ପୁନମଙ୍କ ମୃତ୍ୟୁକୁ ନେଇ ବଢିଲା ସନ୍ଦେହ, ପରିବାର ନିଖୋଜ
ନୂଆଦିଲ୍ଲୀ,୩।୨: ରହସ୍ୟ ଘେରରେ ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ମୃତ୍ୟୁ ଖବର। ତାଙ୍କର ମୃତ୍ୟୁ ଗର୍ଭାଶୟ କ୍ୟାନସରରେ ହୋଇଛି କି ନାହିଁ ତାହା ବି ଏବେ ସନ୍ଦେ ଘେରରେ। ମୃତ୍ୟୁ ପରେ ଗୋଟିଏ ପରେ ଗୋଟିଏ ଆଶ୍ଚର୍ଯ୍ୟଜନକ ଖବର ଶୁଣିବାକୁ ମିଳୁଛି। କାହିଁକି ନା ତାଙ୍କ ପୁରା ପରିବାରଙ୍କ ଫୋନ ସ୍ବିଚଅଫ୍ ଆସୁଛି। ଇଣ୍ଡିଆ ଟୁଡେର ରିପୋର୍ଟ ଅନୁଯାୟୀ, ତାଙ୍କ ପରିବାରର କୌଣସି ସଦସ୍ୟଙ୍କୁ ଯୋଗାଯୋଗ କରାଯାଇପାରୁ ନାହିଁ। ଖବର ପ୍ରଚାର ହେବା ପରେ ତାଙ୍କ ଭଉଣୀଙ୍କ ଠାରୁ […] The post ପୁନମଙ୍କ ମୃତ୍ୟୁକୁ ନେଇ ବଢିଲା ସନ୍ଦେହ, ପରିବାର ନିଖୋଜ appeared first on Dharitri Odia News.
ନୂଆଦିଲ୍ଲୀ,୩।୨: ରହସ୍ୟ ଘେରରେ ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ମୃତ୍ୟୁ ଖବର। ତାଙ୍କର ମୃତ୍ୟୁ ଗର୍ଭାଶୟ କ୍ୟାନସରରେ ହୋଇଛି କି ନାହିଁ ତାହା ବି ଏବେ ସନ୍ଦେ ଘେରରେ। ମୃତ୍ୟୁ ପରେ ଗୋଟିଏ ପରେ ଗୋଟିଏ ଆଶ୍ଚର୍ଯ୍ୟଜନକ ଖବର ଶୁଣିବାକୁ ମିଳୁଛି। କାହିଁକି ନା ତାଙ୍କ ପୁରା ପରିବାରଙ୍କ ଫୋନ ସ୍ବିଚଅଫ୍ ଆସୁଛି। ଇଣ୍ଡିଆ ଟୁଡେର ରିପୋର୍ଟ ଅନୁଯାୟୀ, ତାଙ୍କ ପରିବାରର କୌଣସି ସଦସ୍ୟଙ୍କୁ ଯୋଗାଯୋଗ କରାଯାଇପାରୁ ନାହିଁ। ଖବର ପ୍ରଚାର ହେବା ପରେ ତାଙ୍କ ଭଉଣୀଙ୍କ ଠାରୁ ଆରମ୍ଭ କରି ଅନ୍ୟ ସଦସ୍ୟଙ୍କ ଫୋନ ସ୍ବିଚଅଫ୍ ଆସୁଛି।
ସୂଚନାଥାଉ କି, ପୁନମଙ୍କୁ କିଛିଦିନ ପୂର୍ବରୁ କ୍ୟାନସରର ଲାଷ୍ଟ ଷ୍ଟେଜରେ ଥିବା ସୂଚନା ମିଳିଥିଲା। ଶୁକ୍ରବାର ତାଙ୍କର ମୃତ୍ୟୁ ହୋଇଥିଲା। ପୁନମଙ୍କ ଭଉଣୀ ଏହି ସୂଚନା ଦେଇଥିଲେ। ଏହାପରେ ତାଙ୍କର ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏକ ପୋଷ୍ଟ ଶେୟାର କରାଯାଇଥିଲା। ଯେଉଁଥିରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ଜାଣିବାକୁ ମିଳିଥିଲା। କିନ୍ତୁ ପୋଷ୍ଟ ଶେୟାର କରିବା ପରେ ଯେତେବେଳେ ପୁନମଙ୍କ ଭଉଣୀଙ୍କୁ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରାଯାଇଥିଲା ତାଙ୍କର ଫୋନ ଅନରିଚେବଲ ଆସିଥିଲା। କେବଳ ଏତିକି ନୁହେଁ ପୁନମଙ୍କ ଭଉଣୀଙ୍କ ସମେତ ଅନ୍ୟ ପରିବାର ସଦସ୍ୟ ଏବେ ନିଖୋଜ ହୋଇଯାଇଛନ୍ତି। ତାଙ୍କ ଟିମ୍ର ୨-୩ଜଣଙ୍କୁ ଯୋଗାଯୋଗ କରାଯିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେମାନଙ୍କ ଫୋନ ମଧ୍ୟ ସ୍ବିଚଅଫ୍ ଆସୁଛି। ତେବେ ଏପରି ସ୍ଥିତିରେ ପୁନମଙ୍କ ମୃତ୍ୟୁକୁ ନେଇ ସନ୍ଦେହ ବଢିବାରେ ଲାଗିଛି।
The post ପୁନମଙ୍କ ମୃତ୍ୟୁକୁ ନେଇ ବଢିଲା ସନ୍ଦେହ, ପରିବାର ନିଖୋଜ appeared first on Dharitri Odia News.