ଲକ୍ଷ୍ନୌ ଭିକାରି ସବୁଠୁ ଧନୀ; ମାସିକ ୯୦ ହଜାର ରୋଜଗାର, ନିଅନ୍ତି ୱିକ୍ଏଣ୍ଡ୍ ଛୁଟି
ନୂଆଦିଲ୍ଲୀ: ଲକ୍ଷ୍ନୌ ମହାନଗର ନିଗମ ଏବଂ ଉତ୍ତର ପ୍ରଦେଶ ସାମାଜିକ କଲ୍ୟାଣ ବିଭାଗ ପକ୍ଷରୁ ଲକ୍ଷ୍ନୌ ସହରରେ ଭିକାରିମାନଙ୍କୁ ନେଇ ଏକ ସର୍ଭେ କରାଯାଇଛି। ଭିକାରିମାନଙ୍କୁ ସରକାରୀ ଯୋଜନାର ଲାଭ ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଉକ୍ତ ସର୍ଭେ ହୋଇଥିଲା। ସର୍ଭେରେ ଲକ୍ଷ୍ମୌର ୫ ହଜାରରୁ ଅଧିକ ଭିକାରିଙ୍କର ତଥ୍ୟ ନିଆଯାଇଥିଲା। ତେବେ ଏହି ସର୍ଭେରେ କିଛି ଏଭଳି ତଥ୍ୟ ସାମ୍ନାକୁ ଆସିଥିଲା, ଯାହା ଦେଖି ଅଧିକାରୀମାନଙ୍କର ହୋସ୍ ଉଡ଼ିଯାଇଥିଲା। ସହରର କେତେଜଣ ଭିକାରିଙ୍କ ନିକଟରେ […] The post ଲକ୍ଷ୍ନୌ ଭିକାରି ସବୁଠୁ ଧନୀ; ମାସିକ ୯୦ ହଜାର ରୋଜଗାର, ନିଅନ୍ତି ୱିକ୍ଏଣ୍ଡ୍ ଛୁଟି appeared first on Dharitri Odia News.
ନୂଆଦିଲ୍ଲୀ: ଲକ୍ଷ୍ନୌ ମହାନଗର ନିଗମ ଏବଂ ଉତ୍ତର ପ୍ରଦେଶ ସାମାଜିକ କଲ୍ୟାଣ ବିଭାଗ ପକ୍ଷରୁ ଲକ୍ଷ୍ନୌ ସହରରେ ଭିକାରିମାନଙ୍କୁ ନେଇ ଏକ ସର୍ଭେ କରାଯାଇଛି। ଭିକାରିମାନଙ୍କୁ ସରକାରୀ ଯୋଜନାର ଲାଭ ଯୋଗାଇବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଉକ୍ତ ସର୍ଭେ ହୋଇଥିଲା। ସର୍ଭେରେ ଲକ୍ଷ୍ମୌର ୫ ହଜାରରୁ ଅଧିକ ଭିକାରିଙ୍କର ତଥ୍ୟ ନିଆଯାଇଥିଲା। ତେବେ ଏହି ସର୍ଭେରେ କିଛି ଏଭଳି ତଥ୍ୟ ସାମ୍ନାକୁ ଆସିଥିଲା, ଯାହା ଦେଖି ଅଧିକାରୀମାନଙ୍କର ହୋସ୍ ଉଡ଼ିଯାଇଥିଲା।
ସହରର କେତେଜଣ ଭିକାରିଙ୍କ ନିକଟରେ ପାନ୍ କାର୍ଡ ଏବଂ ସ୍ମାର୍ଟଫୋନ୍ ଥିବା ନେଇ ଏହି ସର୍ଭେରୁ ଜଣାପଡ଼ିଛି। ସେହିପରି ଅଧିକାଂଶ ଭିକାରି ଭିକ୍ଷାବୃତ୍ତି କରି ମାସିକ ୯୦ ହଜାରରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି। ଏପରିକି ସେମାନେ ଚାକିରିଆଙ୍କ ପରି ସପ୍ତାହର ଶେଷଦିନରେ ଛୁଟି ମଧ୍ୟ ନିଅନ୍ତି ଏବଂ ଭିକ ମାଗନ୍ତି ନାହିଁ ବୋଲି ଉକ୍ତ ସର୍ଭେରୁ ଜଣାପଡ଼ିଛି।
ଭିକ୍ଷାବୃତ୍ତି କରି ମହିଳାମାନେ ପୁରୁଷଙ୍କଠାରୁ ଅଧିକ ରୋଜଗାର କରୁଛନ୍ତି। ବିଶେଷକରି ଗର୍ଭବତୀ ମହିଳା ଏବଂ କୋଳରେ ପିଲା ରଖି ଭିକ୍ଷାବୃତ୍ତି କରୁଥିବା ମହିଳାଙ୍କର ଦୈନିକ ରୋଜଗାର ୩ରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ରହିଥାଏ ବୋଲି ଉକ୍ତ ସର୍ଭେ କହିଛି। ସେହିପରି ଅନେକ ଲୋକ ଭିକାରିମାନଙ୍କୁ ମାଗଣା ଖାଦ୍ୟ ଏବଂ ପୋଷାକ ମଧ୍ୟ ଦେଇଥାନ୍ତି। ଲକ୍ଷ୍ନୌର ଚାର୍ବାଗ ଅଞ୍ଚଳରରେ ଭିକାରିମାନେ ସବୁଠାରୁ ଅଧିକ ରୋଜଗାର କରୁଥିବା ନେଇ ଏହି ସର୍ଭେରୁ ଜଣାପଡ଼ିଛି। ଏଠାରେ ଜଣେ ଭିକାରି ତାଙ୍କ ଆକାଉଣ୍ଟରେ ୧୩ ଲକ୍ଷ ଟଙ୍କା ଜମା କରିଛନ୍ତି। ସର୍ଭେ କରୁଥିବା ସରକାରୀ ଅଧିକାରୀଙ୍କୁ ସେ କହିଛନ୍ତି, ତାଙ୍କ ପାଇଁ କୌଣସି ସରକାରୀ ଯୋଜନାର ଆବଶ୍ୟକତା ନାହିଁ। କେବଳ ରାଜ୍ୟ ସରକାର ଭିକ ମାଗିବାକୁ ଅନୁମତି ଦିଅନ୍ତୁ।
The post ଲକ୍ଷ୍ନୌ ଭିକାରି ସବୁଠୁ ଧନୀ; ମାସିକ ୯୦ ହଜାର ରୋଜଗାର, ନିଅନ୍ତି ୱିକ୍ଏଣ୍ଡ୍ ଛୁଟି appeared first on Dharitri Odia News.