ଦମଦାର ଓପନିଂ କରିବ ‘ଦେବରା’, ଆଡଭାନ୍ସ ବୁକିଂରେ କରିଥିଲା ଏତିକି କୋଟିର କଲେକସନ୍

ମୁମ୍ଵାଇ ୨୭।୦୯: ଜୁନିଅର NTRରଙ୍କ ଅପକମିଂ ଚଳଚ୍ଚିତ୍ର 'ଦେବରା – ପାର୍ଟ ୧ । ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ । ଦୀର୍ଘ ସମୟ ଅପେକ୍ଷା ପରେ, ଫିଲ୍ମ ୨୭ ସେପ୍ଟେମ୍ବର ୨୦୨୪ରେ ପ୍ରେକ୍ଷାଳୟକୁ ଆସିବାକୁ ପ୍ରସ୍ତୁତ । କୁହାଯାଉଛି ଯେ NTRର ଏହି ଚଳଚ୍ଚିତ୍ର ବକ୍ସ ଅଫିସରେ ବିପୁଳ କଲେକସନ୍‌ ସହ ରେକର୍ଡ ସୃଷ୍ଟି କରିବ। 'ଦେବରା-୧'ର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଛି ଏବଂ ଫିଲ୍ମଟି ଭଲ ରୋଜଗାର କରୁଛି ।ରିପୋର୍ଟକୁ ଅନୁଯାୟୀ, 'ଦେବରା-୧' ରିଲିଜ୍ ହେବାର ପ୍ରଥମ ଦିନରେ ସାରା ବିଶ୍ୱରେ ୧୦୦ କୋଟି ଟଙ୍କା ଅତିକ୍ରମ କରିବ । ଏହି ଚଳଚ୍ଚିତ୍ରଟି କେବଳ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରୁ ୬୫-୭୦ କୋଟି ଟଙ୍କା ସଂଗ୍ରହ କରୁଥିବାବେଳେ କର୍ଣ୍ଣାଟକରୁ ୧୦ କୋଟି ଟଙ୍କା ସଂଗ୍ରହ କରିବ। ଏହି ଚଳଚ୍ଚିତ୍ର ତାମିଲନାଡୁ, କେରଳ ଏବଂ ଉତ୍ତର ଭାରତରୁ ପ୍ରାୟ ୧୧-୧୨ କୋଟି ଟଙ୍କା ରୋଜଗାର କରିପାରିବ।View this post on InstagramA post shared by Janhvi Kapoor (@janhvikapoor)ରିପୋର୍ଟ ଅନୁଯାୟୀ, 'ଦେବରା-୧' କେବଳ ଭାରତରେ ୯୦-୯୫ କୋଟି ଟଙ୍କା ରୋଜଗାର କରିବ। ବିଦେଶୀ ବକ୍ସ ଅଫିସରେ NTR ର ଫିଲ୍ମ ପ୍ରାୟ ୪୫ କୋଟି ଟଙ୍କା ସଂଗ୍ରହ କରିପାରିବ ।ୱାର୍ଲଡ୍‌ ୱାଇଡ ବକ୍ସ ଅଫିସରେ ଫିଲ୍ମର ୧୩୧-୧୩୭ କୋଟି ଟଙ୍କା ଓପନିଂ କରିବା ନେଇ ଦାବି କରାଯାଇଛି। ଏହି ଜବରଦସ୍ତ କଲେକସନ ସହିତ 'ଦେବରା ପାର୍ଟ-୧ ବିଜୟ ଥାଲାପା

ଦମଦାର ଓପନିଂ କରିବ ‘ଦେବରା’, ଆଡଭାନ୍ସ ବୁକିଂରେ କରିଥିଲା ଏତିକି କୋଟିର କଲେକସନ୍

ମୁମ୍ଵାଇ ୨୭।୦୯: ଜୁନିଅର NTRରଙ୍କ ଅପକମିଂ ଚଳଚ୍ଚିତ୍ର 'ଦେବରା – ପାର୍ଟ ୧ । ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ । ଦୀର୍ଘ ସମୟ ଅପେକ୍ଷା ପରେ, ଫିଲ୍ମ ୨୭ ସେପ୍ଟେମ୍ବର ୨୦୨୪ରେ ପ୍ରେକ୍ଷାଳୟକୁ ଆସିବାକୁ ପ୍ରସ୍ତୁତ । କୁହାଯାଉଛି ଯେ NTRର ଏହି ଚଳଚ୍ଚିତ୍ର ବକ୍ସ ଅଫିସରେ ବିପୁଳ କଲେକସନ୍‌ ସହ ରେକର୍ଡ ସୃଷ୍ଟି କରିବ। 'ଦେବରା-୧'ର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଛି ଏବଂ ଫିଲ୍ମଟି ଭଲ ରୋଜଗାର କରୁଛି ।

ରିପୋର୍ଟକୁ ଅନୁଯାୟୀ, 'ଦେବରା-୧' ରିଲିଜ୍ ହେବାର ପ୍ରଥମ ଦିନରେ ସାରା ବିଶ୍ୱରେ ୧୦୦ କୋଟି ଟଙ୍କା ଅତିକ୍ରମ କରିବ । ଏହି ଚଳଚ୍ଚିତ୍ରଟି କେବଳ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରୁ ୬୫-୭୦ କୋଟି ଟଙ୍କା ସଂଗ୍ରହ କରୁଥିବାବେଳେ କର୍ଣ୍ଣାଟକରୁ ୧୦ କୋଟି ଟଙ୍କା ସଂଗ୍ରହ କରିବ। ଏହି ଚଳଚ୍ଚିତ୍ର ତାମିଲନାଡୁ, କେରଳ ଏବଂ ଉତ୍ତର ଭାରତରୁ ପ୍ରାୟ ୧୧-୧୨ କୋଟି ଟଙ୍କା ରୋଜଗାର କରିପାରିବ।


ରିପୋର୍ଟ ଅନୁଯାୟୀ, 'ଦେବରା-୧' କେବଳ ଭାରତରେ ୯୦-୯୫ କୋଟି ଟଙ୍କା ରୋଜଗାର କରିବ। ବିଦେଶୀ ବକ୍ସ ଅଫିସରେ NTR ର ଫିଲ୍ମ ପ୍ରାୟ ୪୫ କୋଟି ଟଙ୍କା ସଂଗ୍ରହ କରିପାରିବ ।ୱାର୍ଲଡ୍‌ ୱାଇଡ ବକ୍ସ ଅଫିସରେ ଫିଲ୍ମର ୧୩୧-୧୩୭ କୋଟି ଟଙ୍କା ଓପନିଂ କରିବା ନେଇ ଦାବି କରାଯାଇଛି। ଏହି ଜବରଦସ୍ତ କଲେକସନ ସହିତ 'ଦେବରା ପାର୍ଟ-୧ ବିଜୟ ଥାଲାପାଥିଙ୍କ ଚଳଚ୍ଚିତ୍ର 'ଗଟ୍' (୧୦୧-୭୮ କୋଟି) ଏବଂ ଶ୍ରଦ୍ଧା କପୁରଙ୍କ ବ୍ଲକବଷ୍ଟର ଚଳଚ୍ଚିତ୍ର 'ସ୍ତ୍ରୀ-୨' (୮୬-୫୦ କୋଟି) ର ସର୍ବଭାରତୀୟ ଉଦଘାଟନୀ କଲେକସନ୍କୁ ପଛରେ ପକାଇଛି। 

'ଦେବରା -୧' ର ଷ୍ଟାର୍ କାଷ୍ଟ୍ 

ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ଏଗି ପିଲ୍ମରେ ତାଙ୍କର ସାଉଥ ଡେବ୍ୟୁ କରୁଛନ୍ତି। ଏହି ଚଳଚ୍ଚିତ୍ରରେ ଜୁନିଅର ଏନଟିଆର ମୁଖ୍ୟ ଭୂମିକାରେ ଅଛନ୍ତି। ଭିଲେନ୍ ଅବତାରରେ ସୈଫ ଅଲି ଖାନଙ୍କୁ ଦେଖିବାକୁ ମିଳିବ।