ପୁରୀ ଶ୍ରୀମନ୍ଦିରରେ ଅଘଟଣ : ଭୋଗ ବୋହିବା ସମୟରେ ଗର୍ଭଗୃହରେ ପଡ଼ି ଗୁରୁତର ହେଲେ ଜଣେ ବୋଝିଆ

ପୁରୀ ୧୪।୩: ପୁଣି ପୁରୀ ଶ୍ରୀମନ୍ଦିରେ ଅଘଟଣ । ଭୋଗ ବୋହିବା ସମୟରେ ଗର୍ଭଗୃହରେ ପଡ଼ି ଗୁରୁତର ହେଲେ ଜଣେ ବୋଝିଆ । ଗୁରୁତର ବୋଝିଆ ହେଲେ ପୁରୀ ସଦର ଖଡିପଦା ଗ୍ରାମର ଦୁର୍ଗାଚରଣ ନାୟକ। ତଳେ ପଡିଯିବାରୁ ଦୁର୍ଗାଚରଣଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ତାଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଆମ୍ବୁଲାନ୍ସରେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ଶ୍ରୀମନ୍ଦିର ଗର୍ଭଗୃହ ଏବଂ ଭୋଗ ମଣ୍ଡପ ଘରେ ବାରମ୍ବାର ଏଭଳି ଅଘଟଣ ଘଟୁଥିବାରୁ ଶ୍ରୀମନ୍ଦିର ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ବୋଲି ବୋଝକ ସଂଘ ଅନୁରୋଧ କରିଛନ୍ତି । You Can Read :ପାକ୍ସ ଏବଂ ଲାମ୍ପ୍ସ କର୍ମଚାରୀଙ୍କର ମହଙ୍ଗା ଭତ୍ତା ୬୬ ପ୍ରତିଶତ ବୃଦ୍ଧି

ପୁରୀ ଶ୍ରୀମନ୍ଦିରରେ ଅଘଟଣ : ଭୋଗ ବୋହିବା ସମୟରେ ଗର୍ଭଗୃହରେ ପଡ଼ି ଗୁରୁତର ହେଲେ ଜଣେ ବୋଝିଆ

ପୁରୀ ୩: ପୁଣି ପୁରୀ ଶ୍ରୀମନ୍ଦିରେ ଅଘଟଣ । ଭୋଗ ବୋହିବା ସମୟରେ ଗର୍ଭଗୃହରେ ପଡ଼ି ଗୁରୁତର ହେଲେ ଜଣେ ବୋଝିଆ । ଗୁରୁତର ବୋଝିଆ ହେଲେ ପୁରୀ ସଦର ଖଡିପଦା ଗ୍ରାମର ଦୁର୍ଗାଚରଣ ନାୟକ। ତଳେ ପଡିଯିବାରୁ ଦୁର୍ଗାଚରଣଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ତାଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଆମ୍ବୁଲାନ୍ସରେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ଶ୍ରୀମନ୍ଦିର ଗର୍ଭଗୃହ ଏବଂ ଭୋଗ ମଣ୍ଡପ ଘରେ ବାରମ୍ବାର ଏଭଳି ଅଘଟଣ ଘଟୁଥିବାରୁ ଶ୍ରୀମନ୍ଦିର ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ବୋଲି ବୋଝକ ସଂଘ ଅନୁରୋଧ କରିଛନ୍ତି । 

You Can Read :

ପାକ୍ସ ଏବଂ ଲାମ୍ପ୍ସ କର୍ମଚାରୀଙ୍କର ମହଙ୍ଗା ଭତ୍ତା ୬୬ ପ୍ରତିଶତ ବୃଦ୍ଧି