‘ଜୁନ ୪ରେ ଦଳବଦଳ କରିବେ ନୀତୀଶ’, ୨ ଦିନ ପୂର୍ବରୁ ଦିଲ୍ଲୀରୁ ଫେରି ଆସିବାକୁ ନେଇ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ,୩।୬: ନୀତୀଶ କେବେ କ’ଣ କରିବେ, ସେଥିରେ ଅନିଶ୍ଚିତତା ଲାଗି ରହିଥାଏ। ଏଥିଲାଗି ଗତ ୧୮ ବର୍ଷ ଧରି ବିହାର ରାଜନୀତି ଚର୍ଚ୍ଚାରେ ରହିଆସିଛି। ଅନେକ ଥର ଦଳବଦଳ କରିବା ଯୋଗୁ ତାଙ୍କର ବିଶ୍ୱାସନୀୟତା ଉପରେ ପ୍ରଶ୍ନ ଉଠିଛି। ତେଜସ୍ବୀ ଯେବେଠାରୁ ନୀତୀଶ ଜୁନ ୪ ପରେ ଦଳବଦଳ କରିବେ ବୋଲି ବୟାନ ଦେଇଛନ୍ତି, ସେବେଠାରୁ ବିହାର ରାଜନୀତି ସରଗରମ ରହିଛି। ସେ ଦିଲ୍ଲୀ ପହଞ୍ଚିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଏହାପରେ ସେ ସ୍ବରାଷ୍ଟ୍ରମନ୍ତ୍ରୀ […] The post ‘ଜୁନ ୪ରେ ଦଳବଦଳ କରିବେ ନୀତୀଶ’, ୨ ଦିନ ପୂର୍ବରୁ ଦିଲ୍ଲୀରୁ ଫେରି ଆସିବାକୁ ନେଇ ବଢ଼ିଲା ଚର୍ଚ୍ଚା appeared first on Dharitri Odia News.

‘ଜୁନ ୪ରେ ଦଳବଦଳ କରିବେ ନୀତୀଶ’, ୨ ଦିନ ପୂର୍ବରୁ ଦିଲ୍ଲୀରୁ ଫେରି ଆସିବାକୁ ନେଇ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ,୩।୬: ନୀତୀଶ କେବେ କ’ଣ କରିବେ, ସେଥିରେ ଅନିଶ୍ଚିତତା ଲାଗି ରହିଥାଏ। ଏଥିଲାଗି ଗତ ୧୮ ବର୍ଷ ଧରି ବିହାର ରାଜନୀତି ଚର୍ଚ୍ଚାରେ ରହିଆସିଛି। ଅନେକ ଥର ଦଳବଦଳ କରିବା ଯୋଗୁ ତାଙ୍କର ବିଶ୍ୱାସନୀୟତା ଉପରେ ପ୍ରଶ୍ନ ଉଠିଛି। ତେଜସ୍ବୀ ଯେବେଠାରୁ ନୀତୀଶ ଜୁନ ୪ ପରେ ଦଳବଦଳ କରିବେ ବୋଲି ବୟାନ ଦେଇଛନ୍ତି, ସେବେଠାରୁ ବିହାର ରାଜନୀତି ସରଗରମ ରହିଛି। ସେ ଦିଲ୍ଲୀ ପହଞ୍ଚିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଏହାପରେ ସେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବେ। ହେଲେ ୫ ଜୁନ ପରିବର୍ତ୍ତେ ସେ ଜୁନ ୩ରେ ଫେରିବାର କାର୍ଯ୍ୟକ୍ରମ ନିଶ୍ଚିତ କରିଥିବା ଅନେକଙ୍କୁ ଚକିତ କରିଛି। ଏହି କାରଣରୁ ପୁଣିଥରେ ସେ କିଛି ବଡ଼ ନିଷ୍ପତ୍ତି ନେବାକୁ ଯାଉଥିବା ସନ୍ଦେହ କରାଯାଉଛି।

ନୀତୀଶଙ୍କ ପାଖ ଲୋକ ଜାଣନ୍ତି ସେ ଯେବେ ଦିଲ୍ଲୀରୁ ଶୀଘ୍ର ପାଟଣା ଫେରନ୍ତି ତେବେ କିଛି ବଡ଼ କାରଣ ଥାଏ। ମେଣ୍ଟରେ ସେ ଯେବେ ରହିଥିଲେ ସେତେବେଳେ ମନମୁତାବକ କାମ ନ ହେବା ଯୋଗୁ ଅଧା ମିଟିଂରୁ ସେ ପାଟଣା ଫେରି ଆସୁଥିଲେ। ଏମିତି ସେ ନିଜର ବାଙ୍ଗାଲୁରୁଠାରୁ ଆରମ୍ଭ କରି ମୁମ୍ବାଇ ଯାଏର ବୈଠକରେ କରିସାରିଛନ୍ତି। ଏଣୁ ଆଜି ସନ୍ଧ୍ୟାରେ ସେ ଦିଲ୍ଲୀରୁ ଫେରି ଆସିବା ଅନେକଙ୍କୁ ଚକିତ କରିଛି।

କହିରଖୁଛୁ, ଗତ ଏନ୍‌ଡିଏ ସରକାର ସମୟରେ ନୀତୀଶ ଶପଥ ଗ୍ରହଣ ସମାରୋହ ଛାଡ଼ି ପାଟଣା ଫେରି ଆସିଥିଲେ। ଏବେ ପୁଣିଥରେ ଫଳାଫଳ ଆସିବା ପୂର୍ବରୁ ଦିଲ୍ଲୀ ଯାଇ ନିଜ ଦଳକୁ ସମର୍ଥନ ଦେବା ତାଙ୍କର ଉଦ୍ଦେଶ୍ୟ ଥିଲା। ଜୁନ ୪ରେ ପରିଣାମ ଆସିବା ପରେ ସେ ଜେ ପି ନଡ୍ଡାଙ୍କୁ ଭେଟି ପାଟଣା ଫେରିଥାନ୍ତେ। ହେଲେ ହଠାତ ଜୁନ ୩ ଅପରାହ୍ନ ୬ଟାରେ ସେ ଫେରିଆସିବା ସବୁକିଛି ଠିକ୍‌ ନ ଥିବା ସଙ୍କେତ ଦେଉଛି। ଏଣୁ ଯେଉଁ ଉଦ୍ଦେଶ୍ୟ ରଖି ସେ ଦିଲ୍ଲୀ ଯାଇଥିଲେ ତାହା ପୂରଣ ହୋଇ ନ ଥିବା ଚର୍ଚ୍ଚା ହେଉଛି।

The post ‘ଜୁନ ୪ରେ ଦଳବଦଳ କରିବେ ନୀତୀଶ’, ୨ ଦିନ ପୂର୍ବରୁ ଦିଲ୍ଲୀରୁ ଫେରି ଆସିବାକୁ ନେଇ ବଢ଼ିଲା ଚର୍ଚ୍ଚା appeared first on Dharitri Odia News.