ପୁରୁଷୋତ୍ତମପୁର ଏସ୍‌ଡିପିଓଙ୍କ ନିଆରା ପଦକ୍ଷେପ, ସାଧାରଣରେ ପ୍ରଶଂସା

ପୁରୁଷୋତ୍ତମପୁର,୧।୫(ସିମାଞ୍ଚଳ ମିଶ୍ର):  ସମାଜରେ ଘଟି ଚାଲିଥିବା ଅପରାଧିକ କାର୍ଯ୍ୟକଳାପକୁ କିଭଳି ରୋକାଯାଇ ପାରିବ ଏବଂ ପୋଲିସ-ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ଯୋଗୁ ଲୋକେ ପୋଲିସକୁ ବନ୍ଧୁ ଭାବରେ ଗ୍ରହଣ କରିବେ। ଏହାଦ୍ବାରା  ଅପରାଧିଙ୍କ ଗତିବିଧିର ସୁରାକ ପୋଲିସକୁ ସହଜରେ ମିଳିପାରିବା ସହ ସମାଜରେ ଘଟୁଥିବା ଅପରାଧିକ କାର୍ଯ୍ୟକଳାପକୁ ଦମନ କରାଯାଇପାରିବ। ଏଭଳି ଚିନ୍ତାଧାରା ନେଇ ଏକପ୍ରକାରର ନିଆରା ପଦକ୍ଷେପ ନେଇଛନ୍ତି ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏସ୍‌ଡିପିଓ ଡ.ଦୀପକ କୁମାର ମିଶ୍ର। ସକାଳ ହେଲେ ସେ ସାଧା ପୋଷାକରେ ଜଣେ […] The post ପୁରୁଷୋତ୍ତମପୁର ଏସ୍‌ଡିପିଓଙ୍କ ନିଆରା ପଦକ୍ଷେପ, ସାଧାରଣରେ ପ୍ରଶଂସା appeared first on Dharitri Odia News.

ପୁରୁଷୋତ୍ତମପୁର ଏସ୍‌ଡିପିଓଙ୍କ ନିଆରା ପଦକ୍ଷେପ, ସାଧାରଣରେ ପ୍ରଶଂସା
ପୁରୁଷୋତ୍ତମପୁର,୧।୫(ସିମାଞ୍ଚଳ ମିଶ୍ର):  ସମାଜରେ ଘଟି ଚାଲିଥିବା ଅପରାଧିକ କାର୍ଯ୍ୟକଳାପକୁ କିଭଳି ରୋକାଯାଇ ପାରିବ ଏବଂ ପୋଲିସ-ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ଯୋଗୁ ଲୋକେ ପୋଲିସକୁ ବନ୍ଧୁ ଭାବରେ ଗ୍ରହଣ କରିବେ। ଏହାଦ୍ବାରା  ଅପରାଧିଙ୍କ ଗତିବିଧିର ସୁରାକ ପୋଲିସକୁ ସହଜରେ ମିଳିପାରିବା ସହ ସମାଜରେ ଘଟୁଥିବା ଅପରାଧିକ କାର୍ଯ୍ୟକଳାପକୁ ଦମନ କରାଯାଇପାରିବ। ଏଭଳି ଚିନ୍ତାଧାରା ନେଇ ଏକପ୍ରକାରର ନିଆରା ପଦକ୍ଷେପ ନେଇଛନ୍ତି ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏସ୍‌ଡିପିଓ ଡ.ଦୀପକ କୁମାର ମିଶ୍ର।
ସକାଳ ହେଲେ ସେ ସାଧା ପୋଷାକରେ ଜଣେ ସାଧାରଣ ଲୋକ ଭଳି ଏକାକି କେତେବେଳେ ସାଇକେଲରେ ତ ଆଉ କେତେବେଳେ ଚାଲିଚାଲି ପୁରୁଷୋତ୍ତମପୁର ଓ ଆଖପାଖ ଅଞ୍ଚଳର ବିଭିନ୍ନ ସ୍ଥାନକୁ ଯାଇ ଲୋକଙ୍କସହ ମିଶୁଛନ୍ତି। ବନ୍ଧୁ ଭଳି ବ୍ୟବହାରକରି ଲୋକଙ୍କ ମଧ୍ୟରେ ରହିଥିବା  ଆଇନଗତ ଶୃଙ୍ଖଳାର ସମସ୍ୟାମାନକୁ ପରଖିବା ସହ ଲୋକଙ୍କ ଅଭିଯୋଗ ଶୁଣୁଛନ୍ତି। ଏପରିକି କଥାହେବା ଛଳରେ ଟ୍ରାଫିକ ଓ ସାମାଜିକ କାର୍ଯ୍ୟ ଓ ଅନ୍ୟାନ୍ୟ ଅପରାଧିକ ଆଇନ ସମ୍ପର୍କରେ ଲୋକଙ୍କୁ ସଚେତନ କରି  କିପରି ସମସ୍ତଙ୍କ ମଧ୍ୟରେ ଭାଇଚାରା ଗଢି ଉଠିବ ସେଥିନେଇ ପରାମର୍ଶ ଦେଉଛନ୍ତି। ଏସ୍‌ଡିପିଓଙ୍କ ଏଭଳି କାର୍ଯ୍ୟ ଯୋଗୁ ସେ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ଲୋକେ ଏଭଳି କାର୍ଯ୍ୟକୁ ପ୍ରଶଂସା କରିବା ସହ ଏସ୍‌ଡିପିଓଙ୍କ ପରାମର୍ଶକୁ ନେଇ ସଚେତନ ହେଉଛନ୍ତି। ଅପରପକ୍ଷେ ଏହାକୁନେଇ ଅପରାଧୀ ଓ ଚୋରା ବେପାରୀ, ମାଫିଆଙ୍କ ମଧ୍ୟରେ ଛନକା ପଶିଯାଇଛି।

The post ପୁରୁଷୋତ୍ତମପୁର ଏସ୍‌ଡିପିଓଙ୍କ ନିଆରା ପଦକ୍ଷେପ, ସାଧାରଣରେ ପ୍ରଶଂସା appeared first on Dharitri Odia News.