ପୁରୀ ରେଳଷ୍ଟେଶନରେ ଶ୍ରୀମନ୍ଦିର ସ୍ଥାପତ୍ୟ ପ୍ରତିଫଳିତ ହେବ

ପୁରୀ,୧୫।୧(ପି.ଟି.): ପୁରୀର ପୁନଃବିକଶିତ ରେଳଷ୍ଟେଶନରେ ପ୍ରସିଦ୍ଧ ଜଗନ୍ନାଥ ମନ୍ଦିରର ପାରମ୍ପରିକ ସ୍ଥାପତ୍ୟ ବିଶେଷତ୍ୱ ପ୍ରତିଫଳିତ ହେବା ସାଙ୍ଗକୁ ଯାତ୍ରୀମାନଙ୍କ ଲାଗି ସମସ୍ତ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ହେବ। ରେଳଷ୍ଟେଶନ ବିକାଶ କାର୍ଯ୍ୟ ହାତକୁ ନେଇଥିବା ରଥ ଆର୍କିଟେକ୍ଟୋନିକ୍‌ ପକ୍ଷରୁ ଏହା କୁହାଯାଇଛି। ଆସନ୍ତା ବର୍ଷ ଜୁଲାଇ ସୁଦ୍ଧା ପୁନର୍ବିକାଶ କାର୍ଯ୍ୟ ଶେଷ ହେବ। କଳିଙ୍ଗ ସ୍ଥାପତ୍ୟ ଅନୁଯାୟୀ ଷ୍ଟେଶନର ପୁନଃନିର୍ମାଣ କରାଯାଉଛି। ଷ୍ଟେଶନା ସମ୍ମୁଖ ଭାଗ ଜଗନ୍ନାଥ ମନ୍ଦିର ଆକୃତିର ହେବ ବୋଲି ସଂସ୍ଥାର ପ୍ରତୀକ ରଥ […] The post ପୁରୀ ରେଳଷ୍ଟେଶନରେ ଶ୍ରୀମନ୍ଦିର ସ୍ଥାପତ୍ୟ ପ୍ରତିଫଳିତ ହେବ appeared first on Dharitri Odia News.

ପୁରୀ ରେଳଷ୍ଟେଶନରେ ଶ୍ରୀମନ୍ଦିର ସ୍ଥାପତ୍ୟ ପ୍ରତିଫଳିତ ହେବ

ପୁରୀ,୧୫।୧(ପି.ଟି.): ପୁରୀର ପୁନଃବିକଶିତ ରେଳଷ୍ଟେଶନରେ ପ୍ରସିଦ୍ଧ ଜଗନ୍ନାଥ ମନ୍ଦିରର ପାରମ୍ପରିକ ସ୍ଥାପତ୍ୟ ବିଶେଷତ୍ୱ ପ୍ରତିଫଳିତ ହେବା ସାଙ୍ଗକୁ ଯାତ୍ରୀମାନଙ୍କ ଲାଗି ସମସ୍ତ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ହେବ। ରେଳଷ୍ଟେଶନ ବିକାଶ କାର୍ଯ୍ୟ ହାତକୁ ନେଇଥିବା ରଥ ଆର୍କିଟେକ୍ଟୋନିକ୍‌ ପକ୍ଷରୁ ଏହା କୁହାଯାଇଛି। ଆସନ୍ତା ବର୍ଷ ଜୁଲାଇ ସୁଦ୍ଧା ପୁନର୍ବିକାଶ କାର୍ଯ୍ୟ ଶେଷ ହେବ। କଳିଙ୍ଗ ସ୍ଥାପତ୍ୟ ଅନୁଯାୟୀ ଷ୍ଟେଶନର ପୁନଃନିର୍ମାଣ କରାଯାଉଛି। ଷ୍ଟେଶନା ସମ୍ମୁଖ ଭାଗ ଜଗନ୍ନାଥ ମନ୍ଦିର ଆକୃତିର ହେବ ବୋଲି ସଂସ୍ଥାର ପ୍ରତୀକ ରଥ କହିଛନ୍ତି। ପୁରୀ ମନ୍ଦିର ମୂଳତଃ ଦୁଇ ଭାଗରେ ବିଭକ୍ତ ଯଥା ଦେଉଳ ଏବଂ ଜଗମୋହନ। ମନ୍ଦିରର ପ୍ରବେଶପଥରେ ଦେଉଳର ପ୍ରତିଫଳନ ଦେଖିବାକୁ ମିଳିବ। ଏହାର ପଶ୍ଚାତ୍‌ଭାଗ ଯେଉଁଠାରେ ଯାତ୍ରୀଙ୍କ ସମାଗମ ହେବ, ତାହା ଜଗମୋହନ ଆକୃତିର ହେବ। ଉକ୍ତ ସ୍ଥାନର ଦୈର୍ଘ ୧୧୫ ମିଟର ଓ ପ୍ରସ୍ଥ ୩୦ ମିଟର ରହିବ। କଳିଙ୍ଗ ସ୍ଥାପତ୍ୟ ଅନୁଯାୟୀ ଷ୍ଟେଶନ ନିର୍ମାଣରେ ବିଭିନ୍ନ ଶିଳାକୁ ଖୋଦିତ କରାଯାଇ ବ୍ୟବହାର କରାଯିବ। ବର୍ତ୍ତମାନ ପୁରୀ ଷ୍ଟେଶନରେ ଦୈନିକ ୬ରୁ ୭ ହଜାର ଯାତ୍ରୀ ଯାତାୟାତ କରୁଥିବାବେଳେ ଆଗାମୀ ଦିନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବିକଶିତ ଷ୍ଟେଶନରେ ଯାତ୍ରୀ କ୍ଷମତା ୪୦ ହଜାରକୁ ବୃଦ୍ଧି କରାଯାଉଛି। ୨୦୨୨ ଜୁଲାଇରେ ରେଲଓ୍ବେ ପୁରୀ ଷ୍ଟେଶନ ପୁନଃ ବିକାଶ କାର୍ଯ୍ୟ ରଥ ଆର୍କିଟେକ୍ଟୋନିକ୍‌କୁ ଦେଇଥିବାବେଳେ ୨୦୨୩ ଜାନୁୟାରୀରୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ମନୋଜ ରଥ ଏବଂ ପ୍ରତୀକ ରଥ ଷ୍ଟେଶନର ଡିଜାଇନ୍‌ କରିଛନ୍ତି ଏବଂ ବି.ସି. ଭୁୟଁା କନ୍‌ଷ୍ଟ୍ରକ୍‌ସନ୍‌ ପ୍ରା.ଲିଃ ଏହାର ନିର୍ମାଣ କରୁଛି।

The post ପୁରୀ ରେଳଷ୍ଟେଶନରେ ଶ୍ରୀମନ୍ଦିର ସ୍ଥାପତ୍ୟ ପ୍ରତିଫଳିତ ହେବ appeared first on Dharitri Odia News.