ମହାରାଣା ପ୍ରତାପଙ୍କ ବଂଶଜ ଅରବିନ୍ଦ ସିଂହ ମେବାରଙ୍କ ପରଲୋକ
ଉଦୟପୁର ୧୬।୩: ମହାରାଣା ପ୍ରତାପଙ୍କ ବଂଶଜ ତଥା ଉଦୟପୁର ରାଜ ପରିବାରର ସଦସ୍ୟ ଅରବିନ୍ଦ ସିଂହ ମେବାରଙ୍କ ରବିବାର ପରଲୋକ ହୋଇଛି। ସେ ଦୀର୍ଘ ସମୟରୁ ଅସୁସ୍ଥ ଥିଲେ, ରବିବାର ସକାଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଅରବିନ୍ଦ ସିଂହଙ୍କ ପରଲୋକ ଖବର ପ୍ରସାରିତ ହେବା ପରେ ସମ୍ପୂର୍ଣ୍ଣ ମେବାର ରାଜ୍ୟରେ ଶୋକର ଲହର ଖେଳି ଯାଇଛି। ଅରବିନ୍ଦ ସିଂହଙ୍କ ଅନ୍ତ୍ୟେଷ୍ଟି ସୋମବାର ଅନୁଷ୍ଠିତ ହେବ। ଏହା ପୂର୍ବରୁ ରାଜ ପରିବାରରେ କେତେକ ପରମ୍ପରା ନିର୍ବାହ କରାଯିବ। ଲକ୍ଷ୍ୟରାଜ ସିଂହ ମେବାରଙ୍କ ପିତା ଅରବିନ୍ଦ ସିଂହଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ସିଟି ପ୍ୟାଲସରେ ଲୋକଙ୍କ ଭିଡ ଲାଗି ରହିଛି। ଅରବିନ୍ଦ ସିଂହ ମେବାରଙ୍କ ଶିକ୍ଷା ମେୟୋ କଲେଜ ଆଜମେରରେ ହୋଇଥିଲା। ସେ ଉଦୟପୁରର ପୂର୍ବ ମହାରାଣା ଭଗବତ ସିଂହ ମେବାରଙ୍କ କନିଷ୍ଠ ପୁତ୍ର ଥିଲେ। ମହାରାଣା ମହେନ୍ଦ୍ର ସିଂହ ମେବାର ତାଙ୍କ ବଡ଼ ଭାଇଥିଲେ। ଦୀର୍ଘ ଦିନ ଅସୁସ୍ଥ ରହିବା ପରେ ନିକଟରେ ତାଙ୍କର ପରଲୋକ ହୋଇଛି। ପରମ୍ପରା ଅନୁସାରେ ମହେନ୍ଦ୍ର ସିଂହ ରାଜଗଦ୍ଦିର ଉତ୍ତରାଧିକାରୀ ଥିଲେ। ତେବେ ମେବାର ରାଜପାଟ ଓ ହୋଟେଲ ସମୂହର ସଂରକ୍ଷଣ ଅରବିନ୍ଦ ସିଂହଙ୍କ ନିକଟରେ ଥିଲା। ରାଣା ପ୍ରତାପଙ୍କ ବଂଶଜ ଭାବେ ଅରବିନ୍ଦ ସିଂହ ମେବାର ସାରା ଦେଶରେ ବେଶ୍ ପରିଚିତ ଥିଲେ। ଭଗବନ୍ତ ସିଂବ ମେବାରଙ୍କ ଦୁଇ ପୁଅ ଓ ଗୋଟିଏ ଝିଅ ଯୋଗେଶ୍ୱରୀ ଥିଲେ। ଏବେର ଅଧା ମେବାର ପରିବାର ରାଜନୀତିରେ ସକ୍ରିୟ।
ଉଦୟପୁର ୧୬।୩: ମହାରାଣା ପ୍ରତାପଙ୍କ ବଂଶଜ ତଥା ଉଦୟପୁର ରାଜ ପରିବାରର ସଦସ୍ୟ ଅରବିନ୍ଦ ସିଂହ ମେବାରଙ୍କ ରବିବାର ପରଲୋକ ହୋଇଛି। ସେ ଦୀର୍ଘ ସମୟରୁ ଅସୁସ୍ଥ ଥିଲେ, ରବିବାର ସକାଳେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଅରବିନ୍ଦ ସିଂହଙ୍କ ପରଲୋକ ଖବର ପ୍ରସାରିତ ହେବା ପରେ ସମ୍ପୂର୍ଣ୍ଣ ମେବାର ରାଜ୍ୟରେ ଶୋକର ଲହର ଖେଳି ଯାଇଛି। ଅରବିନ୍ଦ ସିଂହଙ୍କ ଅନ୍ତ୍ୟେଷ୍ଟି ସୋମବାର ଅନୁଷ୍ଠିତ ହେବ। ଏହା ପୂର୍ବରୁ ରାଜ ପରିବାରରେ କେତେକ ପରମ୍ପରା ନିର୍ବାହ କରାଯିବ।
ଲକ୍ଷ୍ୟରାଜ ସିଂହ ମେବାରଙ୍କ ପିତା ଅରବିନ୍ଦ ସିଂହଙ୍କ ପରଲୋକ ଖବର ପ୍ରଚାରିତ ହେବା ପରେ ସିଟି ପ୍ୟାଲସରେ ଲୋକଙ୍କ ଭିଡ ଲାଗି ରହିଛି। ଅରବିନ୍ଦ ସିଂହ ମେବାରଙ୍କ ଶିକ୍ଷା ମେୟୋ କଲେଜ ଆଜମେରରେ ହୋଇଥିଲା। ସେ ଉଦୟପୁରର ପୂର୍ବ ମହାରାଣା ଭଗବତ ସିଂହ ମେବାରଙ୍କ କନିଷ୍ଠ ପୁତ୍ର ଥିଲେ। ମହାରାଣା ମହେନ୍ଦ୍ର ସିଂହ ମେବାର ତାଙ୍କ ବଡ଼ ଭାଇଥିଲେ। ଦୀର୍ଘ ଦିନ ଅସୁସ୍ଥ ରହିବା ପରେ ନିକଟରେ ତାଙ୍କର ପରଲୋକ ହୋଇଛି।
ପରମ୍ପରା ଅନୁସାରେ ମହେନ୍ଦ୍ର ସିଂହ ରାଜଗଦ୍ଦିର ଉତ୍ତରାଧିକାରୀ ଥିଲେ। ତେବେ ମେବାର ରାଜପାଟ ଓ ହୋଟେଲ ସମୂହର ସଂରକ୍ଷଣ ଅରବିନ୍ଦ ସିଂହଙ୍କ ନିକଟରେ ଥିଲା। ରାଣା ପ୍ରତାପଙ୍କ ବଂଶଜ ଭାବେ ଅରବିନ୍ଦ ସିଂହ ମେବାର ସାରା ଦେଶରେ ବେଶ୍ ପରିଚିତ ଥିଲେ। ଭଗବନ୍ତ ସିଂବ ମେବାରଙ୍କ ଦୁଇ ପୁଅ ଓ ଗୋଟିଏ ଝିଅ ଯୋଗେଶ୍ୱରୀ ଥିଲେ। ଏବେର ଅଧା ମେବାର ପରିବାର ରାଜନୀତିରେ ସକ୍ରିୟ। ମହେନ୍ଦ୍ର ସିଂହ ମେବାର ଚିତୋରଗଡରୁ ସାଂସଦ ନିର୍ବାଚିତ ହେଉଥିଲେ। ଏବେ ତାଙ୍କ ପୁଅ ବିଶ୍ୱରାଜ ସିଂହ ମେବାର ନାଥଦ୍ୱାରାରୁ ବିଜେପି ବିଧାୟକ ଅଛନ୍ତି।