁଲେସନ୍ ପାଇଁ ଅଭିଯୁକ୍ତଙ୍କ ପିତାଙ୍କ ବିରୋଧରେ ମଧ୍ୟ ଏକ ମାମଲା ରୁଜୁ ହୋଇଛି । ପୋଲିସର ଅନ
ପୁଣେ ୦୧/୦୬: ପୁଣେ ପୋର୍ସ କାର୍ ଦୁର୍ଘଟଣାରେ ବଡ କାର୍ଯ୍ୟାନୁଷ୍ଠାନ । ଅଭିଯୁକ୍ତ ନାବାଳକର ମାଆ ଶିବାନୀ ଅଗ୍ରଓ୍ୱାଲ୍କୁ ଗିରପ କରିଛି କ୍ରାଇମବ୍ରାଞ୍ଚ । ପୁଅକୁ ବଞ୍ଚାଇବାକୁ ରକ୍ତ ନମୁନା ବଦଳାଇଥିଲେ ବିଲ୍ଡରଙ୍କ ପତ୍ନୀ । ଏହାସହ ପରିବାର ଲୋକେ ଡାକ୍ତରଙ୍କୁ ଦେଇଥିଲେ ୩ ଲକ୍ଷ ଟଙ୍କା । ଏବେ ଗିରପ ପରେ କୋର୍ଟରେ ହାଜର ହେବେ ।
ନାବାଳିକ ଅଭିଯୁକ୍ତଙ୍କ ମାତା ଶିବାନୀ ଅଗ୍ରୱାଲ କେବଳ ପୁଅର ରକ୍ତ ନମୁନାରେ ଛନ୍ଦି ହୋଇନାହାଁନ୍ତି ବରଂ ଏହାକୁ ବଦଳାଇବାରେ ବି ଥିଲା ହାତ । ଏହି ଖବର ଜଣାପଡିବା ପରେ ଶିବାନୀ ଅଣ୍ଡରଗ୍ରାଉଣ୍ଡ ହୋଇଯାଇଥିଲେ। ଶେଷରେ ପୁଣେ ପୋଲିସ ତାଙ୍କୁ ଗିରଫ କରିଛି । ସେ ଶୁକ୍ରବାର ରାତିରେ ମୁମ୍ବାଇରୁ ପୁଣେ ଆସିଥିଲେ ।
ନାବାଳିକ ଅଭିଯୁକ୍ତଙ୍କ ମାଆଙ୍କୁ ଜଷ୍ଟିସ ଜୁଭେନାଇଲ ବୋର୍ଡ (ଜେଜେ ବୋର୍ଡ)ର ପର୍ଯ୍ୟବେକ୍ଷଣ ଗୃହକୁ ନିଆଯାଇଛି । ଜେଜେ ବୋର୍ଡ ପୁଣେ ପୋଲିସକୁ ନାବାଳିକା ଅଭିଯୁକ୍ତଙ୍କୁ ୨ ଘଣ୍ଟା ପଚରାଉଚରା ପାଇଁ ଅନୁମତି ଦେଇଥିଲା । ପୁଣେ କ୍ରାଇମ ବ୍ରାଞ୍ଚ ନାବାଳିକାଙ୍କୁ ତାଙ୍କ ମାଙ୍କ ଉପସ୍ଥିତିରେ ପଚରାଉଚରା କରୁଛି। ରକ୍ତ ନୂମନା ଅଦଳବଦଳ ମାମଲାରେ ଉଭୟଙ୍କୁ ପଚରାଉଚରା କରାଯିବ ।
ଏହି ମାମଲାରେ ସେସନ୍ ହସ୍ପିଟାଲର ଦୁଇ ଡାକ୍ତର ଏବଂ ୱାର୍ଡ ବାଳକ ପୂର୍ବରୁ ପୋଲିସ ହେପାଜତରେ ଅଛନ୍ତି । ରକ୍ତ ନମୂନା ମନିପୁଲେସନ୍ ପାଇଁ ଅଭିଯୁକ୍ତଙ୍କ ପିତାଙ୍କ ବିରୋଧରେ ମଧ୍ୟ ଏକ ମାମଲା ରୁଜୁ ହୋଇଛି । ପୋଲିସର ଅନୁସନ୍ଧାନରୁ ଜଣାପଡିଛି ଯେ ମଦ୍ୟପ ନାବାଳିକାର ରକ୍ତ ନମୁନା ତାଙ୍କ ମା’ଙ୍କ ରକ୍ତ ନମୁନାରୁ ବଦଳି ଯାଇଛି। ଏହି ନମୂନା ନିଜେ ନିଜ ପୁଅର ନମୂନା ସହିତ ବଦଳାଯାଇଥିଲା । ଏହି ଅଭିଯୋଗରେ ଗିରଫ ହୋଇଛନ୍ତି ଶିବାନୀ ।