ମହାଦେବ ବେଟିଂ ଆପ୍ ପ୍ରମୋଟର୍ ସୌରଭ ଚନ୍ଦ୍ରାକର ଗିରଫ, ଦୁବାଇରେ ଲୁଚି ଥିଲା

ମହାଦେବ ବେଟିଂ ଆପ୍ ପ୍ରମୋଟର୍ ସୌରଭ ଚନ୍ଦ୍ରାକରକୁ ଦୁବାଇରେ ଗିରଫ କରାଯାଇଛି । ଅର୍ଥ ହେରଫେର ତଥା ଠକେଇ ମାମଲାରେ ଇଣ୍ଟରପୋଲ ସୌରଭ ଚନ୍ଦ୍ରାକର ବିରୋଧରେ ଗିରଫ ପରୱାନା ଜାରି କରିଥିଲା । ଗତ ବର୍ଷ ଦୁବାଇରେ ସୌରଭ ଚନ୍ଦ୍ରାକର ଏବଂ ମହାଦେବ ଆପର ଅନ୍ୟ ଜଣେ ପ୍ରମୋଟର ରବି ଉପ୍ପଲଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ଉଭୟଙ୍କ ବିରୋଧରେ ରେଡ୍ କର୍ଣ୍ଣର ନୋଟିସ୍ ଜାରି କରିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ-ଇଡି ଅନୁରୋଧ କରିଥିଲା । ଛତିଶଗଡ଼ର ଭିଲାଇ […] The post ମହାଦେବ ବେଟିଂ ଆପ୍ ପ୍ରମୋଟର୍ ସୌରଭ ଚନ୍ଦ୍ରାକର ଗିରଫ, ଦୁବାଇରେ ଲୁଚି ଥିଲା appeared first on KNews Odisha.

ମହାଦେବ ବେଟିଂ ଆପ୍ ପ୍ରମୋଟର୍ ସୌରଭ ଚନ୍ଦ୍ରାକର ଗିରଫ, ଦୁବାଇରେ ଲୁଚି ଥିଲା
mahadev app

ମହାଦେବ ବେଟିଂ ଆପ୍ ପ୍ରମୋଟର୍ ସୌରଭ ଚନ୍ଦ୍ରାକରକୁ ଦୁବାଇରେ ଗିରଫ କରାଯାଇଛି । ଅର୍ଥ ହେରଫେର ତଥା ଠକେଇ ମାମଲାରେ ଇଣ୍ଟରପୋଲ ସୌରଭ ଚନ୍ଦ୍ରାକର ବିରୋଧରେ ଗିରଫ ପରୱାନା ଜାରି କରିଥିଲା । ଗତ ବର୍ଷ ଦୁବାଇରେ ସୌରଭ ଚନ୍ଦ୍ରାକର ଏବଂ ମହାଦେବ ଆପର ଅନ୍ୟ ଜଣେ ପ୍ରମୋଟର ରବି ଉପ୍ପଲଙ୍କୁ ମଧ୍ୟ ଗିରଫ କରାଯାଇଥିଲା ।

ଉଭୟଙ୍କ ବିରୋଧରେ ରେଡ୍ କର୍ଣ୍ଣର ନୋଟିସ୍ ଜାରି କରିବାକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ-ଇଡି ଅନୁରୋଧ କରିଥିଲା । ଛତିଶଗଡ଼ର ଭିଲାଇ ସହରର ବାସିନ୍ଦା ସୌରଭ ତାଙ୍କ ସହଯୋଗୀ ରବି ଉପ୍ପଲଙ୍କ ସହ ଦୁବାଇରୁ ‘ମହାଦେବ ଗେମିଂ-ବେଟିଂ’ ନାମକ ଏକ ଅନଲାଇନ୍ ବେଟିଂ ଆପ୍ ଚଲାଇଥିବା ଅଭିଯୋଗ ହୋଇଛି । ଏହି ଆପ୍ ର ବାର୍ଷିକ ବ୍ୟବସାୟ ୨୦ ହଜାର କୋଟିରୁ ଅଧିକ ହେବ ବୋଲି କୁହାଯାଉଛି । ମହାଦେବ ବେଟିଂ ଆପ୍ ଆରମ୍ଭ କରିବା ପୂର୍ବରୁ ସୌରଭ ଚନ୍ଦ୍ରାକର ଭିଲାଇରେ ଏକ ଜୁସ୍ ଦୋକାନ ଚଲାଉଥିଲା ।

The post ମହାଦେବ ବେଟିଂ ଆପ୍ ପ୍ରମୋଟର୍ ସୌରଭ ଚନ୍ଦ୍ରାକର ଗିରଫ, ଦୁବାଇରେ ଲୁଚି ଥିଲା appeared first on KNews Odisha.