ADR ରିପୋର୍ଟ : ରାଜ୍ୟରେ ୬୫ ବିଧାୟକ ଦାଗୀ, ୯୫ କୋଟିପତି
ଭୁବନେଶ୍ୱର ୨୧।୦୩ : ରାଜ୍ୟରେ ୬୫ ବିଧାୟକଙ୍କ ନାଁରେ ରହିଛି ଅପରାଧିକ ମାମଲା । ହତ୍ୟା, ନାରୀ ନିର୍ଯାତନା, ଅପହରଣ, ଦୁର୍ନୀତି ଭଳି ସଙ୍ଗୀନ ଅଭିଯୋଗ ରହିଛି । ସେଥିମଧ୍ୟରେ ବିଜେଡିର ସର୍ବାଧିକ ୪୪ ବିଧାୟକ ରହିଥିବା ବେଳେ ପଛକୁ ବିଜେପିର ୧୩ ବିଧାୟକ ରହିଛନ୍ତି। ବୁଧବାର ପ୍ରକାଶ ପାଇଥିବା ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମ (ଏଡିଆର୍) ରିର୍ପୋଟରୁ ଏହି ତଥ୍ୟ ମିଳିଛି । ରିପୋର୍ଟ କହୁଛି, ରାଜ୍ୟରେ ୧୪୬ ବିଧାୟକ ଅପରାଧିକ ତଥ୍ୟ ଦାଖଲ କରିଛନ୍ତି । ସେଥିମଧ୍ୟରେ ୪୫ ପ୍ରତିଶତ ଅର୍ଥାତ ୬୫ ବିଧାୟକ ହେଉଛନ୍ତି ଦାଗୀ । ୪୭ ଜଣଙ୍କ ବିରୋଧରେ ଅତି ସଙ୍ଗୀନ ମାମଲା ରହିଛି । ସେହିପରି ୨ ବିଧାୟକଙ୍କ ନାଁରେ ହତ୍ୟା ଓ ୧୧ ଜଣଙ୍କ ବିରୋଧରେ ହତ୍ୟା ଉଦ୍ୟମ ଭଳି ମାମଲା ରହିଛି । ଏଥିରେ ସବୁ ଦଳକ ବିଧାୟକ ରହିଛନ୍ତି । ସେହିପରି ୧୩ ଜଣ ବିଧାୟକ ମହିଳାଙ୍କୁ ନିର୍ଯାତନା ଦେଇଛନ୍ତି । ବିଜେଡିର ୧୧୧ ବିଧାୟକଙ୍କ ଭିତରେ ସର୍ବାଧିକ ୪୪ ଜଣଙ୍କ ନାଁରେ ଅପରାଧିକ ମାମଲା ରହିଛି । ସେହିପରି ବିଜେପିର ୧୩, କଂଗ୍ରେସର ୫, ସିପିଏମ୍ରୁ ଜଣେ ଏବଂ ସ୍ୱାଧୀନରୁ ୨ ଜଣଙ୍କ ନାଁରେ ଅପରାଧିକ ମାମଲା ରହିଛି । ଏଡିଆର୍ରୁ ମିଳିଥିବା ତଥ୍ୟ ମୁତାବକ ୧୪୬ରୁ ୯୫ ବିଧାୟକ ବିଭିନ୍ନ ଦୁର୍ନୀତିରେ ସଂପୃକ୍ତ ରହିଛନ୍ତି । ସେମାନଙ୍କ ନାଁରେ ଦୁର୍ନୀତି ଅଭିଯୋଗ ରହିଛି । ଏହାସହ ୯୫ ଜଣ ବିଧାୟକ (୬୫%) ହେଉଛନ୍ତି କୋଟିପତି । ବିଜେଡିର ୭୭, ବିଜେପିର ୯ ଏବଂ
ଭୁବନେଶ୍ୱର ୨୧।୦୩ : ରାଜ୍ୟରେ ୬୫ ବିଧାୟକଙ୍କ ନାଁରେ ରହିଛି ଅପରାଧିକ ମାମଲା । ହତ୍ୟା, ନାରୀ ନିର୍ଯାତନା, ଅପହରଣ, ଦୁର୍ନୀତି ଭଳି ସଙ୍ଗୀନ ଅଭିଯୋଗ ରହିଛି । ସେଥିମଧ୍ୟରେ ବିଜେଡିର ସର୍ବାଧିକ ୪୪ ବିଧାୟକ ରହିଥିବା ବେଳେ ପଛକୁ ବିଜେପିର ୧୩ ବିଧାୟକ ରହିଛନ୍ତି। ବୁଧବାର ପ୍ରକାଶ ପାଇଥିବା ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମ (ଏଡିଆର୍) ରିର୍ପୋଟରୁ ଏହି ତଥ୍ୟ ମିଳିଛି ।
ରିପୋର୍ଟ କହୁଛି, ରାଜ୍ୟରେ ୧୪୬ ବିଧାୟକ ଅପରାଧିକ ତଥ୍ୟ ଦାଖଲ କରିଛନ୍ତି । ସେଥିମଧ୍ୟରେ ୪୫ ପ୍ରତିଶତ ଅର୍ଥାତ ୬୫ ବିଧାୟକ ହେଉଛନ୍ତି ଦାଗୀ । ୪୭ ଜଣଙ୍କ ବିରୋଧରେ ଅତି ସଙ୍ଗୀନ ମାମଲା ରହିଛି । ସେହିପରି ୨ ବିଧାୟକଙ୍କ ନାଁରେ ହତ୍ୟା ଓ ୧୧ ଜଣଙ୍କ ବିରୋଧରେ ହତ୍ୟା ଉଦ୍ୟମ ଭଳି ମାମଲା ରହିଛି । ଏଥିରେ ସବୁ ଦଳକ ବିଧାୟକ ରହିଛନ୍ତି । ସେହିପରି ୧୩ ଜଣ ବିଧାୟକ ମହିଳାଙ୍କୁ ନିର୍ଯାତନା ଦେଇଛନ୍ତି ।
ବିଜେଡିର ୧୧୧ ବିଧାୟକଙ୍କ ଭିତରେ ସର୍ବାଧିକ ୪୪ ଜଣଙ୍କ ନାଁରେ ଅପରାଧିକ ମାମଲା ରହିଛି । ସେହିପରି ବିଜେପିର ୧୩, କଂଗ୍ରେସର ୫, ସିପିଏମ୍ରୁ ଜଣେ ଏବଂ ସ୍ୱାଧୀନରୁ ୨ ଜଣଙ୍କ ନାଁରେ ଅପରାଧିକ ମାମଲା ରହିଛି ।
ଏଡିଆର୍ରୁ ମିଳିଥିବା ତଥ୍ୟ ମୁତାବକ ୧୪୬ରୁ ୯୫ ବିଧାୟକ ବିଭିନ୍ନ ଦୁର୍ନୀତିରେ ସଂପୃକ୍ତ ରହିଛନ୍ତି । ସେମାନଙ୍କ ନାଁରେ ଦୁର୍ନୀତି ଅଭିଯୋଗ ରହିଛି । ଏହାସହ ୯୫ ଜଣ ବିଧାୟକ (୬୫%) ହେଉଛନ୍ତି କୋଟିପତି । ବିଜେଡିର ୭୭, ବିଜେପିର ୯ ଏବଂ କଂଗ୍ରେସର ୬ ଜଣ ବିଧାୟକ କୋଟିପତି । ମୁଖ୍ୟମନ୍ତ୍ରୀଙ୍କ ସର୍ବାଧିକ ସ୍ଥାବର ଓ ଅସ୍ଥାବ ମିଶାଇଲେ ୬୩ କୋଟି ଟଙ୍କା ରହିଛି । ଦ୍ୱିତୀୟରେ ଝାରସୁଗୁଡ଼ା ବିଧାୟିକା ୪୦ କୋଟି ଓ ତୃତୀୟରେ ସରୋଜ ମେହେରଙ୍କ ୩୧ କୋଟି ଟଙ୍କାର ସମ୍ପତ୍ତି ରହିଛି । ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି ସବୁଠୁ ଗରିବ ବିଧାୟକ । ତାଙ୍କର ମାତ୍ର ୧୫ ହଜାର ଟଙ୍କାର ସମ୍ପତ୍ତି ରହିଛି ।
୩ ବିଧାୟକ ସର୍ବାଧିକ ଆୟକର ଦାଖଲ କରିଛନ୍ତି । ସେଥିମଧ୍ୟରେ ଦୀପାଳି ଦାସ ୫ କୋଟି ଆୟକର ଦାଖଲ କରିଥିବା ବେଳେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ୪ କୋଟି ଏବଂ ସୁଧୀର କୁମାର ସାମଲ କୋଟିଏ ଟଙ୍କା ଆୟକର ଦେଇଛନ୍ତି ।