ପୁରୀରେ ବସିଲା BJDର ଗୁପ୍ତ ବୈଠକ, ଡିଲ୍‌ ଫାଇନାଲ୍‌!

ଦୀର୍ଘ ସମୟ ଧରି ହୋଇଥିଲା ଆଲୋଚନା। ବୈଠକରେ ସଞ୍ଜୟ ଦାସବର୍ମା ଓ ଉମା ସାମନ୍ତରାୟଙ୍କ ବିବାଦ ସମାଧାନ ହୋଇଥିବା ଚର୍ଚ୍ଚା ହେଉଛି। ସେପଟେ ଅରୂପ ପଟ୍ଟନାୟକ ପୁରୀ ସାଂସଦ ପ୍ରାର୍ଥୀ ହେବା ଆଲୋଚନା ହେଉଛି।

ପୁରୀରେ ବସିଲା BJDର ଗୁପ୍ତ ବୈଠକ, ଡିଲ୍‌ ଫାଇନାଲ୍‌!

ଦୁଇ ନେତାଙ୍କ କଳି ସମାଧାନ ହେଲା! ଚଳିତ ନିର୍ବାଚନରେ ବ୍ରହ୍ମଗିରିରୁ ଲଢ଼ିପାରନ୍ତି ସତ୍ୟବାଦୀ ବିଧାୟକ ଉମା ସାମନ୍ତରାୟ। ଆଉ ବ୍ରହ୍ମଗିରିର ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମା ସତ୍ୟବାଦୀରୁ ପ୍ରାର୍ଥୀ ହେବା ଏକ ପ୍ରକାର ଫାଇନାଲ୍‌ ବୋଲି ଚର୍ଚ୍ଚା ହେଉଛି। ଆଜି ପୁରୀରେ ବସିଥିବା ଗୁପ୍ତ ବୈଠକରେ ଏନେଇ ଡିଲ୍‌ ଫାଇନାଲ୍‌ ହୋଇଥିବା ଆଲୋଚନା ହେଉଛି।

ସୋମବାର ନବୀନ ନିବାସରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ। ବୈଠକରେ ପୁରୀ ଲୋକସଭା ଓ ସମସ୍ତ ବିଧାନସଭା ନିର୍ବାଚନମଣ୍ଡଳୀ ଉପରେ ଆଲୋଚନା ଏବଂ ଚର୍ଚ୍ଚା ହୋଇଥିଲା। ନବୀନ ନିବାସରେ ମାନସମନ୍ଥନ ପରେ ଆଜି ପୁରୀରେ ଏକ ହୋଟେଲ୍‌ରେ ବସିଥିଲା ଏକ ଗୁପ୍ତ ବୈଠକ। ଏଥିରେ ଅରୂପ ପଟ୍ଟନାୟକ, ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ଉମା ସାମନ୍ତରାୟ ଓ ସଞ୍ଜୟ ଦାସବର୍ମା ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ଦୁଇ ନିର୍ବାଚନମଣ୍ଡଳୀ (ବ୍ରହ୍ମଗିରି ଓ ସତ୍ୟବାଦୀ)ରୁ ୧୦୦ରୁ ଅଧିକ କର୍ମୀ ଯୋଗ ଦେଇଥିଲେ।

ଦୀର୍ଘ ସମୟ ଧରି ହୋଇଥିଲା ଆଲୋଚନା। ବୈଠକରେ ସଞ୍ଜୟ ଦାସବର୍ମା ଓ ଉମା ସାମନ୍ତରାୟଙ୍କ ବିବାଦ ସମାଧାନ ହୋଇଥିବା ଚର୍ଚ୍ଚା ହେଉଛି। ସେପଟେ ଅରୂପ ପଟ୍ଟନାୟକ ପୁରୀ ସାଂସଦ ପ୍ରାର୍ଥୀ ହେବା ଆଲୋଚନା ହେଉଛି। କାରଣ ଏବେ ଭୁବନେଶ୍ୱର ଛାଡ଼ି ପୁରୀରେ ଡେରା ପକାଇଛନ୍ତି ଅରୂପ। ସେ ଲୋକଙ୍କୁ ଭେଟୁଛନ୍ତି ଓ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରୁଛନ୍ତି।