ପୁଣେରେ ଇଂଲଣ୍ଡକୁ ହରାଇ ସିରିଜ ଜିତିଲା ଭାରତ

ପୁଣେ, ୩୧।୧: ଟିମ୍‌ ଇଣ୍ଡିଆ ରାଜକୋଟରେ ଖେଳାଯାଇଥିବା ଚତୁର୍ଥ ଟି୨୦ କ୍ରିକେଟ ମ୍ୟାଚ୍‌ରେ ବିଜେତା ହୋଇ ସିରିଜ୍‌କୁ ଆଗୁଆ ଜିତି ନେଇଛି। ଭାରତ ୧୫ ରନରେ ଇଂଲଣ୍ଡକୁ ପରାସ୍ତ କରିଛି। ଶିବମ୍‌ ଦୁବେ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ ସହାୟତାରେ ଭାରତ ୨୦ ଓଭରରେ ୯ ଉଇକେଟ ହରାଇ ୧୮୧ କରିଥିଲା। ଜବାବରେ ଇଂଲଣ୍ଡ ୧୯.୪ ଓଭରରେ ୧୬୬ ରନକରି ଅଲ୍‌ଆଉଟ ହୋଇ ଯାଇଥିଲା। ଭାରତୀୟ ବୋଲରଙ୍କ ମଧ୍ୟରେ ରବି ବିଷ୍ଣୋଇ ଏବଂ ଶିବମ୍‌ ଦୁବେଙ୍କ ସ୍ଥାନରେ […] The post ପୁଣେରେ ଇଂଲଣ୍ଡକୁ ହରାଇ ସିରିଜ ଜିତିଲା ଭାରତ appeared first on Dharitri Odia News.

ପୁଣେରେ ଇଂଲଣ୍ଡକୁ ହରାଇ ସିରିଜ ଜିତିଲା ଭାରତ

ପୁଣେ, ୩୧।୧: ଟିମ୍‌ ଇଣ୍ଡିଆ ରାଜକୋଟରେ ଖେଳାଯାଇଥିବା ଚତୁର୍ଥ ଟି୨୦ କ୍ରିକେଟ ମ୍ୟାଚ୍‌ରେ ବିଜେତା ହୋଇ ସିରିଜ୍‌କୁ ଆଗୁଆ ଜିତି ନେଇଛି। ଭାରତ ୧୫ ରନରେ ଇଂଲଣ୍ଡକୁ ପରାସ୍ତ କରିଛି। ଶିବମ୍‌ ଦୁବେ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅର୍ଦ୍ଧଶତକ ସହାୟତାରେ ଭାରତ ୨୦ ଓଭରରେ ୯ ଉଇକେଟ ହରାଇ ୧୮୧ କରିଥିଲା। ଜବାବରେ ଇଂଲଣ୍ଡ ୧୯.୪ ଓଭରରେ ୧୬୬ ରନକରି ଅଲ୍‌ଆଉଟ ହୋଇ ଯାଇଥିଲା। ଭାରତୀୟ ବୋଲରଙ୍କ ମଧ୍ୟରେ ରବି ବିଷ୍ଣୋଇ ଏବଂ ଶିବମ୍‌ ଦୁବେଙ୍କ ସ୍ଥାନରେ କନ୍‌କସନ ସବ୍‌ଷ୍ଟିଚ୍ୟୁଟ ଆସିଥିବା ହର୍ଷିତ ରାଣା ୩ଟି ଲେଖାଏ, ବରୁଣ ଚକ୍ରବର୍ତ୍ତୀ ୨ଟି ଏବଂ ଅକ୍ଷର ପଟେଲ ଓ ଅର୍ଶଦୀପ ସିଂ ଗୋଟିଏ ଉଇକେଟ ନେଇଥିଲେ।

ଟସ୍‌ ଜିତି ଇଂଲଣ୍ଡ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ଭାରତ ମାତ୍ର ୧୨ ରନ ମଧ୍ୟରେ ଟପ୍‌ ଅର୍ଡରର ୩ ଉଇକେଟ ହରାଇ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟରେ ପଡ଼ିଥିଲା। ଅଭିଷେକ ଶର୍ମା ୧୯ ବଲ୍‌ରୁ ୨୯ ଓ ରିଙ୍କୁ ସିଂ ୨୬ ବଲ୍‌ରୁ ୩୦ ରନ ସଂଗ୍ରହ କରି ପ୍ୟାଭିଲିୟନ ଫେରିଥିଲେ। ତେବେ ଲୋୟର ଅର୍ଡରରେ ଶିବମ ଦୁବେ ଓ ହାର୍ଦ୍ଦିକ ପାଣ୍ଡ୍ୟା ଅର୍ଦ୍ଧଶତକ ହାସଲ କରିବାରୁ ଭାରତ ସମ୍ମାନଜନକ ସ୍କୋରରେ ପହଞ୍ଚତ୍ଥିଲା। ଦୁହେଁ ୬ଷ୍ଠ ଉଇକେଟରେ ୪୫ ବଲ୍‌ରୁ ୮୭ ରନର ଭାଗୀଦାରି ଗଢ଼ିଥିଲେ। ହାର୍ଦ୍ଦିକ ୩୦ ବଲ୍‌ରୁ ୪ଟି ଲେଖାଏ ଚୌକା ଓ ଛକା ସହାୟତାରେ ୫୩ ରନକରି ଆଉଟ ହେବାରୁ ଯୋଡ଼ି ଭାଙ୍ଗିଥିଲା। ଦୁବେ ୩୪ଟି ବଲ୍‌ ଖେଳି ୭ ଚୌକା ଓ ୨ ଛକା ସହାୟତାରେ ୫୩ ରନକରି ଶେଷ ବଲ୍‌ରେ ରନ୍‌ଆଉଟ ହୋଇଥିଲେ। ଇଂଲଣ୍ଡ ବୋଲରଙ୍କ ପକ୍ଷରୁ ସାକିବ ମହମ୍ମଦ ୩ଟି, ଜେମି ଓଭର୍ଟନ ୨ଟି ଏବଂ ବ୍ରେଡନ କାର୍ସ ଓ ଆଡିଲ ରଶିଦ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

 

The post ପୁଣେରେ ଇଂଲଣ୍ଡକୁ ହରାଇ ସିରିଜ ଜିତିଲା ଭାରତ appeared first on Dharitri Odia News.