ପୁରୀ ବଳଙ୍ଗା ଛାତ୍ରୀ ପୋଡ଼ି ଘଟଣା, ଏବେବି ପୋଲିସର ହାତ ଖାଲି

ଭୁବନେଶ୍ବର : ପୁରୀ ବଳଙ୍ଗା ଛାତ୍ରୀ ପୋଡ଼ି ଘଟଣା। ଦୁଇ ଦିନ ହେଲାଣି । ହେଲେ ଏଯାଏଁ ପୋଲିସର ହାତ... The post ପୁରୀ ବଳଙ୍ଗା ଛାତ୍ରୀ ପୋଡ଼ି ଘଟଣା, ଏବେବି ପୋଲିସର ହାତ ଖାଲି appeared first on .

ପୁରୀ ବଳଙ୍ଗା ଛାତ୍ରୀ ପୋଡ଼ି ଘଟଣା, ଏବେବି ପୋଲିସର ହାତ ଖାଲି

ଭୁବନେଶ୍ବର : ପୁରୀ ବଳଙ୍ଗା ଛାତ୍ରୀ ପୋଡ଼ି ଘଟଣା। ଦୁଇ ଦିନ ହେଲାଣି । ହେଲେ ଏଯାଏଁ ପୋଲିସର ହାତ ଖାଲି। ଜଣେ ବି ଅଭିଯୁକ୍ତକୁ ଧରିପାରିନାହିଁ ପୋଲିସ।  ପୋଲିସ ମୁଖିଆ ଯାଇ ତନାଘନା କରି ଫେରିଛନ୍ତି। ପୋଲିସ ଆଇଜି, ଏସପିଙ୍କ ସହ  ଆଲୋଚନା କରି ଫେରିଛନ୍ତି ପୋଲିସ ଡିଜି। ପୀଡ଼ିତାଙ୍କ ସହ ଅନ୍ୟ ସମ୍ପର୍କୀୟଙ୍କ ଫୋନ ରେକର୍ଡ ଯାଞ୍ଚ କରାଯାଇଛି। ଫୋନ ରେକର୍ଡରୁ ଅନେକ ସୁରାକ ମିଳିଥିବା ସୂଚନା ମିଳିଛି। ସାଇବର ଏକ୍ସପର୍ଟମାନେ ଏହି ସବୁ ତଥ୍ୟକୁ ଯାଞ୍ଚ କରୁଛନ୍ତି। ହେଲେ ଅଭିଯୁକ୍ତଙ୍କ ନିକଟରେ ପହଞ୍ଚି ପାରିନି ପୋଲିସ। ଏବେବି ପୋଲିସର ତନାଘନା ଜାରି ରହିଛି। ସେପଟେ ଦିଲ୍ଲୀ ଏମସରେ ବଳଙ୍ଗା ପୀଡ଼ିତାଙ୍କ ଚିକିତ୍ସା ଜାରି ରହିଛି। ପୀଡ଼ିତାଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାପଡିଛି। ପୀଡ଼ିତାଙ୍କ ଶରୀରର ୭୫% ପୋଡ଼ିଯାଇଛି।  ଦିଲ୍ଲୀ ଏମସ ବର୍ନ ICUରେ ଭର୍ତ୍ତି ହୋଇଛନ୍ତି ବଳଙ୍ଗା ପୀଡ଼ିତା। ଅକ୍ସିଜେନ ସପୋର୍ଟରେ ରହିଛନ୍ତି ପୀଡ଼ିତା। ବିଭିନ୍ନ ବିଭାଗର ଡାକ୍ତରଙ୍କୁ ନେଇ ଗଠିତ ଟିମ ଘଟଣାର ତଦାରଖ କରୁଛନ୍ତି।

The post ପୁରୀ ବଳଙ୍ଗା ଛାତ୍ରୀ ପୋଡ଼ି ଘଟଣା, ଏବେବି ପୋଲିସର ହାତ ଖାଲି appeared first on .