ପୁରୀରେ ଏସିଡ ମାଡ଼, ୯ ଆହତ

ପୁରୀ : ପୁରୀରେ ଏସିଡ ମାଡ଼ ।  ଏଥିରେ ୯ ଜଣ ଆହତ ହୋଇଛନ୍ତି । ପୁରୀ ସିଦ୍ଧାମହାବୀର ଚମାରସାହିରେ ୨ ପରିବାରଙ୍କ ମଧ୍ୟରେ ଗଣ୍ଡଗୋଳ ଯୋଗୁ  ଏସିଡ ମାଡ଼ ହୋଇଛି। ଉଭୟ ପରିବାରରୁ ୯ ଜଣ ଆହତ ହୋଇ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଖବରପାଇ ସିଟି ଡିଏସପି ,କୁମ୍ଭାରପଡ଼ା ଓ ତାଳବଣିଆ ଥାନ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି  l ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା […] The post ପୁରୀରେ ଏସିଡ ମାଡ଼, ୯ ଆହତ appeared first on KNews Odisha.

ପୁରୀରେ ଏସିଡ ମାଡ଼, ୯ ଆହତ
puri

ପୁରୀ : ପୁରୀରେ ଏସିଡ ମାଡ଼ ।  ଏଥିରେ ୯ ଜଣ ଆହତ ହୋଇଛନ୍ତି । ପୁରୀ ସିଦ୍ଧାମହାବୀର ଚମାରସାହିରେ ୨ ପରିବାରଙ୍କ ମଧ୍ୟରେ ଗଣ୍ଡଗୋଳ ଯୋଗୁ  ଏସିଡ ମାଡ଼ ହୋଇଛି। ଉଭୟ ପରିବାରରୁ ୯ ଜଣ ଆହତ ହୋଇ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ଖବରପାଇ ସିଟି ଡିଏସପି ,କୁମ୍ଭାରପଡ଼ା ଓ ତାଳବଣିଆ ଥାନ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି  l

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା ଜଣାପଡ଼ିଛି । ଗୋଟିଏ ପରିବାରର ୭ ଜଣ ଆହତ ହୋଇଥିବା ବେଳେ ଅନ୍ୟ ଏକ ପରିବାରର ବାପ ପୁଅ ଆହତ ହୋଇଛନ୍ତି  l ସମସ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି l ଘରବାଡି ବିବାଦ ନେଇ ପୂର୍ବ ଶତ୍ରୁତା କାରଣରୁ ଘଟଣା ଘଟିଥିବା ଜଣାପଡ଼ିଛି l

The post ପୁରୀରେ ଏସିଡ ମାଡ଼, ୯ ଆହତ appeared first on KNews Odisha.