ପୁରୀରେ ପରାକ୍ରମ ଦେଖାଉଛି ନୌସେନା ; ରିହର୍ସାଲ ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ
କନକ ବ୍ୟୁରୋ: ଡିସେମ୍ବର ୪ ରେ ପାଳିତ ହେବ ନୌସେନା ଦିବସ । ପୁରୀ ସମୁଦ୍ରରେ ପରାକ୍ରମ ଦେଖାଇବେ ଦୁର୍ଦ୍ଧଷ ମାର୍କୋସ୍ କମାଣ୍ଡୋ । କାର୍ଯ୍ୟକ୍ରମରେ ସାମିଲ ହେବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହା ପୂର୍ବରୁ ପୁରୀ ବ୍ଲୁ ଫ୍ଲାଗ୍ ବିଚରେ ଯୁଦ୍ଧାଭ୍ୟାସ ହୋଇଛି । ନୌସେନାର ଲଢ଼ୁଆ ହେଲିକପ୍ଟର୍ ସହ ଫାଇଟର୍ ଜେଟ୍ଗୁଡ଼ିକ ଆକାଶ ମାର୍ଗରେ ଚକ୍କର କାଟି କଳାକୌଶଳ ଦେଖାଇ ଦର୍ଶକଙ୍କ ମନ ଜିଣିଛନ୍ତି । ବଡ଼ ବଡ଼ ଟ୍ୟାଙ୍କ ମଧ୍ୟ ପ୍ରଦର୍ଶିତ କରାଯାଇଛି । ତେବେ ଆଜି ଫାଇନାଲ୍ ରିହର୍ସାଲ୍ ଦେଖିବାକୁ ବେଳାଭୂମିରେ ହଜାର ହଜାର ଲୋକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି ।