ହୁରୁନ ଇଣ୍ଡିଆ ଧନୀ ତାଲିକା : ୭୩୦୦ କୋଟି ସମ୍ପତ୍ତି ସହ ପ୍ରଥମ ଥର ଧନୀ ତାଲିକାରେ ସାମିଲ ହେଲେ କିଙ୍ଗ ଖାନ
ମୁମ୍ଵାଇ ୨୯।୦୮: ବଲିଉଡର କିଙ୍ଗ ଖାନ୍ ଶାହାରୁଖ ଖାନ । ଛୋଟରୁ ବଡ ଯାଏଁ ସଭିଏଁ ତାଙ୍କ ପାଇଁ ଦିୱାନା । ଫିଲ୍ମରେ ତାଙ୍କର ଦମ୍ଦାର ଆକ୍ସନ ସୁନ୍ଦର ଅଭିନୟ ସମସ୍ତଙ୍କୁ ମତୁଆଲା କରିଦେଇଛି। ବହୁ ସଂଘର୍ଷ କରିଥିବା ଶାହରୁଖ କ୍ୟାରିଅରରେ ବହୁ ସଫଳତା ହାସଲ କରିଛନ୍ତି । ଲଗଜରୀ ବଙ୍ଗଳା ଠାରୁ ଗାଡି ଯାଏଁ ସବୁର କଲେକସନ ସେ ରଖିଛନ୍ତି। ଏବେ ସେ ନୂଆ ରେକର୍ଡ କରିଛନ୍ତି ।ପ୍ରଥମ ଥର ପାଇଁ ଦେଶର ଧନୀ ତାଲିକାରେ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି। ଭାରତୀୟ ମନୋରଞ୍ଜନ ଶିଳ୍ପର କିଙ୍ଗ ଶାହାରୁଖ ଖାନ ୭୩୦୦ କୋଟି ଟଙ୍କା ସମ୍ପତ୍ତି ସହିତ ପ୍ରଥମ ଥର ପାଇଁ ହୁରୁନ ଇଣ୍ଡିଆ ରିଚ୍ ତାଲିକାରେ ସାମିଲ ହୋଇଛନ୍ତି । ଯାହା ତାଙ୍କ ପାଇଁ ନୂଆ ସଫଳ ହୋଇଛି। କୋଲକାତା ନାଇଟ୍ ରାଇଡର୍ସ ଏବଂ ରେଡ୍ ଚିଲିସ୍ ଏଣ୍ଟରଟେନମେଣ୍ଟରେ ଅଂଶଧନ ଥିବାରୁ କିଙ୍ଗ ଖାନ୍ ଏହି ତାଲିକାରେ ନିଜର ସ୍ଥାନ ହାସଲ କରିବାରେ ସକ୍ଷମ ହୋଇଛନ୍ତି। ବଲିଉଡର ବାଦଶାହ ଅମିତାଭ ବଚ୍ଚନ, ଜୁହି ଚାୱଲା, କରଣ ଜୋହର ଏବଂ ହ୍ରିତିକ ରୋଶନ ମଧ୍ୟ ପ୍ରଥମ ଥର ପାଇଁ ହୁରୁନ ଇଣ୍ଡିଆ ଧନୀ ତାଲିକାରେ ସ୍ଥାନ ପାଇଛନ୍ତି।
ମୁମ୍ଵାଇ ୨୯।୦୮: ବଲିଉଡର କିଙ୍ଗ ଖାନ୍ ଶାହାରୁଖ ଖାନ । ଛୋଟରୁ ବଡ ଯାଏଁ ସଭିଏଁ ତାଙ୍କ ପାଇଁ ଦିୱାନା । ଫିଲ୍ମରେ ତାଙ୍କର ଦମ୍ଦାର ଆକ୍ସନ ସୁନ୍ଦର ଅଭିନୟ ସମସ୍ତଙ୍କୁ ମତୁଆଲା କରିଦେଇଛି। ବହୁ ସଂଘର୍ଷ କରିଥିବା ଶାହରୁଖ କ୍ୟାରିଅରରେ ବହୁ ସଫଳତା ହାସଲ କରିଛନ୍ତି । ଲଗଜରୀ ବଙ୍ଗଳା ଠାରୁ ଗାଡି ଯାଏଁ ସବୁର କଲେକସନ ସେ ରଖିଛନ୍ତି। ଏବେ ସେ ନୂଆ ରେକର୍ଡ କରିଛନ୍ତି ।
ପ୍ରଥମ ଥର ପାଇଁ ଦେଶର ଧନୀ ତାଲିକାରେ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି। ଭାରତୀୟ ମନୋରଞ୍ଜନ ଶିଳ୍ପର କିଙ୍ଗ ଶାହାରୁଖ ଖାନ ୭୩୦୦ କୋଟି ଟଙ୍କା ସମ୍ପତ୍ତି ସହିତ ପ୍ରଥମ ଥର ପାଇଁ ହୁରୁନ ଇଣ୍ଡିଆ ରିଚ୍ ତାଲିକାରେ ସାମିଲ ହୋଇଛନ୍ତି । ଯାହା ତାଙ୍କ ପାଇଁ ନୂଆ ସଫଳ ହୋଇଛି।
କୋଲକାତା ନାଇଟ୍ ରାଇଡର୍ସ ଏବଂ ରେଡ୍ ଚିଲିସ୍ ଏଣ୍ଟରଟେନମେଣ୍ଟରେ ଅଂଶଧନ ଥିବାରୁ କିଙ୍ଗ ଖାନ୍ ଏହି ତାଲିକାରେ ନିଜର ସ୍ଥାନ ହାସଲ କରିବାରେ ସକ୍ଷମ ହୋଇଛନ୍ତି। ବଲିଉଡର ବାଦଶାହ ଅମିତାଭ ବଚ୍ଚନ, ଜୁହି ଚାୱଲା, କରଣ ଜୋହର ଏବଂ ହ୍ରିତିକ ରୋଶନ ମଧ୍ୟ ପ୍ରଥମ ଥର ପାଇଁ ହୁରୁନ ଇଣ୍ଡିଆ ଧନୀ ତାଲିକାରେ ସ୍ଥାନ ପାଇଛନ୍ତି।