ସିକକେତା ଗ୍ରାମରେ ନୂଆ ଚର୍ଚ୍ଚଗୃହ
ଦାରିଙ୍ଗବାଡି, ୨୫୧୧ (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବାଡାବାଙ୍ଗା ପଞ୍ଚାୟତ ସିକକେତା ଠାରେ କ୍ୟାଥୋଲିକ ମଣ୍ଡଳୀର ଏକ ଚର୍ଚ୍ଚ ଗୃହର ଶୁଭାରମ୍ଭ ହୋଇଛି। ଏହାକୁ ମୁଖ୍ୟ ଅତିଥି ଭାବେ କଟକ ଭୁବନେଶ୍ବର ଡାୟୋସେସର ଆର୍ଚ୍ଚ ବିଶୋପ ଯୋହନ ବାର୍ବା ଏହାର ଶୁଭାରମ୍ଭ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଡାୟୋସେସର ଭିକାର ଜେନେରାଲ ତଥା ରାଇକିଆ ଧର୍ମାଞ୍ଚଳର ପାରିଶ ପ୍ରିଷ୍ଟ ପ୍ରଦୋଷ ଚନ୍ଦ୍ର ନାୟକ, ଯେରୋମ ନାୟକ,ପୁରୁଷୋତ୍ତମ ନାୟକ,ବିଶୋପ ଙ୍କ ବ୍ୟକ୍ତିଗତ ସଚିବ ମୋହନ ଦାସ ନାୟକ,ବାଡାବାଙ୍ଗା ସରପଞ୍ଚ […] The post ସିକକେତା ଗ୍ରାମରେ ନୂଆ ଚର୍ଚ୍ଚଗୃହ appeared first on Dharitri Odia News.
ଦାରିଙ୍ଗବାଡି, ୨୫୧୧ (ଅରୁଣ ସାହୁ)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବାଡାବାଙ୍ଗା ପଞ୍ଚାୟତ ସିକକେତା ଠାରେ କ୍ୟାଥୋଲିକ ମଣ୍ଡଳୀର ଏକ ଚର୍ଚ୍ଚ ଗୃହର ଶୁଭାରମ୍ଭ ହୋଇଛି। ଏହାକୁ ମୁଖ୍ୟ ଅତିଥି ଭାବେ କଟକ ଭୁବନେଶ୍ବର ଡାୟୋସେସର ଆର୍ଚ୍ଚ ବିଶୋପ ଯୋହନ ବାର୍ବା ଏହାର ଶୁଭାରମ୍ଭ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଡାୟୋସେସର ଭିକାର ଜେନେରାଲ ତଥା ରାଇକିଆ ଧର୍ମାଞ୍ଚଳର ପାରିଶ ପ୍ରିଷ୍ଟ ପ୍ରଦୋଷ ଚନ୍ଦ୍ର ନାୟକ, ଯେରୋମ ନାୟକ,ପୁରୁଷୋତ୍ତମ ନାୟକ,ବିଶୋପ ଙ୍କ ବ୍ୟକ୍ତିଗତ ସଚିବ ମୋହନ ଦାସ ନାୟକ,ବାଡାବାଙ୍ଗା ସରପଞ୍ଚ ପ୍ରସନ୍ନ କୁମାର ପ୍ରଧାନ, ସମିତି ସଭ୍ୟ ବୀରେନ୍ଦ୍ର ପ୍ରଧାନଙ୍କ ସମେତ ରାଇକିଆ କନଭେଣ୍ଟ ର ସେବା ଭଗ୍ନୀମାନେ ଉପସ୍ଥିତ ଥିଲେ। ଏଥିରେ ସୁଗଡବାଡି, ମୁରୁଡିକୁପୂଡା, କପୁଗୁଟା, ସିକକେତା,ସମାଗଟା ମଣ୍ଡଳୀର ସମସ୍ତେ ସହଯୋଗ କରିଥିଲେ।
ସୂଚନାଯୋଗ୍ୟ ଯେ, ଗତ ସରକାରଙ୍କ ସମୟରେ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ଉକ୍ତ ଚର୍ଚ୍ଚର ରୂପାନ୍ତର କରାଯାଇଥିବା ଗ୍ରାମର ପଙ୍କଜ ପ୍ରଧାନ କହିଛନ୍ତି। ସେ ଏହା ସୂଚନା ଦେବା ସହ ମଣ୍ଡଳୀର ଇତିହାସ ପଠନ କରିଥିଲେ। ଶେଷରେ ବିଜୟ ନାୟକ ଧନ୍ୟବାଦ ଦେଇଥିଲେ।
The post ସିକକେତା ଗ୍ରାମରେ ନୂଆ ଚର୍ଚ୍ଚଗୃହ appeared first on Dharitri Odia News.