ପୁରୀରେ ବିଜେପିର କାର୍ଯ୍ୟକାରିଣୀ, ସାଂଗଠନିକ ଚର୍ଚ୍ଚା ସହ ପ୍ରସ୍ତୁତ ହେବ ରୋଡମ୍ୟାପ୍...
ଭୁବନେଶ୍ୱର ୧୯/୦୭: ଆଜିଠୁ ବିଜେପିର ଦୁଇ ଦିନିଆ ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । ଏଥିପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା । ପୁରୀର ବଳିଆ ପଣ୍ଡାସ୍ଥିତ ଏକ ହୋଟେଲ ଠାରେ ହେବ ବୈଠକ। ରାଜ୍ୟରେ ବିଜେପି ସରକାର ଗଠନ ପରେ ପ୍ରଥମ ଥର ପାଇଁ ରାଜ୍ୟ କାର୍ଯ୍ୟ କାରିଣୀ ବୈଠକ ବସିବାକୁ ଯାଉଛି । ସକାଳ ୧୦ଟା ୩୦ରେ ପଦାଧିକାରୀ ବୈଠକ ହେବ। ଅପରାହ୍ନ ୨.୩୦ରେ କାର୍ଯ୍ୟକାରିଣୀ ବୈଠକକୁ ଉଦଘାଟନ କରିବେ ଜେ.ପି. ନଡ୍ଡା । ଏହା ୨୦ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିବ। ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସମେତ ସବୁ ମନ୍ତ୍ରୀ, ସାଂସଦ, ବିଧାୟକ, କେନ୍ଦ୍ର ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ରହିବେ। ବୈଠକରେ ରାଜନୈତିକ ପରିସ୍ଥିତି, ସାମ୍ପ୍ରତିକ ସରକାରର ଜନ କଲ୍ୟାଣ କାର୍ଯ୍ୟକ୍ରମ ବିଷୟରେ ଚର୍ଚ୍ଚା ହେବା ସହ ଆଗାମୀ ରଣନୀତି ପ୍ରସ୍ତୁତ କରାଯିବ।
ଭୁବନେଶ୍ୱର ୧୯/୦୭: ଆଜିଠୁ ବିଜେପିର ଦୁଇ ଦିନିଆ ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । ଏଥିପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା । ପୁରୀର ବଳିଆ ପଣ୍ଡାସ୍ଥିତ ଏକ ହୋଟେଲ ଠାରେ ହେବ ବୈଠକ। ରାଜ୍ୟରେ ବିଜେପି ସରକାର ଗଠନ ପରେ ପ୍ରଥମ ଥର ପାଇଁ ରାଜ୍ୟ କାର୍ଯ୍ୟ କାରିଣୀ ବୈଠକ ବସିବାକୁ ଯାଉଛି ।
ସକାଳ ୧୦ଟା ୩୦ରେ ପଦାଧିକାରୀ ବୈଠକ ହେବ। ଅପରାହ୍ନ ୨.୩୦ରେ କାର୍ଯ୍ୟକାରିଣୀ ବୈଠକକୁ ଉଦଘାଟନ କରିବେ ଜେ.ପି. ନଡ୍ଡା । ଏହା ୨୦ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିବ। ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ସମେତ ସବୁ ମନ୍ତ୍ରୀ, ସାଂସଦ, ବିଧାୟକ, କେନ୍ଦ୍ର ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ରହିବେ। ବୈଠକରେ ରାଜନୈତିକ ପରିସ୍ଥିତି, ସାମ୍ପ୍ରତିକ ସରକାରର ଜନ କଲ୍ୟାଣ କାର୍ଯ୍ୟକ୍ରମ ବିଷୟରେ ଚର୍ଚ୍ଚା ହେବା ସହ ଆଗାମୀ ରଣନୀତି ପ୍ରସ୍ତୁତ କରାଯିବ।