ପୁନଃ ନିଯୁକ୍ତି ପାଇଁ ଛଟେଇ ଏନଆରବିସି,ଆର ପି ମାନଙ୍କ ଜିଲ୍ଲା ସ୍ତରୀୟ ବୈଠକ ଓ କର୍ମକର୍ତା ଚୟନ

କଳାହାଣ୍ଡି୦୪/୦୯ କଳାହାଣ୍ଡି ଜିଲ୍ଲା,କୋକସରା ଧାନ ମଣ୍ଡିଠାରେ ଚୈତନ୍ୟ ପୁଞ୍ଜିଙ୍କ ସଭାପତିତ୍ବରେ ଜିଲ୍ଲା ଶିକ୍ଷା ସାଧନ କର୍ମୀ RP ମାନଙ୍କ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ୨୦୦୭ ମସିହାରେ ଛଟେଇ ହୋଇଥିବା ଅଣ ଆବାସିକ ସଂଯୋଗୀ ପାଠ୍ୟ କେନ୍ଦ୍ର NRBC/RBC ର ସାଧନ କର୍ମୀ RP ମାନଙ୍କ ପୁନଃ ନିଯୁକ୍ତି ପାଇଁ ଆଲୋଚନା କରାଯିବା ସହିତ ନୂତନ ଜିଲ୍ଲା ସ୍ତରୀୟ ସଂଘ କମିଟି ଗଠନ କରାଯାଇଥିଲା। ସଭାପତି ଭାବରେ , ଡିସେମ୍ବର ଖର୍ସେଲ,ଉପ ସଭାପତି ଭାବରେ ଧବଳେଶ୍ଵର […] The post ପୁନଃ ନିଯୁକ୍ତି ପାଇଁ ଛଟେଇ ଏନଆରବିସି,ଆର ପି ମାନଙ୍କ ଜିଲ୍ଲା ସ୍ତରୀୟ ବୈଠକ ଓ କର୍ମକର୍ତା ଚୟନ appeared first on Odisha.News.

ପୁନଃ ନିଯୁକ୍ତି ପାଇଁ ଛଟେଇ ଏନଆରବିସି,ଆର ପି ମାନଙ୍କ ଜିଲ୍ଲା ସ୍ତରୀୟ ବୈଠକ ଓ କର୍ମକର୍ତା ଚୟନ

କଳାହାଣ୍ଡି୦୪/୦୯
କଳାହାଣ୍ଡି ଜିଲ୍ଲା,କୋକସରା ଧାନ ମଣ୍ଡିଠାରେ ଚୈତନ୍ୟ ପୁଞ୍ଜିଙ୍କ ସଭାପତିତ୍ବରେ ଜିଲ୍ଲା ଶିକ୍ଷା ସାଧନ କର୍ମୀ RP ମାନଙ୍କ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ୨୦୦୭ ମସିହାରେ ଛଟେଇ ହୋଇଥିବା ଅଣ ଆବାସିକ ସଂଯୋଗୀ ପାଠ୍ୟ କେନ୍ଦ୍ର NRBC/RBC ର ସାଧନ କର୍ମୀ RP ମାନଙ୍କ ପୁନଃ ନିଯୁକ୍ତି ପାଇଁ ଆଲୋଚନା କରାଯିବା ସହିତ ନୂତନ ଜିଲ୍ଲା ସ୍ତରୀୟ ସଂଘ କମିଟି ଗଠନ କରାଯାଇଥିଲା। ସଭାପତି ଭାବରେ , ଡିସେମ୍ବର ଖର୍ସେଲ,ଉପ ସଭାପତି ଭାବରେ ଧବଳେଶ୍ଵର ମାଝୀ, ସମ୍ପାଦକ ଭାବରେ ତନୁକ ଲାଲ ନାଗ,ସହ ସମ୍ପାଦକ ଭାବରେ ସ୍ଵୟମ୍ବର ନାଏକ, କୋଷାଧ୍ୟକ୍ଷ ଭାବେ ଶରତ ଚନ୍ଦ୍ର ନାଏକଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଥିଲା।ପ୍ରକାଶ ଥାଉ କି ୨୦୦୭ ମସିହାରେ ସର୍ବଶିକ୍ଷା ଅଭିଯାନରେ ଛଟେଇ ହୋଇଥିବା EGS ସ୍ବେଛାସେବୀ EV ମାନେ ଗଣ ଶିକ୍ଷକ ଭାବରେ ପୁନଃ ନିଯୁକ୍ତି ପାଇଥିବା ବେଳେ NRBC ଶିକ୍ଷା ସାଧନ କର୍ମୀ RP ମାନଙ୍କ କ୍ଷେତ୍ରରେ ବର୍ତ୍ତମାନ ସୁଦ୍ଧା ସରକାରଙ୍କ ପକ୍ଷରୁ କୌଣସି ପୁନଃ ନିଯୁକ୍ତିର ବ୍ୟବସ୍ଥା କରା ଯାଇ ନାହିଁ। ଆଗାମୀ ଦିନରେ ଜିଲ୍ଲା ସ୍ତରୀୟ ସଂଘ ପକ୍ଷରୁ ନୂତନ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ବୈଠକରେ ଆଲୋଚନା କରା ଯାଇଥିଲା।ଅନୁଷ୍ଠିତ ହୋଇଥିବା ଏହି ବୈଠକରେ କଳାହାଣ୍ଡି ଜିଲ୍ଲାର କୋକସରା ତଥା ସମସ୍ତ ବ୍ଲକର ସାଧନ କର୍ମୀ ରୁପେନ୍ଦ୍ର ସୁନାନୀ, ହୃଦୟ ମଣି ସୁନା, ଅଶ୍ଵିନ ପଟେଲ, ପ୍ୟାରୀ ଲାଲ୍ ପଟେଲ, ସୁଶାନ୍ତ କୁମାର ବାଗ, ବୈକୁଣ୍ଠ ସମରଥ, ପିତାମ୍ବର ଶବର, ମଣ୍ଟୁ ବିହାରୀ ମୁଣ୍ଡ, ବିଘ୍ନ ରାଜ ବାଗ,ଅଭିରାମ ବାଣୁଆ, ଗୋପୀନାଥ ବାଗ ପ୍ରମୁଖ ଯୋଗଦାନ କରିଥିଲେ।

The post ପୁନଃ ନିଯୁକ୍ତି ପାଇଁ ଛଟେଇ ଏନଆରବିସି,ଆର ପି ମାନଙ୍କ ଜିଲ୍ଲା ସ୍ତରୀୟ ବୈଠକ ଓ କର୍ମକର୍ତା ଚୟନ appeared first on Odisha.News.