ପୁତୁରାଙ୍କ ଟାଙ୍ଗିଆ ଚୋଟରେ ଦାଦାଙ୍କ ମୃତ୍ୟୁ, ଅଭିଯୁକ୍ତ କୋର୍ଟ ଚାଲାଣ
କେନ୍ଦୁଝର,୨୧ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ସାମାନ୍ୟ ବଚସାକୁ କେନ୍ଦ୍ରକରି କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ନୟାକୋଟ ଥାନା ଚମ୍ପାଝର ଗାଁରେ ନିଜର ବୃଦ୍ଧ ଦାଦାଙ୍କୁ ଟାଙ୍ଗିଆରେ ହାଣି ପୁତୁରା ହତ୍ୟା କରିବା ଘଟଣାରେ ଅଭିଯୁକ୍ତ ପୁତୁରାଙ୍କ ବୁଧବାର କୋର୍ଟ ଚାଲାଣ କରାଯାଇଛି। ମୃତକ ହେଲେ ଗ୍ରାମର ଗୁରୁ କମାଲ (୬୫)। ଏହି ମାମଲାରେ ପୋଲିସ ଅଭିଯୁକ୍ତ ମଧୁ କମାଲ (୪୦)ଙ୍କୁ ଗିରଫ କରି ପଚରାଉଚରା କରିବା ପରେ କୋର୍ଟ ଚାଲାଣ କରିଛି। ପ୍ରକାଶ ଯେ, ସୋମବାର ଗ୍ରାମରେ ରକ୍ଷାବନ୍ଧନ […] The post ପୁତୁରାଙ୍କ ଟାଙ୍ଗିଆ ଚୋଟରେ ଦାଦାଙ୍କ ମୃତ୍ୟୁ, ଅଭିଯୁକ୍ତ କୋର୍ଟ ଚାଲାଣ appeared first on Dharitri Odia News.
କେନ୍ଦୁଝର,୨୧ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ସାମାନ୍ୟ ବଚସାକୁ କେନ୍ଦ୍ରକରି କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ନୟାକୋଟ ଥାନା ଚମ୍ପାଝର ଗାଁରେ ନିଜର ବୃଦ୍ଧ ଦାଦାଙ୍କୁ ଟାଙ୍ଗିଆରେ ହାଣି ପୁତୁରା ହତ୍ୟା କରିବା ଘଟଣାରେ ଅଭିଯୁକ୍ତ ପୁତୁରାଙ୍କ ବୁଧବାର କୋର୍ଟ ଚାଲାଣ କରାଯାଇଛି। ମୃତକ ହେଲେ ଗ୍ରାମର ଗୁରୁ କମାଲ (୬୫)। ଏହି ମାମଲାରେ ପୋଲିସ ଅଭିଯୁକ୍ତ ମଧୁ କମାଲ (୪୦)ଙ୍କୁ ଗିରଫ କରି ପଚରାଉଚରା କରିବା ପରେ କୋର୍ଟ ଚାଲାଣ କରିଛି।
ପ୍ରକାଶ ଯେ, ସୋମବାର ଗ୍ରାମରେ ରକ୍ଷାବନ୍ଧନ ଉତ୍ସବ ଚାଲିଥିଲା। ରାତି ପ୍ରାୟ ୯ଟାରେ ଗୁର ଓ ତାଙ୍କ ସ୍ତ୍ରୀ ରୁଖ ଘରେ ନାତିକୁ ଖେଳାଉଥିଲେ। ଏହି ସମୟରେ ପୁତୁରା ମଧୁ ପହଞ୍ଚିଥିଲେ। କୌଣସି କଥାକୁ ନେଇ ଦାଦା-ପୁତୁରା ମଧ୍ୟରେ ବଚସା ହୋଇଥିଲା। ଏଥିରେ କଥା କଟାକଟି ହୋଇଥିଲା। ଉତ୍କ୍ଷିପ୍ତ ହୋଇ ପୁତୁରା ଟାଙ୍ଗିଆରେ ଦାଦା ଗୁରଙ୍କୁ ଆକ୍ରମଣ କରିଥିଲେ। ପାଖରେ ଥିବା ରୁଖ ନିଜ ସ୍ବାମୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ତାଙ୍କୁ ମଧ୍ୟ ସେ ଆକ୍ରମଣ କରିଥିଲେ। ପାଟି ଶୁଣି ତାଙ୍କ ଝିଅ ଘରୁ ଧାଇଁ ଆସିଥିଲେ। ତେବେ ତାଙ୍କୁ ମଧ୍ୟ ଆକ୍ରମଣ କରିବାକୁ ପଛେଇ ନ ଥିଲେ। ମା’ ଓ ଝିଅ ଜୀବନ ବଞ୍ଚାଇବାକୁ ଧାଇଁ ପଳାଇଥିଲେ। ତେବେ ଆକ୍ରମଣର ଶିକାର ହୋଇ ଗୁରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ। ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଥିବା ବେଳେ ରକ୍ତ ଭିଜା ଟାଙ୍ଗିଆକୁ ଜବତ କରିଥିଲା। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ମେଡିକାଲ ପଠାଇବା ପରେ ଅଭିଯୁକ୍ତ ମଧୁଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଏସ୍ଡିପିଓ ମହେନ୍ଦ୍ରନାଥ ମୁର୍ମୁ କେସ୍ ନମ୍ବର ୧୭୫/୨୪ରେ ହତ୍ୟା ମାମଲା ରୁଜୁ କରି ପୋଲିସ ଅଧିକ ତଦନ୍ତ କରୁଛି ବୋଲି କହିଛନ୍ତି।
The post ପୁତୁରାଙ୍କ ଟାଙ୍ଗିଆ ଚୋଟରେ ଦାଦାଙ୍କ ମୃତ୍ୟୁ, ଅଭିଯୁକ୍ତ କୋର୍ଟ ଚାଲାଣ appeared first on Dharitri Odia News.