୧୮ ବର୍ଷୀୟଙ୍କ ମୁହଁରେ ସବୁଠୁ ବେଶି କେଶ
ଭୋପାଳ: ମଧ୍ୟପ୍ରଦେଶର ରତ୍ନାମ ନିବାସୀ ଲଳିତ ପାଟିଦାର (୧୮)ଙ୍କ ନାମ ଗିନିଜ୍ ଓ୍ବାଲର୍ଡ ରେକଡର୍ସ (ଜିଡବ୍ଲ୍ୟୁଆର୍)ରେ ସ୍ଥାନିତ ହୋଇଛି। ମୁହଁରେ ସବୁଠାରୁ ଅଧିକ କେଶ ଥିବା ବ୍ୟକ୍ତି ଭାବେ ଲଳିତ ଜିଡବ୍ଲ୍ୟୁଆର୍ର ଅଧିକାରୀ ହୋଇପାରିଛନ୍ତି। ସେ ଲମ୍ବା ସମୟ ଧରି ହାଇପର୍ଟ୍ରିଚୋସିସ୍ ନାମକ ଏକ ବିରଳ ରୋଗରେ ପୀଡ଼ିତ ଅଛନ୍ତି। ଏହି ରୋଗକୁ ଓ୍ବେର୍ଓଲ୍ଫ ସିଣ୍ଡ୍ରୋମ ମଧ୍ୟ କୁହାଯାଏ, ଯାହାଫଳରେ ମଣିଷଙ୍କ ଚେହେରାରେ ଅନ୍ୟ ଲୋକଙ୍କ ତୁଳନାରେ ଅସାମାନ୍ୟ ଭାବେ କେଶ ଉଠିଯାଇଥାଏ। ସିଣ୍ଡ୍ରୋମ ରୋଗ ଏତେ […] The post ୧୮ ବର୍ଷୀୟଙ୍କ ମୁହଁରେ ସବୁଠୁ ବେଶି କେଶ appeared first on Dharitri Odia News.
ଭୋପାଳ: ମଧ୍ୟପ୍ରଦେଶର ରତ୍ନାମ ନିବାସୀ ଲଳିତ ପାଟିଦାର (୧୮)ଙ୍କ ନାମ ଗିନିଜ୍ ଓ୍ବାଲର୍ଡ ରେକଡର୍ସ (ଜିଡବ୍ଲ୍ୟୁଆର୍)ରେ ସ୍ଥାନିତ ହୋଇଛି। ମୁହଁରେ ସବୁଠାରୁ ଅଧିକ କେଶ ଥିବା ବ୍ୟକ୍ତି ଭାବେ ଲଳିତ ଜିଡବ୍ଲ୍ୟୁଆର୍ର ଅଧିକାରୀ ହୋଇପାରିଛନ୍ତି। ସେ ଲମ୍ବା ସମୟ ଧରି ହାଇପର୍ଟ୍ରିଚୋସିସ୍ ନାମକ ଏକ ବିରଳ ରୋଗରେ ପୀଡ଼ିତ ଅଛନ୍ତି।
ଏହି ରୋଗକୁ ଓ୍ବେର୍ଓଲ୍ଫ ସିଣ୍ଡ୍ରୋମ ମଧ୍ୟ କୁହାଯାଏ, ଯାହାଫଳରେ ମଣିଷଙ୍କ ଚେହେରାରେ ଅନ୍ୟ ଲୋକଙ୍କ ତୁଳନାରେ ଅସାମାନ୍ୟ ଭାବେ କେଶ ଉଠିଯାଇଥାଏ।
ସିଣ୍ଡ୍ରୋମ ରୋଗ ଏତେ ବିରଳ ଯେ, ସମଗ୍ର ବିଶ୍ୱରେ ଏହି ରୋଗର କେବଳ ୫୦ଟି ମାମଲା ପଞ୍ଜୀକୃତ ହୋଇଛି। ଜିଡବ୍ଲ୍ୟୁଆର୍ ଅନୁଯାୟୀ, ଲଳିତଙ୍କ ମୁହଁର ପ୍ରତି ବର୍ଗ ସେଣ୍ଟିମିଟର ସ୍ଥାନରେ ୨୦୧.୭୨ କେଶ ରହିଛି। ତାଙ୍କ ଚେହେରାର ୯୫% ଅଂଶ ସମ୍ପୂର୍ଣ୍ଣ ଭାବେ କେଶ ଦ୍ୱାରା ଆଚ୍ଛାଦିତ ହୋଇରହିଛି। ଲଳିତଙ୍କ ମୁହଁରେ ଅତ୍ୟଧିକ କେଶ ଯୋଗୁ ତାଙ୍କ ଚେହେରା ଅନ୍ୟମାନଙ୍କଠାରୁ ଭିନ୍ନ ଦେଖାଯାଇଥାଏ। ଲଳିତଙ୍କ ମୁହଁରେ ଥିବା କେଶ ଏତେ ଘନ ଯେ ତାଙ୍କ ଆଖି ବ୍ୟତୀତ ଆଉ କିଛି ଦେଖାଯାଏନାହିଁ। ତାଙ୍କର ଗାଲ, ନାକ, କପାଳ, ପାଟି, ଓଠ ଆଦି କେଶ ଦ୍ୱାରା ଆଚ୍ଛାଦିତ ହୋଇରହିଥାଏ। ଲଳିତ କହିଛନ୍ତି, ଯେତେବେଳେ ତାଙ୍କୁ ତାଙ୍କ ସହପାଠୀମାନେ ପ୍ରଥମେ ଦେଖିଥିଲେ, ସେତେବେଳେ ସେମାନେ ଡରିଯାଇଥିଲେ। ତେବେ ପରେ ଯେତେବେଳେ ସେମାନେ ତାଙ୍କ ବିଷୟରେ ଜାଣିବାକୁ ଚେଷ୍ଟା କରିଥିଲେ ସେତେବେଳେ ତାଙ୍କ ପ୍ରତି ସହପାଠୀମାନଙ୍କର ଧାରଣା ବଦଳିଥିଲା।
The post ୧୮ ବର୍ଷୀୟଙ୍କ ମୁହଁରେ ସବୁଠୁ ବେଶି କେଶ appeared first on Dharitri Odia News.