‌ପୁରୀ ଜିଲ୍ଲା ପ୍ରଶାସନ ଜାରି କଲା ରଥଯାତ୍ରାର ବିଚିତ୍ର ଭିଡିଓ; ନନ୍ଦିଘୋଷରେ ବଳଭଦ୍ର, ତାଳଧ୍ୱଜରେ ଜଗନ୍ନାଥ

ପୁରୀ: ମହାପ୍ରଭୁଙ୍କୁ ଅପମାନ। ଖୋଦ୍‌ ପୁରୀରେ ଆଉ ଜିଲ୍ଲା ପ୍ରଶାସନ ହିଁ ଏଭଳି ଅପମାନିତ କରିଛି। ରଥଯାତ୍ରାକୁ ଆଉ ଶହେ ଦିନ ରହିଲା ବୋଲି ଏକ ଭିଡ଼ିଓ ଜାରି କରିଛି ଜିଲ୍ଲା ପ୍ରଶାସନ। ଏଥିରେ ପ୍ରଦର୍ଶିତ ନନ୍ଦିଘୋଷ ରଥରେ ବଡ଼ଠାକୁର ବଳଭଦ୍ର ରହିଥିବା ବେଳେ ତାଳଧ୍ୱଜ ରଥରେ ରହିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ଏହି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଯେଉଁମାନେ ପ୍ରଶାସନର ଏଭଳି ଗୁରୁତର ତ୍ରୁଟିକୁ ଜାଣୁଛନ୍ତି ସେମାନେ ମୁଣ୍ଡରେ ହାତ ଦେଉଛନ୍ତି। […]

‌ପୁରୀ ଜିଲ୍ଲା ପ୍ରଶାସନ ଜାରି କଲା ରଥଯାତ୍ରାର ବିଚିତ୍ର ଭିଡିଓ; ନନ୍ଦିଘୋଷରେ ବଳଭଦ୍ର, ତାଳଧ୍ୱଜରେ ଜଗନ୍ନାଥ
Puri district administration releases a video of Rath Yatra Balabhadra in Nandighosha Jagannath in Taldhwaja

ପୁରୀ: ମହାପ୍ରଭୁଙ୍କୁ ଅପମାନ। ଖୋଦ୍‌ ପୁରୀରେ ଆଉ ଜିଲ୍ଲା ପ୍ରଶାସନ ହିଁ ଏଭଳି ଅପମାନିତ କରିଛି। ରଥଯାତ୍ରାକୁ ଆଉ ଶହେ ଦିନ ରହିଲା ବୋଲି ଏକ ଭିଡ଼ିଓ ଜାରି କରିଛି ଜିଲ୍ଲା ପ୍ରଶାସନ। ଏଥିରେ ପ୍ରଦର୍ଶିତ ନନ୍ଦିଘୋଷ ରଥରେ ବଡ଼ଠାକୁର ବଳଭଦ୍ର ରହିଥିବା ବେଳେ ତାଳଧ୍ୱଜ ରଥରେ ରହିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ଏହି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଯେଉଁମାନେ ପ୍ରଶାସନର ଏଭଳି ଗୁରୁତର ତ୍ରୁଟିକୁ ଜାଣୁଛନ୍ତି ସେମାନେ ମୁଣ୍ଡରେ ହାତ ଦେଉଛନ୍ତି। ଅନ୍ୟ ଜିଲ୍ଲା ନୁହେଁ, ପୁରୀ ଜିଲ୍ଲା ପ୍ରଶାସନ ଏଭଳି ଭୁଲ୍‌ କଲା କିପରି ବୋଲି କହୁଛନ୍ତି। ବାସ୍ତବରେ ପ୍ରଶାସନ କ’ଣ କେଉଁ ରଥରେ କେଉଁ ଠାକୁର ଯାତ୍ରା କରନ୍ତି ତାହା ଜାଣିନାହିଁ ବୋଲି ପ୍ରଶ୍ନ କରିଛନ୍ତି।

ଆସନ୍ତା ଜୁନ୍‌ ୨୭ ତାରିଖରେ ରଥଯାତ୍ରା। ଏଥିପାଇଁ ଜିଲ୍ଲା ପ୍ରଶାସନ ଏକ ଟିଜର ପ୍ରସ୍ତୁତ କରିଛି। ରଥଯାତ୍ରାକୁ ଆଉ ୧୦୦ ଦିନ ରହିଲା ବୋଲି ଦର୍ଶାଇ ପ୍ରସ୍ତୁତ ହୋଇଥିବା ଏହି ଭିଡ଼ିଓରେ ଶ୍ରୀମନ୍ଦିର, ବଡ଼ଦାଣ୍ଡ, ରଥଯାତ୍ରା ଏବଂ ରଥ ଆଦି ରହିଛି। ଏଥିରେ ତିନିରଥର ଗ୍ରାଫିକ୍ସ କରାଯାଇଛି। ଯେଉଁଥିରେ ଜିଲ୍ଲା ପ୍ରଶାସନ ପୁରୀ ଲେଖା ଯାଇଥିବା ବେଳେ ରାଜ୍ୟ ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନର ଲୋଗୋ ରହିଛି। ହେଲେ ଦୁର୍ଭାଗ୍ୟର ବିଷୟ ନନ୍ଦିଘୋଷ ରଥରେ ବଳଭଦ୍ର ଏବଂ ତାଳଧ୍ୱଜ ରଥରେ ଶ୍ରୀଜଗନ୍ନାଥଙ୍କୁ ବିରାଜମାନ କରାଯାଇଛି। ମହାପ୍ରଭୁଙ୍କ ପ୍ରତି ଏହା ବଡ଼ ଅପମାନ ବୋଲି ମତ ଦେଇଛନ୍ତି ଅନେକ ଭକ୍ତ।

ସବୁଠୁ ବଡ଼ କଥା ହେଉଛି ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ଏଭଳି ଟିଜରର ଆବଶ୍ୟକତା କାହିଁକି ପଡିଲା? ଚଳଚ୍ଚିତ୍ର କିମ୍ବା କୌଣସି ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମର ଯେପରି କାଉଣ୍ଟଡାଉନ୍‌ କରାଯାଏ ପ୍ରଶାସନ ସେଥିରେ ରଥଯାତ୍ରାକୁ ସାମିଲ କରିଦେଇଛି। ନୂଆ କିଛି କରିବାକୁ ଯାଇ ଏହି ଭିଡ଼ିଓ ବଡ଼ ଭୁଲ୍‌ର ବାର୍ତ୍ତା ଦେଇଛି। ଆମେ ଓଡ଼ିଆ, ଆମ ଆରାଧ୍ୟ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ହେଲେ ତାଙ୍କ ରଥ କିଏ ଯଦି ଆମେ ଜାଣି ନ ପାରିବା ତେବେ ଏହାଠୁ ଭଳି ବଡ଼ ଲଜ୍ଜାଜନକ କଥା ଆଉ କିଛି ନାହିଁ। ଏହା କ’ଣ ଆମ ଓଡ଼ିଆ ଅସ୍ମିତା ବୋଲି ପ୍ରଶ୍ନ କରିଛନ୍ତି ଅନେକ ଶ୍ରଦ୍ଧାଳୁ।