ପୁରୀରେ ବାଣ ବିସ୍ଫୋରଣ , ୩ଜଣ ଗୁରୁତର

ପୁରୀ : ପୁରୀ ସଦର ଥାନା ଅନ୍ତର୍ଗତ ବାଟ ଗାଁ ରାଉତ ସାହିରେ ବାଣ ବିସ୍ଫୋରଣ  । ଏଥିରେ ୩ଜଣ... The post ପୁରୀରେ ବାଣ ବିସ୍ଫୋରଣ , ୩ଜଣ ଗୁରୁତର appeared first on .

ପୁରୀରେ ବାଣ ବିସ୍ଫୋରଣ , ୩ଜଣ ଗୁରୁତର

ପୁରୀ : ପୁରୀ ସଦର ଥାନା ଅନ୍ତର୍ଗତ ବାଟ ଗାଁ ରାଉତ ସାହିରେ ବାଣ ବିସ୍ଫୋରଣ  । ଏଥିରେ ୩ଜଣ ଗୁରୁତର ହୋଇଛନ୍ତି  । ବାଟ ଗାଁ ରାଉତ ସାହିରେ ଜଣେ ବ୍ୟକ୍ତିଙ୍କ ଘରେ ବାଣ ତିଆରି ହେଉଥିବା ସମୟରେ ବିସ୍ପୋରଣ ଘଟିଥିଲା। ଏହି ବିସ୍ପୋରଣରେ ବାଟ ଗାଁ ରାଉତ ସାହିର ସଞ୍ଜୟ ଜେନା, ଗୁଲା ରାଉତ ଓ ଲିପା ରାଉତ ଗୁରୁତର ହୋଇପଡିଛନ୍ତି । ଗୁରୁତର ଅବସ୍ଥାରେ ସେମାନଙ୍କୁ ପ୍ରଥମେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସଞ୍ଜୟ ଜେନା, ଗୁଲା ରାଉତର ୮୦ ପ୍ରତିଶତ ଭାଗ ପୋଡିଯାଇଥିବା ବେଳେ ଲିପା ରାଉତର ୫୦ ପ୍ରତିଶତ ଭାଗ ପୋଡିଥିବା ଜଣାପଡିଛିl ଲିପା ରାଉତଙ୍କ ଘରେ ବାଣ ତିଆରି ହେଉଥିବା ନେଇ ସଞ୍ଜୟ ଜେନା ଖବର ପାଇ ବାଣ କିଣିବା ପାଇଁ ଯାଇଥିଲେ  । ସେଠାରେ ଲିପା ରାଉତ ଓ ଗୁଲା ରାଉତ ସଞ୍ଜୟ ପାଇଁ ବାଣ ତିଆରି କରିବା ସମୟରେ ଏହି ବିସ୍ପୋରଣ ଘଟିଥିଲା। ସ୍ଵାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସେମାନଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ସଦର ଥାନା ପୋଲିସ ଓ ସିଟିଡିଏସପି ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି  ।

The post ପୁରୀରେ ବାଣ ବିସ୍ଫୋରଣ , ୩ଜଣ ଗୁରୁତର appeared first on .