ପୁରୀ ଓ କଟକରେ ବଣ୍ଟାଗଲା ମାଗଣା ଚିକେନ୍ ପକୋଡ଼ା, କେଇ ଘଣ୍ଟାରେ କୁଇଣ୍ଟାଲ୍ କୁଇଣ୍ଟାଲ୍ ମାଂସ ଶେଷ
ପୁରୀ/କଟକ : ମାଗଣା ଚିକେନ୍ ପକୋଡ଼ା ପାଇଁ ପୁରୀ ଛଇତନା ବଜାରରେ ଲମ୍ବା ଧାଡ଼ି । ସେହିପରି କଟକ ପ୍ରେସ ଛକରେ ଲୋକଙ୍କୁ ମାଗଣା ଚିକେନ୍ ପକୋଡା ବାଣ୍ଟିଲା ଓଡିଶା କୁକୁଡ଼ା ବ୍ୟବସାୟୀ ସଂଘ। ପୁରୀରେ ୪ ଘଣ୍ଟାରେ ୨ କୁଇଣ୍ଟାଲ୍ କୁକୁଡ଼ା ମାଂସ ଶେଷ । ରାମଚଣ୍ଡୀ ଥାନା ଅଧୀନ ଛଇତନା ବଜାରରେ ବଣ୍ଟା ଯାଇଛି ମାଗଣା ଚିକେନ୍ ପକୋଡ଼ା । ଏଥିପାଇଁ ଲୋକଙ୍କ ଭିଡ଼ ଜମିଛି । ଶୁକ୍ରବାର ଅପରାହ୍ନ ୫ଟାରୁ ରାତି ୯ଟା […] The post ପୁରୀ ଓ କଟକରେ ବଣ୍ଟାଗଲା ମାଗଣା ଚିକେନ୍ ପକୋଡ଼ା, କେଇ ଘଣ୍ଟାରେ କୁଇଣ୍ଟାଲ୍ କୁଇଣ୍ଟାଲ୍ ମାଂସ ଶେଷ appeared first on KNews Odisha.

ପୁରୀ/କଟକ : ମାଗଣା ଚିକେନ୍ ପକୋଡ଼ା ପାଇଁ ପୁରୀ ଛଇତନା ବଜାରରେ ଲମ୍ବା ଧାଡ଼ି । ସେହିପରି କଟକ ପ୍ରେସ ଛକରେ ଲୋକଙ୍କୁ ମାଗଣା ଚିକେନ୍ ପକୋଡା ବାଣ୍ଟିଲା ଓଡିଶା କୁକୁଡ଼ା ବ୍ୟବସାୟୀ ସଂଘ। ପୁରୀରେ ୪ ଘଣ୍ଟାରେ ୨ କୁଇଣ୍ଟାଲ୍ କୁକୁଡ଼ା ମାଂସ ଶେଷ । ରାମଚଣ୍ଡୀ ଥାନା ଅଧୀନ ଛଇତନା ବଜାରରେ ବଣ୍ଟା ଯାଇଛି ମାଗଣା ଚିକେନ୍ ପକୋଡ଼ା । ଏଥିପାଇଁ ଲୋକଙ୍କ ଭିଡ଼ ଜମିଛି । ଶୁକ୍ରବାର ଅପରାହ୍ନ ୫ଟାରୁ ରାତି ୯ଟା ଯାଏଁ ଏହି ଚିକେନ୍ ପକୋଡ଼ା ବଣ୍ଟା ଯାଇଛି ।
୪ ଘଣ୍ଟାରେ ପ୍ରାୟ ୨ କ୍ଵିଣ୍ଟାଲ୍ ଚିକେନ୍ରେ ପ୍ରସ୍ତୁତ ପକୋଡ଼ା ଖାଇଛନ୍ତି ଲୋକେ । କୁକୁଡ଼ା ଚିଆଁ ଓ ଦାନା ବିକ୍ରି କରୁଥିବା ଏକ ସଂସ୍ଥା ଏହି ମାଗଣା ଚିକେନ୍ ପକୋଡ଼ା ବାଣ୍ଟିଥିବା ଲୋକେ କହିଛନ୍ତି । ଛୋଟ ପିଲାଙ୍କଠାରୁ ବୟସ୍କବ୍ୟକ୍ତି ବି ଧାଡ଼ିରେ ରହି ଚିକେନ୍ ପକୋଡ଼ା ଖାଇବା ସହ ଘରକୁ ମଧ୍ଯ ନେଉଥିବା ଦେଖିବାକୁ ମିଳିଛି ।
ଅନ୍ୟପଟେ ଜିଲ୍ଲାର ୪ଟି ବ୍ଲକ୍ରେ ବାର୍ଡ଼ ଫ୍ଲୁ ଆତଙ୍କ ରଚିଥିବା ବେଳେ ଛଇତନା ବଜାରରେ ମାଗଣା ଚିକେନ୍ ପକୋଡ଼ା ବଣ୍ଟନ ଘଟଣା ଚର୍ଚ୍ଚାକୁ ଆସିଛି । ଅନେକ ବାର୍ଡ଼ ଫ୍ଲୁ ଭୟରେ ଏହି ପକୋଡ଼ା ଖାଇନଥିବା ବେଳେ ଏଭଳି ମାଗଣା ବଣ୍ଟନକୁ ନାପସନ୍ଦ ମଧ୍ୟ କରିଛନ୍ତି ।
ସେହିପରି କଟକ ପ୍ରେସ ଛକରେ ଲୋକଙ୍କୁ ମାଗଣା ଚିକେନ୍ ପକୋଡା ବାଣ୍ଟିଲା ଓଡିଶା କୁକୁଡ଼ା ବ୍ୟବସାୟୀ ସଂଘ । ଚିକେନ୍ ପକୋଡା ଖାଇବା ପାଇଁ ଲୋକଙ୍କର ଭିଡ଼ ଦେଖିବାକୁ ମିଳିଥିଲା । ପାଖାପାଖି ଦେଢ଼ କୁଇଣ୍ଟାଲ ଚିକେନ୍ ପକୋଡା ମାଗଣା ବାଣ୍ଟିଥିଲା ବ୍ୟବସାୟୀ ସଂଘ ।
କୁକୁଡ଼ା ମାଂସ ଖାଆନ୍ତୁ , ସମସ୍ତ ଙ୍କୁ ଖୁଆନ୍ତୁ ନିଜେ ସୁସ୍ଥ ରୁହନ୍ତୁ ଓ ଅନ୍ୟମାନଙ୍କୁ ସୁସ୍ତ ରଖନ୍ତୁ ଏମିତି କିଛି ବାର୍ତ୍ତା ବାଣ୍ଟି କଟକ ପ୍ରେସ ଛକରେ ଏକାଠି ହୋଇଥିଲେ ଓଡିଶା କୁକୁଡ଼ା ବ୍ୟବସାୟୀ ସଂଘର ସଦସ୍ୟ ମାନେ। ବାର୍ଡ ପ୍ଲୁ ପାଇଁ ଚିକେନ୍ ଏବେ କେହି ଖାଉ ନଥିବାରୁ ଚିକେନ୍ ବ୍ୟବସାୟ ମାନ୍ଦା ପଡି ଯାଇଛି । ବେପାର ନ ହେବାରୁ ଚିକେନ୍ ବ୍ୟବସାୟୀ ମାନେ କ୍ଷତି ସହୁଛନ୍ତି । ଏଥିଲାଗି ବ୍ୟବସାୟୀ ମାନେ ଏକାଠି ହୋଇ ମାଗଣା ରେ ଚିକେନ୍ ପକୋଡା ସାଧାରଣ ଲୋକଙ୍କୁ ଖୁଆଇ ଲୋକଙ୍କୁ ସଚେତନ କରାଇଥିଲେ ।
The post ପୁରୀ ଓ କଟକରେ ବଣ୍ଟାଗଲା ମାଗଣା ଚିକେନ୍ ପକୋଡ଼ା, କେଇ ଘଣ୍ଟାରେ କୁଇଣ୍ଟାଲ୍ କୁଇଣ୍ଟାଲ୍ ମାଂସ ଶେଷ appeared first on KNews Odisha.