ବରଗଡ଼ ଧନୁଯାତ୍ରା: କଳାକାରଙ୍କ ରିହର୍ସଲ ଆରମ୍ଭ

ବରଗଡ଼,୧୬।୧୨(ପ୍ରେମାନନ୍ଦ ଖମାରୀ): ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଜାନୁଆରୀ ୩ତାରିଖରୁ ଆରମ୍ଭ ହେବ। ଦୀର୍ଘ ୧୧ଦିନ ବ୍ୟାପି ୧୩ ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ। ଏଥିପାଇଁ ସୋମବାରରୁ ବରଗଡ଼ ଗାନ୍ଧୀଛକ ନିକଟ କଲ୍ୟାଣ ମଣ୍ଡପରେ କଳାକାରଙ୍କ ରିହର୍ସଲ (ପୂର୍ବାଭ୍ୟାସ)ର ଶୁଭାରମ୍ଭ ହୋଇଛି। ଅତିରିକ୍ତ ଜିଲାପାଳ ମହେନ୍ଦ୍ର ମହାପାତ୍ର, ଧନୁଯାତ୍ରା ମହୋତ୍ସବ ସମିତିର ସମ୍ପାଦକ ସୁରେଶ୍ବର ଶତପଥୀ, କଳାକାର ଉପଦେଷ୍ଟା କମିଟିର କମିଟିର ଅଶୋକ ବେହେରା, ନକୁଳ ବାଦୀ, ଭୁବନ ଭୋଇ, ପ୍ରଶାନ୍ତ […] The post ବରଗଡ଼ ଧନୁଯାତ୍ରା: କଳାକାରଙ୍କ ରିହର୍ସଲ ଆରମ୍ଭ appeared first on Dharitri Odia News.

ବରଗଡ଼ ଧନୁଯାତ୍ରା: କଳାକାରଙ୍କ ରିହର୍ସଲ ଆରମ୍ଭ

ବରଗଡ଼,୧୬।୧୨(ପ୍ରେମାନନ୍ଦ ଖମାରୀ): ବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଜାନୁଆରୀ ୩ତାରିଖରୁ ଆରମ୍ଭ ହେବ। ଦୀର୍ଘ ୧୧ଦିନ ବ୍ୟାପି ୧୩ ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ। ଏଥିପାଇଁ ସୋମବାରରୁ ବରଗଡ଼ ଗାନ୍ଧୀଛକ ନିକଟ କଲ୍ୟାଣ ମଣ୍ଡପରେ କଳାକାରଙ୍କ ରିହର୍ସଲ (ପୂର୍ବାଭ୍ୟାସ)ର ଶୁଭାରମ୍ଭ ହୋଇଛି।

ଅତିରିକ୍ତ ଜିଲାପାଳ ମହେନ୍ଦ୍ର ମହାପାତ୍ର, ଧନୁଯାତ୍ରା ମହୋତ୍ସବ ସମିତିର ସମ୍ପାଦକ ସୁରେଶ୍ବର ଶତପଥୀ, କଳାକାର ଉପଦେଷ୍ଟା କମିଟିର କମିଟିର ଅଶୋକ ବେହେରା, ନକୁଳ ବାଦୀ, ଭୁବନ ଭୋଇ, ପ୍ରଶାନ୍ତ ମହାପାତ୍ର, ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସଲା ପ୍ରମୁଖ ଉପସ୍ଥିତ ଥିଲେ। କଂସ ଅଭିନେତା ଭୁବନେଶ୍ବର ପ୍ରଧାନଙ୍କ ସମେତ ଅନ୍ୟ କଳାକାର ଉପସ୍ଥିତ ରହି ପୂର୍ବାଭ୍ୟାସ ଆରମ୍ଭ କରିଥିଲେ।

 

The post ବରଗଡ଼ ଧନୁଯାତ୍ରା: କଳାକାରଙ୍କ ରିହର୍ସଲ ଆରମ୍ଭ appeared first on Dharitri Odia News.