ପୁରୁଣା ଲୁକ୍କୁ ‘ରି-କ୍ରିଏଟ୍’ କଲେ ମାଧୁରୀ
ମୁମ୍ବାଇ: ଏବେ ମଧ୍ୟ ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ଅନେକ ପ୍ରଶଂସକ ରହିଛନ୍ତି, ଯେଉଁମାନେ ତାଙ୍କର ଗୋଟିଏ ଝଲକ୍ ପାଇବା ପାଇଁ ଅନାଇ ବସିଥାନ୍ତି। ନିକଟରେ ମାଧୁରୀ ଏକ ହିଟ ଚଳଚ୍ଚିତ୍ରରେ ତାଙ୍କର ଲୁକ୍କୁ ପୁଣି ‘ରି-କ୍ରିଏଟ୍’ କରିଛନ୍ତି, ଯାହାକୁ ନେଇ ସେ ଏବେ ଚର୍ଚ୍ଚାରେ ଅଛନ୍ତି । ୧୯୯୪ ମସିହାରେ ରିଲିଜ୍ ହୋଇଥିବା ବଲିଉଡ୍ ଫିଲ୍ମ ‘ହମ୍ ଆପ୍କେ ହେଁ କୌନ୍’ ବକ୍ସ ଅଫିସରେ ସୁପର୍ହିଟ୍ ହୋଇଥିଲା। ଏହି ଚଳଚ୍ଚିତ୍ରରେ ‘ନିଶା’ ଚରିତ୍ରରେ ମାଧୁରୀ ନଜର […] The post ପୁରୁଣା ଲୁକ୍କୁ ‘ରି-କ୍ରିଏଟ୍’ କଲେ ମାଧୁରୀ appeared first on Dharitri Odia News.
ମୁମ୍ବାଇ: ଏବେ ମଧ୍ୟ ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କ ଅନେକ ପ୍ରଶଂସକ ରହିଛନ୍ତି, ଯେଉଁମାନେ ତାଙ୍କର ଗୋଟିଏ ଝଲକ୍ ପାଇବା ପାଇଁ ଅନାଇ ବସିଥାନ୍ତି। ନିକଟରେ ମାଧୁରୀ ଏକ ହିଟ ଚଳଚ୍ଚିତ୍ରରେ ତାଙ୍କର ଲୁକ୍କୁ ପୁଣି ‘ରି-କ୍ରିଏଟ୍’ କରିଛନ୍ତି, ଯାହାକୁ ନେଇ ସେ ଏବେ ଚର୍ଚ୍ଚାରେ ଅଛନ୍ତି । ୧୯୯୪ ମସିହାରେ ରିଲିଜ୍ ହୋଇଥିବା ବଲିଉଡ୍ ଫିଲ୍ମ ‘ହମ୍ ଆପ୍କେ ହେଁ କୌନ୍’ ବକ୍ସ ଅଫିସରେ ସୁପର୍ହିଟ୍ ହୋଇଥିଲା। ଏହି ଚଳଚ୍ଚିତ୍ରରେ ‘ନିଶା’ ଚରିତ୍ରରେ ମାଧୁରୀ ନଜର ଆସିଥିଲେ। ଚଳଚ୍ଚିତ୍ରରେ ଅଭିନେତା ସଲମାନ୍ ଖାନ୍ଙ୍କ ସହ ମାଧୁରୀଙ୍କ ଯୋଡ଼ିକୁ ଦର୍ଶକ ଭରପୂର୍ ପସନ୍ଦ କରିଥିଲେ।
ରିଲିଜ୍ ହେବାର ୩୦ ବର୍ଷ ପରେ ପୁଣି ଏହି ଫିଲ୍ମକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ତେବେ ଏହି ଚଳଚ୍ଚିତ୍ରର ‘ଦିଦି ତେରା ଦେୱର୍ ଦିୱାନା’ ଗୀତ ବେଶ୍ ଲୋକପ୍ରିୟ ହୋଇଥିଲା। ଗୀତରେ ମାଧୁରୀ ଏକ ବାଇଗଣୀ ରଙ୍ଗର ସାଢ଼ୀ ପିନ୍ଧିଥିବାବେଳେ ଦୀର୍ଘ ବର୍ଷ ପରେ ପୁଣି ସେ ନିଜର ଏହି ଲୁକ୍କୁ ‘ରି କ୍ରିଏଟ’ କରି ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରିଛନ୍ତି। ନୂଆ ଲୁକ୍ରେ ମାଧୁରୀ ବାଇଗଣୀ ରଙ୍ଗର ଶାଢ଼ି ସହ ମ୍ୟାଚିଙ୍ଗ୍ ଚୁଡ଼ି ପିନ୍ଧି ଏକ ଶୋ’ର ସେଟ୍ ମଧ୍ୟକୁ ପ୍ରବେଶ କରୁଥିବା ନଜର ଆସୁଛନ୍ତି। ୩୦ ବର୍ଷ ତଳର ‘ନିଶା’ ଚରିତ୍ର ପରି ଆଜି ମଧ୍ୟ ମାଧୁରୀ ଏହି ଲୁକ୍ରେ ସମାନ ପରିମାଣରେ ସୁନ୍ଦର ଦେଖାଯାଉଥିବା କହି ଅନେକ ପ୍ରଶଂସକ ଏହି ଭିଡିଓରେ କମେଣ୍ଟ କରିଛନ୍ତି। ମାଧୁରୀଙ୍କ ଏହି ଭିଡିଓ ଏବେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ବେଶ୍ ଭାଇରାଲ ହେବାରେ ଲାଗିଛି।
The post ପୁରୁଣା ଲୁକ୍କୁ ‘ରି-କ୍ରିଏଟ୍’ କଲେ ମାଧୁରୀ appeared first on Dharitri Odia News.