ଜେଏନୟୁରେ ଛାତ୍ର ଅଶାନ୍ତି: ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍‌

ନୂଆଦିଲ୍ଲୀ,୧।୩: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ)ରେ ଛାତ୍ର ଅଶାନ୍ତ ଦେଖାଦେଇଛି। ଅଖିଳ ଭାରତ ବିଦ୍ୟା ପରିଷଦ(ଏବିଭିପି) ଏବଂ ବାମପନ୍ଥୀ ଗୋଷ୍ଠୀ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ହେବା ସହ ମାରପିଟ୍‌ ହୋଇଛି। ଫଳରେ ୩ଜଣ ଛାତ୍ର ଆହତ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ, ସାଧାରଣ ବୈଠକ ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଶୁକ୍ରବାର ରାତିରେ ସ୍କୁଲ ଅଫ ଲାଙ୍ଗୁଏଜରେ ନିର୍ବାଚନ କମିଟି ସଦସ୍ୟ ଚୟନକୁ ନେଇ ଯୁକ୍ତିତର୍କ ହୋଇଥିଲ। ପରେ ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି […] The post ଜେଏନୟୁରେ ଛାତ୍ର ଅଶାନ୍ତି: ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍‌ appeared first on Dharitri Odia News.

ଜେଏନୟୁରେ ଛାତ୍ର ଅଶାନ୍ତି: ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍‌

ନୂଆଦିଲ୍ଲୀ,୧।୩: ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ(ଜେଏନୟୁ)ରେ ଛାତ୍ର ଅଶାନ୍ତ ଦେଖାଦେଇଛି। ଅଖିଳ ଭାରତ ବିଦ୍ୟା ପରିଷଦ(ଏବିଭିପି) ଏବଂ ବାମପନ୍ଥୀ ଗୋଷ୍ଠୀ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ହେବା ସହ ମାରପିଟ୍‌ ହୋଇଛି। ଫଳରେ ୩ଜଣ ଛାତ୍ର ଆହତ ହୋଇଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁସାରେ, ସାଧାରଣ ବୈଠକ ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଶୁକ୍ରବାର ରାତିରେ ସ୍କୁଲ ଅଫ ଲାଙ୍ଗୁଏଜରେ ନିର୍ବାଚନ କମିଟି ସଦସ୍ୟ ଚୟନକୁ ନେଇ ଯୁକ୍ତିତର୍କ ହୋଇଥିଲ। ପରେ ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି ହୋଇଥିଲା। ଏପରିକି ଛାତ୍ରମାନେ ପାଟିତୁଣ୍ଡ କରିବା ସହ ଭଙ୍ଗାରୁଜା କରିଥିବା ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ଭିଡିଓରେ ଜଣେ ଛାତ୍ରଙ୍କ ମୁଣ୍ଡରୁ ଆଘାତ ଲାଗି ରକ୍ତସ୍ରାବ ହେଉଥିବା ଦେଖିବାକୁ ମିଳିଛି। ଅନ୍ୟ କେତେଜଣ ଛାତ୍ର ଆହତ ହୋଇଥିବା ଜଣାପଡିଛି। ଅନ୍ୟପକ୍ଷେ ଜଣେ ଛାତ୍ର ସାଇକେଲ ଫିଙ୍ଗୁ ଥିବା ଭିଡିଓ ଭାଇରାଲ ହୋଇଛି। ଆହତମାନଙ୍କୁ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

ଘଟଣାକୁ ନେଇ ବିଶ୍ୱବିଦ୍ୟାଳୟ ପ୍ରଶାସନ ପକ୍ଷରୁ କୌଣସି ବିବୃତ୍ତି ଜାରି କରାଯାଇ ନାହିଁ। ଏପରିକି ଗଣ୍ଡଗୋଳକୁ ନେଇ କୌଣସି ଅଭିଯୋଗ ଆସି ନ ଥିବା ପୋଲିସ କହିଛି।

The post ଜେଏନୟୁରେ ଛାତ୍ର ଅଶାନ୍ତି: ଦୁଇ ଗୋଷ୍ଠୀ ମଧ୍ୟରେ ମାରପିଟ୍‌ appeared first on Dharitri Odia News.