ପୁରୀ ବିଧାନସଭା ଆସନରେ ବିଜେପିକୁ ଝଟକା, ୫୧୭୮ ଖଣ୍ଡ ଭୋଟରେ ଜିତିଲେ ସୁନୀଲ ମହାନ୍ତି

ପୁରୀ ୦୪।୦୬ : ପୁରୀ ବିଧାନସଭା ଆସନରେ ବିଜେପିକୁ ଝଟକା। ଜୟନ୍ତ ଷଡଙ୍ଗୀଙ୍କୁ ୫୧୭୮ ଖଣ୍ଡ ଭୋଟରେ ହରାଇଲେ ସୁନୀଲ ମହାନ୍ତି। ବିଜେଡିକୁ ୭୪୭୦୯ ଖଣ୍ଡ  ଭୋଟ ମିଳିଥିବା ବେବେ ଜୟନ୍ତ ଷଡଙ୍ଗୀ ୬୯୫୩୧ ଖଣ୍ଡ ଭୋଟ ପାଇଛନ୍ତି। ସେହିଭଳି କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥ ୧୩୧୬୯ ଖଣ୍ଡ ପାଇଛନ୍ତି। ସୂଚନା ମୁତାବିକ, ଦିବଙ୍ଗତ ନେତା ମହେଶ୍ଵର ମହାନ୍ତିଙ୍କ ପୁତ୍ର ସୁନୀଲ ମହାନ୍ତି  ପୁରୀରେ ବିଜେଡିର ବିଶାଳ ବିଜୟ। ସେ ନିକଟତମ ପ୍ରତିନ୍ଦ୍ବନ୍ଦ୍ବୀ ଜୟନ୍ତ ଷଡଙ୍ଗୀଙ୍କୁ ୫ ହଜାର ଅଧିକ ଭୋଟରେ ପରାସ୍ତ କରିଛନ୍ତି। ଶ୍ରକ୍ଷେତ୍ରରେ ବିଜେପି ଲୋକସଭା ପ୍ରାର୍ଥୀ ଭଳ କରିଥିବା ବେଳେ ବିଧାନସଭାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ହାଓ୍ବା କାମ ଦେଇନଥିଲା। ପୁରୀ ବିକାଶ କ୍ଷେତ୍ରରେ ଜୟନ୍ତଙ୍କ ଆଖିଦୃଶିଆ କାମ କରିନଥିବା ଜନତା ଜନାର୍ଦ୍ଦନ ତାଙ୍କୁ ପ୍ରତ୍ୟାଖାନ କରିଛନ୍ତି। ଶ୍ରକ୍ଷେତ୍ର ପରିକ୍ରମା ପ୍ରକଳ୍ପ ଓ ଲୋକସମ୍ପର୍କ ଭଳି ଥିବାରୁ ସୁନୀଲ ମହାନ୍ତି ବିଶାଳ ବିଜୟ ମିଳିଛି।

ପୁରୀ ବିଧାନସଭା ଆସନରେ ବିଜେପିକୁ ଝଟକା, ୫୧୭୮ ଖଣ୍ଡ ଭୋଟରେ ଜିତିଲେ ସୁନୀଲ ମହାନ୍ତି

ପୁରୀ ୦୪।୦୬ : ପୁରୀ ବିଧାନସଭା ଆସନରେ ବିଜେପିକୁ ଝଟକା। ଜୟନ୍ତ ଷଡଙ୍ଗୀଙ୍କୁ ୫୧୭୮ ଖଣ୍ଡ ଭୋଟରେ ହରାଇଲେ ସୁନୀଲ ମହାନ୍ତି। ବିଜେଡିକୁ ୭୪୭୦୯ ଖଣ୍ଡ  ଭୋଟ ମିଳିଥିବା ବେବେ ଜୟନ୍ତ ଷଡଙ୍ଗୀ ୬୯୫୩୧ ଖଣ୍ଡ ଭୋଟ ପାଇଛନ୍ତି। ସେହିଭଳି କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥ ୧୩୧୬୯ ଖଣ୍ଡ ପାଇଛନ୍ତି। 

ସୂଚନା ମୁତାବିକ, ଦିବଙ୍ଗତ ନେତା ମହେଶ୍ଵର ମହାନ୍ତିଙ୍କ ପୁତ୍ର ସୁନୀଲ ମହାନ୍ତି  ପୁରୀରେ ବିଜେଡିର ବିଶାଳ ବିଜୟ। ସେ ନିକଟତମ ପ୍ରତିନ୍ଦ୍ବନ୍ଦ୍ବୀ ଜୟନ୍ତ ଷଡଙ୍ଗୀଙ୍କୁ ୫ ହଜାର ଅଧିକ ଭୋଟରେ ପରାସ୍ତ କରିଛନ୍ତି। ଶ୍ରକ୍ଷେତ୍ରରେ ବିଜେପି ଲୋକସଭା ପ୍ରାର୍ଥୀ ଭଳ କରିଥିବା ବେଳେ ବିଧାନସଭାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ହାଓ୍ବା କାମ ଦେଇନଥିଲା। ପୁରୀ ବିକାଶ କ୍ଷେତ୍ରରେ ଜୟନ୍ତଙ୍କ ଆଖିଦୃଶିଆ କାମ କରିନଥିବା ଜନତା ଜନାର୍ଦ୍ଦନ ତାଙ୍କୁ ପ୍ରତ୍ୟାଖାନ କରିଛନ୍ତି। ଶ୍ରକ୍ଷେତ୍ର ପରିକ୍ରମା ପ୍ରକଳ୍ପ ଓ ଲୋକସମ୍ପର୍କ ଭଳି ଥିବାରୁ ସୁନୀଲ ମହାନ୍ତି ବିଶାଳ ବିଜୟ ମିଳିଛି।