ପୁରୀ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି, ଜଣେ ଗୁରୁତର ଚିକିତ୍ସାଧୀନ

ପୁରୀ ୧।୧୧: ପୁରୀ ସଦର ଥାନା ଅନ୍ତର୍ଗତ ବାଟ ଗାଁ ରାଉତ ସାହିରେ ବାଣ ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କର ମୃତ୍ୟୁ । ଏହି ଘଟଣାରେ ଏପର୍ଯ୍ୟନ୍ତ ୨ ଜଣଙ୍କର ମୃତ୍ୟୁ ଘଟିଲାଣି l ସୂଚନାଯୋଗ୍ୟ ଯେ, ଜଣଙ୍କ ଘରେ ବାଣ ତିଆରି ଚାଲୁଥିବା ସମୟରେ ବିସ୍ଫୋରଣ ଘଟିଥିଲା l ଯାହାଫଳରେ ୩ ଜଣ ଗୁରୁତର ହୋଇଥିଲେ l ଜଣଙ୍କର ଶୁକ୍ରବାର କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ତେବେ ଶୁକ୍ରବାର ଆଉ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି l ସେପଟେ ଏହି ଘଟଣାକୁ ଗୁରୁତ୍ବର ସହ ନେଇଛନ୍ତି ପୁରୀ ଏସ୍‌ପି l ଏହି ଘଟଣାରେ ମାମଲା ରୁଜୁ କରାଯାଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ପି ଭିନୀତ ଅଗ୍ରୱାଲ ସୂଚନା ଦେଇଛନ୍ତି ।You Can Read:ଭାରସାମ୍ୟ ହରାଇ ରାସ୍ତାରୁ ଖସିଲା ବସ୍, ବର୍ତ୍ତିଗଲେ ୨୫ରୁ ଅଧିକ ଯାତ୍ରୀ

ପୁରୀ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି, ଜଣେ ଗୁରୁତର ଚିକିତ୍ସାଧୀନ

ପୁରୀ ୧।୧୧: ପୁରୀ ସଦର ଥାନା ଅନ୍ତର୍ଗତ ବାଟ ଗାଁ ରାଉତ ସାହିରେ ବାଣ ବିସ୍ଫୋରଣ ଘଟଣାରେ ଆଉ ଜଣଙ୍କର ମୃତ୍ୟୁ । ଏହି ଘଟଣାରେ ଏପର୍ଯ୍ୟନ୍ତ ୨ ଜଣଙ୍କର ମୃତ୍ୟୁ ଘଟିଲାଣି l 

ସୂଚନାଯୋଗ୍ୟ ଯେ, ଜଣଙ୍କ ଘରେ ବାଣ ତିଆରି ଚାଲୁଥିବା ସମୟରେ ବିସ୍ଫୋରଣ ଘଟିଥିଲା l ଯାହାଫଳରେ ୩ ଜଣ ଗୁରୁତର ହୋଇଥିଲେ l ଜଣଙ୍କର ଶୁକ୍ରବାର କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ତେବେ ଶୁକ୍ରବାର ଆଉ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି l 

ସେପଟେ ଏହି ଘଟଣାକୁ ଗୁରୁତ୍ବର ସହ ନେଇଛନ୍ତି ପୁରୀ ଏସ୍‌ପି l ଏହି ଘଟଣାରେ ମାମଲା ରୁଜୁ କରାଯାଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ପି ଭିନୀତ ଅଗ୍ରୱାଲ ସୂଚନା ଦେଇଛନ୍ତି ।

You Can Read:

ଭାରସାମ୍ୟ ହରାଇ ରାସ୍ତାରୁ ଖସିଲା ବସ୍, ବର୍ତ୍ତିଗଲେ ୨୫ରୁ ଅଧିକ ଯାତ୍ରୀ