ଲିପ୍ ଇୟରକୁ ନେଇ ଗୁଗ୍ଲ କଲା ସ୍ବତନ୍ତ୍ର ଡୁଡ୍ଲ
ଗୁଗ୍ଲର ଡୁଡ୍ଲରେ ଫେବୃଆରୀ ୨୮ ଏବଂ ମାର୍ଚ୍ଚ ୧ ତାରିଖ ସହିତ ଜଡ଼ିତ ଏକ ସେଟିଂ ମଧ୍ୟରେ ଲିପ୍ ଡେ’ ସେଟ ସହିତ ଏକ ବେଙ୍ଗର ଫଟୋ ପ୍ରକାଶ କରାଯାଇଛି। ଏହି ସେଟିଂକୁ ଏକ ପୋଖରୀର ବ୍ୟାକ୍ଗ୍ରାଉଣ୍ଡ୍ରେ ପଥର ଏବଂ ପତ୍ର ସହିତ ଚିତ୍ରିତ କରାଯାଇଛି। ଯେଉଁଠାରେ ବ୍ୟାକ୍ଗ୍ରାଉଣ୍ଡ୍ରୁ ‘ଗୁଗ୍ଲ’ ଶବ୍ଦ ଚିହ୍ନଟ ହୋଇପାରୁଛି। ଏଥିରେ କୁହାଯାଇଛି ଲିପ୍ ଡେ’ ବା ଅଧିବର୍ଷ। ଫେବୃଆରୀ ୨୯ କେବଳ ପ୍ରତି ଚାରି ବର୍ଷରେ ହୋଇଥାଏ। ଆମର କ୍ୟାଲେଣ୍ଡରଗୁଡ଼ିକୁ ପୃଥିବୀ […] The post ଲିପ୍ ଇୟରକୁ ନେଇ ଗୁଗ୍ଲ କଲା ସ୍ବତନ୍ତ୍ର ଡୁଡ୍ଲ appeared first on Dharitri Odia News.
ଗୁଗ୍ଲର ଡୁଡ୍ଲରେ ଫେବୃଆରୀ ୨୮ ଏବଂ ମାର୍ଚ୍ଚ ୧ ତାରିଖ ସହିତ ଜଡ଼ିତ ଏକ ସେଟିଂ ମଧ୍ୟରେ ଲିପ୍ ଡେ’ ସେଟ ସହିତ ଏକ ବେଙ୍ଗର ଫଟୋ ପ୍ରକାଶ କରାଯାଇଛି। ଏହି ସେଟିଂକୁ ଏକ ପୋଖରୀର ବ୍ୟାକ୍ଗ୍ରାଉଣ୍ଡ୍ରେ ପଥର ଏବଂ ପତ୍ର ସହିତ ଚିତ୍ରିତ କରାଯାଇଛି। ଯେଉଁଠାରେ ବ୍ୟାକ୍ଗ୍ରାଉଣ୍ଡ୍ରୁ ‘ଗୁଗ୍ଲ’ ଶବ୍ଦ ଚିହ୍ନଟ ହୋଇପାରୁଛି।
ଏଥିରେ କୁହାଯାଇଛି ଲିପ୍ ଡେ’ ବା ଅଧିବର୍ଷ। ଫେବୃଆରୀ ୨୯ କେବଳ ପ୍ରତି ଚାରି ବର୍ଷରେ ହୋଇଥାଏ। ଆମର କ୍ୟାଲେଣ୍ଡରଗୁଡ଼ିକୁ ପୃଥିବୀ ଏବଂ ସୂର୍ଯ୍ୟ ସହିତ ସମାନ ରଖିବା ପାଇଁ ଏପରି କରାଯାଇଛି। ଫେବୃଆରୀର ଏହି ଅଧିକ ଗୋଟିଏ ଦିନ ବା ବୋନ୍ସ ଡେ’କୁ ଉପଭୋଗ କର ବୋଲି ଲେଖାଯାଇଛି।
ଲିପ୍ ଇୟରର ଉତ୍ପତ୍ତି ୨୦୦୦ ବର୍ଷରୁ ଅଧିକ ହେବ। ଷ୍ଟାଣ୍ଡାର୍ଡ ଗ୍ରେଗୋରିଆନ କ୍ୟାଲେଣ୍ଡରକୁ ସୌର କ୍ୟାଲେଣ୍ଡର ସହିତ ସମାନ କରିବା ପାଇଁ ପୃଥିବୀ ୩୬୫ ଦିନରୁ ଅଧିକ ସମୟ ନେଇଥାଏ। ଯାହା ୩୬୫.୨୪୪୨୨ ଦିନ ଅଟେ।
ଗ୍ରେଗୋରିଆନ କ୍ୟାଲେଣ୍ଡର ଅନୁଯାୟୀଳ, ଯାହା ବିଶ୍ୱରେ ବହୁଳ ଭାବରେ ବ୍ୟବହୃତ ସିଭିଲ କ୍ୟାଲେଣ୍ଡର ଅଟେ। ପ୍ରତ୍ୟେକ ଲିପ୍ ଇୟର ୩୬୫ ବଦଳରେ ୩୬୬ ଦିନ ହୋଇଥାଏ। ଏହି ଅତିରିକ୍ତ ଦିନ, ଲିପ୍ ଡେ’ ଭାବରେ ଜଣାଶୁଣା। ଏକ ଜ୍ୟୋତିର୍ବିଜ୍ଞାନ ବର୍ଷ ୩୬୫ ଦିନରୁ କମ୍ ଏବଂ ୬ ଘଣ୍ଟା। ଶେଷ ଲିପ୍ ଇୟର ୨୦୨୦ରେ ପଡ଼ିଥିଲା, ୨୦୨୪ରେ ପଡ଼ିଛି। ପୁଣି ପରବର୍ତ୍ତୀ ଲିପ୍ ଇୟର ୨୦୨୮ରେ ପଡ଼ିବ।
ଲିପ୍ ଇୟରରେ ଜନ୍ମିତ ଶିଶୁ ସେମାନଙ୍କର ବିରଳ ଜନ୍ମଦିନ ପାଳନ କରିବେ। କାରଣ ଏହି ଦିନଟି ପ୍ରତି ଚାରି ବର୍ଷରେ ଥରେ ଆସେ।
The post ଲିପ୍ ଇୟରକୁ ନେଇ ଗୁଗ୍ଲ କଲା ସ୍ବତନ୍ତ୍ର ଡୁଡ୍ଲ appeared first on Dharitri Odia News.