ପୁରୀକୁ ନଯାଇପାରିଲେ କିଛି ଦୁଃଖ ନାହିଁ, ଏଇଠୁ ରଥ କାଠକୁ ଛୁଇଁଦେଲେ ସବୁ କଷ୍ଟ ଦୂର ହୋଇଯିବ

ଭଞ୍ଜନଗର : ଏପଟେ ଘଞ୍ଚ ଜଙ୍ଗଲ, ସେପଟେ ରାଜପଥ । ମଝିରେ ଚାଲିଥିଲା ହୋମଯଜ୍ଞ । ସଂକୀର୍ତ୍ତନ ସାଙ୍ଗକୁ ଜୟ ଜଗନ୍ନାଥ ଧ୍ୱନିରେ ଭକ୍ତିମୟ ହୋଇ ଉଠୁଥିଲା, ସମୁଦାୟ ପରିବେଶ । ସାମିଲ୍ ହୋଇଥିଲେ, ପିଲାଠୁ ବୟସ୍କ । ପାଖ ଜଙ୍ଗଲ ଏବଂ ନିଜ ଗାଁ ମାଟିରୁ ସଂଗୃହିତ କାଠ ଯିବ ମହାପ୍ରଭୁଙ୍କ ଧାମକୁ । ସେଠି ରଥ ନିର୍ମାଣ ହେବ । ପୁରୀକୁ ନଯାଇପାରିଲେ କିଛି ଦୁଃଖ ନାହିଁ । ଏଇଠୁ ମହାପ୍ରଭୁଙ୍କ ରଥ କାଠକୁ […] The post ପୁରୀକୁ ନଯାଇପାରିଲେ କିଛି ଦୁଃଖ ନାହିଁ, ଏଇଠୁ ରଥ କାଠକୁ ଛୁଇଁଦେଲେ ସବୁ କଷ୍ଟ ଦୂର ହୋଇଯିବ appeared first on KNews Odisha.

ପୁରୀକୁ ନଯାଇପାରିଲେ କିଛି ଦୁଃଖ ନାହିଁ, ଏଇଠୁ ରଥ କାଠକୁ ଛୁଇଁଦେଲେ ସବୁ କଷ୍ଟ ଦୂର ହୋଇଯିବ
ratha

ଭଞ୍ଜନଗର : ଏପଟେ ଘଞ୍ଚ ଜଙ୍ଗଲ, ସେପଟେ ରାଜପଥ । ମଝିରେ ଚାଲିଥିଲା ହୋମଯଜ୍ଞ । ସଂକୀର୍ତ୍ତନ ସାଙ୍ଗକୁ ଜୟ ଜଗନ୍ନାଥ ଧ୍ୱନିରେ ଭକ୍ତିମୟ ହୋଇ ଉଠୁଥିଲା, ସମୁଦାୟ ପରିବେଶ । ସାମିଲ୍ ହୋଇଥିଲେ, ପିଲାଠୁ ବୟସ୍କ । ପାଖ ଜଙ୍ଗଲ ଏବଂ ନିଜ ଗାଁ ମାଟିରୁ ସଂଗୃହିତ କାଠ ଯିବ ମହାପ୍ରଭୁଙ୍କ ଧାମକୁ । ସେଠି ରଥ ନିର୍ମାଣ ହେବ । ପୁରୀକୁ ନଯାଇପାରିଲେ କିଛି ଦୁଃଖ ନାହିଁ । ଏଇଠୁ ମହାପ୍ରଭୁଙ୍କ ରଥ କାଠକୁ ଛୁଇଁଦେଲେ ସବୁ ଦୁଃଖ ଦୂର ହୋଇଯିବ । ଏହା ଭାବି ରଥକାଠ ଯିବା ସମୟରେ ଏକାଠି ହୋଇଥିଲ ଶତାଧିକ ପୁରୁଷ ଓ ମହିଳା ।

ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ଘୋଗଡ ଜଙ୍ଗଲ । ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ଗତ ୪ ବର୍ଷ ଧରି ଉତ୍ତର ଘୁମୁସର ବନଖଣ୍ଡରୁ ସଂଗୃହୀତ କାଠ ପୁରୀକୁ ଯାଉଛି । ଚଳିତବର୍ଷ ମଧ୍ୟ ପ୍ରଥମ ପର୍ଯ୍ୟାୟରେ ଯାଇଛି, ୨୩ ଖଣ୍ଡ ରଥକାଠ ।ଟ୍ରଲର ସାହାଯ୍ୟରେ ପଠାଯାଇଥିବା ୨୩ଟି ରଥକାଠ ମଧ୍ୟରେ ରହିଛି, ୪୦ ଫୁଟ ଲମ୍ବର ୨୧ ଟି ଧଉରା ଏବଂ ଦୁଇଟି ଅସନ କାଠ । ଚଳିତ ବର୍ଷ ଦ୍ୱିତୀୟ ପର୍ଯ୍ୟାୟରେ ପୁଣି ଏହି ବନଖଣ୍ଡର ବାଇବାଲି ଜଙ୍ଗଲରୁ ଯିବ, ରଥକାଠ । ସମୁଦାୟ ୯୦ ଖଣ୍ଡ କାଠ ପଠାଇବା ପାଇଁ, ବନବିଭାଗ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିବା ସଂକ୍ରାନ୍ତରେ, ପ୍ରତିକ୍ରିୟା ରଖିଛନ୍ତି, ଉତ୍ତର ଘୁମୁସର ବନଖଣ୍ଡ ଅଧିକାରୀ ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପାଇଁ, ନିର୍ମାଣ ହେବ ତିନି ରଥ । ଏଥିପାଇଁ ଚତୁର୍ଥ ଥର ସକାଶେ, ପ୍ରଥମ ପର୍ଯ୍ୟାୟରେ ପୁରୀଧାମ କୁ ପଠାଗଲା ଚିହ୍ନଟ ରଥକାଠ । ତେବେ ରଥକାଠ ପାଇଁ ଘୁମୁସର ବନଖଣ୍ଡ, ଏବେ ନୂଆଁ ଠିକଣା ସୃଷ୍ଟି କରିଛି । ଯାହାକି ଆବଶ୍ୟକ ମୁତାବକ ରଥକାଠ ଯୋଗାଣ ହୋଇପାରୁଛି ପୁରୀ ଧାମକୁ । ଏନେଇ ଉଭୟ ଅଞ୍ଚଳବାସୀ ଏବଂ ବନ କର୍ମଚାରୀ ମାନେ ବେଶ୍ ଉତ୍ସାହିତ ହୋଇ ପଡିଛନ୍ତି ।

ଆହୁରି ପଢନ୍ତୁ: ଧୁମଧାମରେ ଚାଲିଛି ପାଟଣାଗଡ଼ ମୁଦଘାଟ ଗ୍ରାମରେ ନବନିର୍ମିତ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଉତ୍ସବ

 

The post ପୁରୀକୁ ନଯାଇପାରିଲେ କିଛି ଦୁଃଖ ନାହିଁ, ଏଇଠୁ ରଥ କାଠକୁ ଛୁଇଁଦେଲେ ସବୁ କଷ୍ଟ ଦୂର ହୋଇଯିବ appeared first on KNews Odisha.