ବାହାଘରକୁ ଦେଢମାସ ପୂରିନି, ଝୁଲିପଡିଲେ ନବବଧୂ
ପାଟଣା ,୨୧।୭(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଜମୁନା ପଶି ପଞ୍ଚାୟତ ଗୋଡି ପୋଖରୀ ଗ୍ରାମରେ ବନ୍ଦ ଘର କୋଠରୀ ଭିତରୁ ରବିବାର ସକାଳେ ଜଣେ ନବବଧୂଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ବିବାହିତା ମହିଳା ଜଣକ ହେଉଛନ୍ତି ଗୋଡି ପୋଖରୀ ଗ୍ରାମର ଦିଲ୍ଲୀପ ନାଏକଙ୍କ ସ୍ତ୍ରୀ ଦୀପା। ଆତ୍ମହତ୍ୟାର କାରଣ ସ୍ପଷ୍ଟହୋଇ ନାହିଁ। ଦିଲ୍ଲୀପ ମୟୁରଭଞ୍ଜ ଜିଲା କରଞ୍ଜିଆ ଥାନା କାଠ କରଞ୍ଜିଆ ଗ୍ରାମର ଦୀପା ନାଏକଙ୍କୁ ଗତ ଜୁନ ମାସ ୧୮ […] The post ବାହାଘରକୁ ଦେଢମାସ ପୂରିନି, ଝୁଲିପଡିଲେ ନବବଧୂ appeared first on Dharitri Odia News.
ପାଟଣା ,୨୧।୭(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଜମୁନା ପଶି ପଞ୍ଚାୟତ ଗୋଡି ପୋଖରୀ ଗ୍ରାମରେ ବନ୍ଦ ଘର କୋଠରୀ ଭିତରୁ ରବିବାର ସକାଳେ ଜଣେ ନବବଧୂଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ବିବାହିତା ମହିଳା ଜଣକ ହେଉଛନ୍ତି ଗୋଡି ପୋଖରୀ ଗ୍ରାମର ଦିଲ୍ଲୀପ ନାଏକଙ୍କ ସ୍ତ୍ରୀ ଦୀପା। ଆତ୍ମହତ୍ୟାର କାରଣ ସ୍ପଷ୍ଟହୋଇ ନାହିଁ।
ଦିଲ୍ଲୀପ ମୟୁରଭଞ୍ଜ ଜିଲା କରଞ୍ଜିଆ ଥାନା କାଠ କରଞ୍ଜିଆ ଗ୍ରାମର ଦୀପା ନାଏକଙ୍କୁ ଗତ ଜୁନ ମାସ ୧୮ ତାରିଖ ରେ ବୈଦିକ ରୀତିନୀତିରେ ବିବାହ କରିଥିଲେ। ବିଳମ୍ବିତ ରାତିରେ ଉଭୟ ଖାଇ ସାରି ଶୋଇଥିଲେ। ରବିବାର ସକାଳୁ ରୋଷେଇ ଘରେ ଦୀପାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇ ପରିବାର ଲୋକେ ତୂରୁମୂଙ୍ଗା ପୋଲିସକୁ ଖବର ଦେଇଥିଲେ। ଖବର ପାଇ ତୁରୁମୁଙ୍ଗା ପୋଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଘଟଣାର ତଦନ୍ତ ଜାରି ରଖିଛି।
The post ବାହାଘରକୁ ଦେଢମାସ ପୂରିନି, ଝୁଲିପଡିଲେ ନବବଧୂ appeared first on Dharitri Odia News.