ମୋସାଦର ଭୟାନକ ଷଡଯନ୍ତ୍ର; ଟୁଥ୍ ପେଷ୍ଟରେ ସ୍ଲୋ ପଏଜନ, ଯନ୍ତ୍ରଣା ଦେଇ ମାରିବାର ଜବରଦସ୍ତ ଫର୍ମୁଲା
ନୂଆଦିଲ୍ଲୀ ୦୭।୦୮: ଇହୁଦି ରାଷ୍ଟ୍ରର ଭୟାନକ ଗୋଇନ୍ଦା । ଯେତିକି ଦୁର୍ଦ୍ଦଶ ସେତିକି ଖତରନାକ୍ । ମୋସାଦ , ଇସ୍ରାଏଲର ସବୁଠୁ ବଡ଼ ଅସ୍ତ୍ର । ସେଥିଲାଗି ତ ମୋସାଦକୁ କୁହାଯାଏ ଦୁନିଆର ସବୁଠାରୁ ବିପଜ୍ଜନକ ଏବଂ ଶକ୍ତିଶାଳୀ ସିକ୍ରେଟ ଏଜେନ୍ସି । ଇରାନରେ ହାମାସ ମୁଖ୍ୟଙ୍କ ମୃତ୍ୟୁରେ ମୋସାଦର ଲିଙ୍କ୍ । ରାଗରେ ଜଳୁଛି ଇରାନ୍ । ଉପସାଗରୀୟ ଅଞ୍ଚଳ ହେବକି ଆହୁରି ଅଶାନ୍ତ ? ତେବେ ମୋସାଦ୍ କ’ଣ ଏତେ ପାରିବାର ? ମୋସାଦ ଟାର୍ଗେଟ୍ ସତରେ ଭୟଙ୍କର ? ମୋସାଦ ପାଇଁ ଚର୍ଚ୍ଚା ଜୋରଦାର । ଏବେ ନୁହେଁ ମୋସାଦ ସବୁବେଳେ ଶତ୍ରୁ ପାଇଁ ଭୟଙ୍କର । ତାର କାରନାମା କେବଳ ଆଶ୍ଚର୍ଯ୍ୟଜନକ ନୁହେଁ ଅବିଶ୍ୱସନୀୟ । ଇତିହାସ ତାର ସାକ୍ଷୀ । ଶ୍ତୁକୁ କ୍ଷମା , ଏ ଶବ୍ଦ ନାହିଁ ମୋସାଦର ଡିକ୍ସିନାରୀରେ । ମୋସାଦ୍ କାରନାମାର ରହିଛି ଅନେକ ଘଟଣା। ଇସ୍ରାଏଲର ଶତ୍ରୁମାନଙ୍କୁ ନିପାତ କରିବାରେ । ବୋମା କି ବନ୍ଧୁକ ନୁହେଁ, ଟୁଥ୍ ପେଷ୍ଟରେ ଶତ୍ରୁର ଶୀକାର । ହଁ , ଇସ୍ରାଏଲ୍ର ଜଣେ ବଡ ଶତ୍ରୁ ଓ୍ବାଦି ହାଦ୍ଦାଦକୁ ଟୁଥ୍ ପେଷ୍ଟରେ ମୃତ୍ୟୁର ପରୱାନା ଧରାଇଥିଲା ମୋସାଦ । ଓ୍ବାଦି ହାଦ୍ଦାଦ ଓରଫ ଅବୁ ହାନିକୁ ତିଳ ତିଳ କରି ମୃତ୍ୟୁର ଗହ୍ୱରକୁ ଠେଲି ଦେଇଥିଲା ।ଅବୁ ହାନି ଥିଲା ଇସ୍ରାଏଲ୍ର ପରମ ଶତ୍ରୁ । ୧୯୬୦ରୁ ୭୦ ଦଶକରେ ପାଲେଷ୍ଟାଇନ ଗରିଲା ଆନ୍ଦୋଳନ ଏବଂ ଅନେକ ବିମାନ ଅପହରଣର ମାଷ୍ଟରମାଇଣ୍ଡ ଥିଲା ସେ । ବେଶ୍ ଚର୍ଚ୍ଚିତ ଆଉ ଚିନ୍ତାଜନକ ଏଣ୍ଟେବେ
ନୂଆଦିଲ୍ଲୀ ୦୭।୦୮: ଇହୁଦି ରାଷ୍ଟ୍ରର ଭୟାନକ ଗୋଇନ୍ଦା । ଯେତିକି ଦୁର୍ଦ୍ଦଶ ସେତିକି ଖତରନାକ୍ । ମୋସାଦ , ଇସ୍ରାଏଲର ସବୁଠୁ ବଡ଼ ଅସ୍ତ୍ର । ସେଥିଲାଗି ତ ମୋସାଦକୁ କୁହାଯାଏ ଦୁନିଆର ସବୁଠାରୁ ବିପଜ୍ଜନକ ଏବଂ ଶକ୍ତିଶାଳୀ ସିକ୍ରେଟ ଏଜେନ୍ସି । ଇରାନରେ ହାମାସ ମୁଖ୍ୟଙ୍କ ମୃତ୍ୟୁରେ ମୋସାଦର ଲିଙ୍କ୍ । ରାଗରେ ଜଳୁଛି ଇରାନ୍ ।

ଉପସାଗରୀୟ ଅଞ୍ଚଳ ହେବକି ଆହୁରି ଅଶାନ୍ତ ? ତେବେ ମୋସାଦ୍ କ’ଣ ଏତେ ପାରିବାର ? ମୋସାଦ ଟାର୍ଗେଟ୍ ସତରେ ଭୟଙ୍କର ? ମୋସାଦ ପାଇଁ ଚର୍ଚ୍ଚା ଜୋରଦାର । ଏବେ ନୁହେଁ ମୋସାଦ ସବୁବେଳେ ଶତ୍ରୁ ପାଇଁ ଭୟଙ୍କର । ତାର କାରନାମା କେବଳ ଆଶ୍ଚର୍ଯ୍ୟଜନକ ନୁହେଁ ଅବିଶ୍ୱସନୀୟ । ଇତିହାସ ତାର ସାକ୍ଷୀ ।

ଶ୍ତୁକୁ କ୍ଷମା , ଏ ଶବ୍ଦ ନାହିଁ ମୋସାଦର ଡିକ୍ସିନାରୀରେ । ମୋସାଦ୍ କାରନାମାର ରହିଛି ଅନେକ ଘଟଣା। ଇସ୍ରାଏଲର ଶତ୍ରୁମାନଙ୍କୁ ନିପାତ କରିବାରେ । ବୋମା କି ବନ୍ଧୁକ ନୁହେଁ, ଟୁଥ୍ ପେଷ୍ଟରେ ଶତ୍ରୁର ଶୀକାର । ହଁ , ଇସ୍ରାଏଲ୍ର ଜଣେ ବଡ ଶତ୍ରୁ ଓ୍ବାଦି ହାଦ୍ଦାଦକୁ ଟୁଥ୍ ପେଷ୍ଟରେ ମୃତ୍ୟୁର ପରୱାନା ଧରାଇଥିଲା ମୋସାଦ । ଓ୍ବାଦି ହାଦ୍ଦାଦ ଓରଫ ଅବୁ ହାନିକୁ ତିଳ ତିଳ କରି ମୃତ୍ୟୁର ଗହ୍ୱରକୁ ଠେଲି ଦେଇଥିଲା ।

ଅବୁ ହାନି ଥିଲା ଇସ୍ରାଏଲ୍ର ପରମ ଶତ୍ରୁ । ୧୯୬୦ରୁ ୭୦ ଦଶକରେ ପାଲେଷ୍ଟାଇନ ଗରିଲା ଆନ୍ଦୋଳନ ଏବଂ ଅନେକ ବିମାନ ଅପହରଣର ମାଷ୍ଟରମାଇଣ୍ଡ ଥିଲା ସେ । ବେଶ୍ ଚର୍ଚ୍ଚିତ ଆଉ ଚିନ୍ତାଜନକ ଏଣ୍ଟେବେ ବିମାନ ଅପହରଣର ମାଷ୍ଟର ମାଇଣ୍ଡ ଥିଲା ୱାଦି । ୨୭ ଜୁନ ୧୯୭୬ରେ ଅପହୃତ ବିମାନରେ ଥିଲେ ୧୦୬ ଜଣ ଯାତ୍ରୀ ।

ସମସ୍ତଙ୍କୁ ବନ୍ଧକ ରଖିଥିଲେ ୱାଦି ଓ ତାର ଗରିଲା ସାଥି । ଯଦିଓ ଏଥିରୁ କିଛି ବର୍ତ୍ତି ଯାଇଥିଲେ, କିନ୍ତୁ ଇସ୍ରାଏଲ୍ର ଲେଫ୍ଟନାଣ୍ଟ କର୍ଣ୍ଣଲ ନେତାନ୍ୟାହୁଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାକୁ ହାଲୁକା ନେଇ ନଥିଲା ମୋସାଦ୍ । ଏହାପରେ ମୋସାଦର ହିଟ୍ଲିଷ୍ଟକୁ ଆସି ଯାଇଥିଲା ହଦ୍ଦାଦ୍ । ଏଠାରୁ ହିଁ ଆରମ୍ଭ ହୋଇଥିଲା ହଦ୍ଦାଦ୍କୁ ହତ୍ୟାର ମାଷ୍ଟରପ୍ଲାନ୍ । ଏଥିପାଇଁ ମୋସାଦ୍ ଆପଣାଇଥିଲା ସ୍ଲୋ ପଏଜନ୍ । ସେ ପୁଣି ଟୁଥ୍ପେଷ୍ଟରେ ।

୧୯୭୮ ଜାନୁୟାରୀ ମାସ । ଖାଦ୍ୟ ଖାଇବା ପରେ ହଠାତ୍ ହଦ୍ଦାଦର ହୋଇଥିଲା ପେଟ ଯନ୍ତ୍ରଣା । ଇରାକର ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା । ହଦ୍ଦାଦ୍ ହେପାଟାଇଟିସ୍ ରୋଗରେ ପୀଡିତ ଥିବା କହିଥିଲେ ଡାକ୍ତର । ଏହାପରେ ଲଗାତର କମିବାକୁ ଲାଗିଲା ଶରୀରର ଓଜନ । ଦିନ ପରେ ଦିନ ବିତିଗଲା, କିନ୍ତୁ ଅବସ୍ଥାରେ ଆସି ନଥିଲା ସୁଧାର ।

ଅବସ୍ଥା ବିଗିଡିବାରୁ ସନ୍ଦେହ କରାଗଲା କି ତାଙ୍କୁ ବିଷ ଦିଆଯାଇଛି । କିନ୍ତୁ କିପରି ଦିଆଯାଇଛି ଡାକ୍ତର ପାଇନଥିଲେ କୌଣସି ସୁରାଗ । ଏତେବେଳକୁ ହଦ୍ଦାଦ୍ଙ୍କର ହସ୍ପିଟାଲ୍ରେ ବିତି ସାରିଲାଣି ଯନ୍ତ୍ରଣାଦାୟକ ୨ ମାସ । ସେଦିନି ଥିଲା ୧୯ ମାର୍ଚ୍ଚ ୧୯୭୮ । ପାଲେଷ୍ଟାଇନ ମୁକ୍ତି ସଂଗଠନର ନେତା ୟାସିର ଅରାଫତ ପୂର୍ବ ଜର୍ମାନୀର ବର୍ଲିନକୁ ହଦ୍ଦାଦକୁ ପଠାଗଲା ।

ସେତେବେଳକୁ ସେ ଏକ ଲାସ୍ ସହ ସମାନ ଥିଲେ । ହଦ୍ଦାଦକୁ ପୂର୍ବ ବର୍ଲିନ୍ ହସ୍ପିଟାଲରେ ଭର୍ତ୍ତି କରାଗଲା । ତାଙ୍କ ଶରୀରର ଅନେକ ସ୍ଥାନରୁ ରକ୍ତସ୍ରାବ ହେଉଥିଲା । ୧୦ ଦିନ ଯାଏଁ ହଦ୍ଦାଦ୍ ବହୁତ କଷ୍ଟ ପାଇଥିଲେ । ଡାକ୍ତର ତାଙ୍କୁ ଦିନରାତି ବେହୋସ କରି ରଖୁଥିଲେ । ଏହାପରେ ୨୯ ମାର୍ଚ୍ଚକୁ ହଦ୍ଦାଦର ହୋଇଯାଇଥିଲା ମୃତ୍ୟୁ ।

ପୋଷ୍ଟମୋଟର୍ମ ରିପୋର୍ଟରୁ ଜାଣିବାକୁ ମିଳିଲା କି ହଦ୍ଦାଦଙ୍କର ମୃତ୍ୟୁ ମସ୍ତିଷ୍କରୁ ରକ୍ତସ୍ରାବ ଏବଂ ନିମୋନିଆ କାରଣରୁ ହୋଇଥିଲା । ଏହାର କିଛି ବର୍ଷ ପରେ ଜାଣିବାକୁ ମିଳିଥିଲା କି ହଦ୍ଦାଦ୍ ଯେଉଁ ଟୁଥପେଷ୍ଟ ଟ୍ୟୁବ୍ର ବ୍ୟବହାର କରୁଥିଲା, ଏହାକୁ ୧୯୭୮ ପରେ ବଦଳା ଯାଇଥିଲା ।

ଟୁଥପେଷ୍ଟର ଟ୍ୟୁବରେ ଥିଲା ତେଲ ଅବିବ୍ର ଦକ୍ଷିଣ-ପୂର୍ବର ନେସ୍ ସିଓନାରେ ଥିବା ଇସ୍ରାଏଲ୍ ଇନଷ୍ଟିଚ୍ୟୁଟ୍ ଫର୍ ବାୟୋଲୋଜିକାଲ୍ ରିସର୍ଚ୍ଚରେ ବିକଶିତ ହୋଇଥିବା ଏକ ବିଷ । ହଦ୍ଦାଦ୍ ଯେତେଥର ଏହି ଟୁଥ୍ପେଷ୍ଟକୁ ବ୍ୟବହାର କରିଛି, ସେତେଥର ବିଷ ତା ଶରୀର ଯାଇ ରକ୍ତରେ ମିଶିବା ଆରମ୍ଭ କରିଥିଲା । ଧୀରେ ଧୀରେ ଏହା ଏକ ସାଂଘାତିକ ସ୍ଥିତିରେ ପହଞ୍ଚିଲା ଏବଂ ହଦ୍ଦାଦର ହୋଇଥିଲା ମୃତ୍ୟୁ ।