ମଦ୍ୟପଙ୍କ ପାଇଁ ହେବ ସ୍ବାସ୍ଥ୍ୟବୀମା? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୩୧।୮: ବିଧାନସଭାରେ ବିଧାୟକଙ୍କ ରୋଚକ ପ୍ରଶ୍ନ। ସରକାର ମଦୁଆଙ୍କ ସ୍ବାସ୍ଥ୍ୟବୀମା ପାଇଁ ବ୍ୟବସ୍ଥା କରିବେ କି? ବିଧାନସଭାରେ ଏପରି ପ୍ରଶ୍ନ ପଚାରିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ। ଶନିବାର ଗୃହରେ ବିଜେଡି ବିଧାୟକ ସରକାରଙ୍କୁ ଏପରି ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ରାଜ୍ୟରେ ସମ୍ପୂର୍ଣ୍ଣ ନିଶା ନିବାରଣ ପାଇଁ ସରକାରଙ୍କ ପ୍ରସ୍ତାବ ଅଛି କି? ଯଦି ହଁ ତେବେ ଏହା କେବେ ଠୁ କାର୍ଯ୍ୟକାରୀ ହେବ? ତେବେ ମଦ୍ୟପଙ୍କୁ ପଞ୍ଜୀକରଣ କରି ବୀମାଭୁକ୍ତ ଓ ସ୍ବାସ୍ଥ୍ୟ ବୀମାଭୁକ୍ତ […] The post ମଦ୍ୟପଙ୍କ ପାଇଁ ହେବ ସ୍ବାସ୍ଥ୍ୟବୀମା? ବିଧାନସଭାରେ କହିଦେଲେ ମନ୍ତ୍ରୀ appeared first on Dharitri Odia News.

ମଦ୍ୟପଙ୍କ ପାଇଁ ହେବ ସ୍ବାସ୍ଥ୍ୟବୀମା? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୩୧।୮: ବିଧାନସଭାରେ ବିଧାୟକଙ୍କ ରୋଚକ ପ୍ରଶ୍ନ। ସରକାର ମଦୁଆଙ୍କ ସ୍ବାସ୍ଥ୍ୟବୀମା ପାଇଁ ବ୍ୟବସ୍ଥା କରିବେ କି? ବିଧାନସଭାରେ ଏପରି ପ୍ରଶ୍ନ ପଚାରିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ। ଶନିବାର ଗୃହରେ ବିଜେଡି ବିଧାୟକ ସରକାରଙ୍କୁ ଏପରି ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ରାଜ୍ୟରେ ସମ୍ପୂର୍ଣ୍ଣ ନିଶା ନିବାରଣ ପାଇଁ ସରକାରଙ୍କ ପ୍ରସ୍ତାବ ଅଛି କି? ଯଦି ହଁ ତେବେ ଏହା କେବେ ଠୁ କାର୍ଯ୍ୟକାରୀ ହେବ? ତେବେ ମଦ୍ୟପଙ୍କୁ ପଞ୍ଜୀକରଣ କରି ବୀମାଭୁକ୍ତ ଓ ସ୍ବାସ୍ଥ୍ୟ ବୀମାଭୁକ୍ତ କରିବାକୁ ସରକାର ବ୍ୟବସ୍ଥା କରିବେ କି? ଏହାର ଉତ୍ତର ରଖନ୍ତୁ ବୋଲି ବିଧାୟକ ପ୍ରଶ୍ନ କରିଛନ୍ତି।

ଏହାର ଉତ୍ତର ନେଇ ଅବକାରୀ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କହିଛନ୍ତି, ରାଜ୍ୟରେ ଏବେ ସଂପୂର୍ଣ୍ଣ ନିଶା ନିବାରଣ ପ୍ରସ୍ତାବ ନାହିଁ। ଏନେଇ ସରକାରଙ୍କର କୌଣସି ପ୍ରସ୍ତାବ ନାହିଁ। ବିଧାୟକଙ୍କ ଲିଖିତ ପ୍ରଶ୍ନ ଉତ୍ତରରେ ସମ୍ପୂର୍ଣ୍ଣ ନିଶା ନିବାରଣ ନେଇ କୌଣସି ଯୋଜନା ନ ଥିବା କହିଛନ୍ତି ମନ୍ତ୍ରୀ । ମଦ୍ୟପମାନଙ୍କୁ ପଞ୍ଜୀକରଣ କରି ବୀମାଭୁକ୍ତ କରିବା ବ୍ୟବସ୍ଥା ବି ନାହିଁ।

The post ମଦ୍ୟପଙ୍କ ପାଇଁ ହେବ ସ୍ବାସ୍ଥ୍ୟବୀମା? ବିଧାନସଭାରେ କହିଦେଲେ ମନ୍ତ୍ରୀ appeared first on Dharitri Odia News.