ରାମ ମନ୍ଦିରରେ ଅମ୍ବାନୀ ପରିବାର, ଜାଣନ୍ତୁ କେତେ କଲେ ଦାନ ?
ନୂଆଦିଲ୍ଲୀ: ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ଉତ୍ସବରେ ପହଞ୍ଚିଥିଲେ ଅନେକ ପ୍ରସିଦ୍ଧ ହସ୍ତୀ। ଯେଉଁଥିରେ ରହିଥିଲେ ଅମ୍ବାନୀ ପରିବାର। ଆଉ ଏବେ ଅମ୍ବାନୀ ପରିବାର ତରଫରୁ ରାମ ମନ୍ଦିର ଟ୍ରଷ୍ଟକୁ ଦେଇଥିବା ଦାନକୁ ନେଇ ଚର୍ଚ୍ଚା ହେଉଛି। ସୂଚନା ଅନୁଯାୟୀ, ଅମ୍ବାନୀ ପରିବାର ୨.୫୧ କୋଟି ଟଙ୍କାର ଦାନ ଦେଇଛନ୍ତି । ପ୍ରାଣ ପ୍ରତିଷ୍ଠା ଉତ୍ସବରେ ମୁକେଶ ଅମ୍ବାନୀ, ପତ୍ନୀ ନୀତା, ଝିଅ ଇଶା ଏବଂ ଜ୍ବାଇଁ ଆନନ୍ଦ ପୀରାମଲ, ପୁଅ ଆକାଶ ଏବଂ ଅନନ୍ତଙ୍କ ସହ ବୋହୂ ଶ୍ଲୋକା ମେହତା ଏବଂ ହେବାକୁ ଥିବା ବୋହୂ ରାଧିକା ମର୍ଚ୍ଚାଣ୍ଟ ମଧ୍ୟ ଉପସ୍ଥିତ ରହିଥିଲେ। ଆହୁରି ପଢ଼ନ୍ତୁ: ଭକ୍ତି ଭାବରେ ବିଭୋର ପିଏମ୍ ମୋଦୀ… ‘ରାମକାର୍ଯ୍ୟ’ରେ ଲିପ୍ତ ଶ୍ରମବୀରଙ୍କ ଉପରେ କଲେ ପୁଷ୍ପ ବର୍ଷା ସୂଚନାଥାଉକି, ଏହି ଭବ୍ୟ ଆୟୋଜନ ପୂର୍ବରୁ ଅମ୍ବାନୀ ପରିବାର ନିଜ ଘର ଆଣ୍ଟିଲିଆକୁ ଭଗବାନ ରାମଙ୍କ ଥିମ୍ରେ ସଜାଇଛନ୍ତି। ଆଣ୍ଟିଲିଆକୁ ଜୟ ଶ୍ରୀ ରାମ ଲେଖା ଏବଂ ଦୀପ ଚିତ୍ରିତ କରିବା ସହ ହେଲୋଗ୍ରାମରେ ସଜା ଜାଇଛି। ଏହା ସହ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲକ୍ଷ ଲକ୍ଷ ରିଲାଏନ୍ସ ପରିବାରକୁ ଉତ୍ସବ ପାଳନ ଏବଂ ପ୍ରାଣ ପ୍ରତିଷ୍ଠା ସମାରୋହରେ ସାମିଲ ହେବା ପାଇଁ ଛୁଟି ଘୋଷଣା କରିଥିଲେ। The post ରାମ ମନ୍ଦିରରେ ଅମ୍ବାନୀ ପରିବାର, ଜାଣନ୍ତୁ କେତେ କଲେ ଦାନ ? appeared first on Prameya News7.
ନୂଆଦିଲ୍ଲୀ: ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ଉତ୍ସବରେ ପହଞ୍ଚିଥିଲେ ଅନେକ ପ୍ରସିଦ୍ଧ ହସ୍ତୀ। ଯେଉଁଥିରେ ରହିଥିଲେ ଅମ୍ବାନୀ ପରିବାର। ଆଉ ଏବେ ଅମ୍ବାନୀ ପରିବାର ତରଫରୁ ରାମ ମନ୍ଦିର ଟ୍ରଷ୍ଟକୁ ଦେଇଥିବା ଦାନକୁ ନେଇ ଚର୍ଚ୍ଚା ହେଉଛି। ସୂଚନା ଅନୁଯାୟୀ, ଅମ୍ବାନୀ ପରିବାର ୨.୫୧ କୋଟି ଟଙ୍କାର ଦାନ ଦେଇଛନ୍ତି ।
ପ୍ରାଣ ପ୍ରତିଷ୍ଠା ଉତ୍ସବରେ ମୁକେଶ ଅମ୍ବାନୀ, ପତ୍ନୀ ନୀତା, ଝିଅ ଇଶା ଏବଂ ଜ୍ବାଇଁ ଆନନ୍ଦ ପୀରାମଲ, ପୁଅ ଆକାଶ ଏବଂ ଅନନ୍ତଙ୍କ ସହ ବୋହୂ ଶ୍ଲୋକା ମେହତା ଏବଂ ହେବାକୁ ଥିବା ବୋହୂ ରାଧିକା ମର୍ଚ୍ଚାଣ୍ଟ ମଧ୍ୟ ଉପସ୍ଥିତ ରହିଥିଲେ।
ଆହୁରି ପଢ଼ନ୍ତୁ: ଭକ୍ତି ଭାବରେ ବିଭୋର ପିଏମ୍ ମୋଦୀ… ‘ରାମକାର୍ଯ୍ୟ’ରେ ଲିପ୍ତ ଶ୍ରମବୀରଙ୍କ ଉପରେ କଲେ ପୁଷ୍ପ ବର୍ଷା
ସୂଚନାଥାଉକି, ଏହି ଭବ୍ୟ ଆୟୋଜନ ପୂର୍ବରୁ ଅମ୍ବାନୀ ପରିବାର ନିଜ ଘର ଆଣ୍ଟିଲିଆକୁ ଭଗବାନ ରାମଙ୍କ ଥିମ୍ରେ ସଜାଇଛନ୍ତି। ଆଣ୍ଟିଲିଆକୁ ଜୟ ଶ୍ରୀ ରାମ ଲେଖା ଏବଂ ଦୀପ ଚିତ୍ରିତ କରିବା ସହ ହେଲୋଗ୍ରାମରେ ସଜା ଜାଇଛି। ଏହା ସହ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲକ୍ଷ ଲକ୍ଷ ରିଲାଏନ୍ସ ପରିବାରକୁ ଉତ୍ସବ ପାଳନ ଏବଂ ପ୍ରାଣ ପ୍ରତିଷ୍ଠା ସମାରୋହରେ ସାମିଲ ହେବା ପାଇଁ ଛୁଟି ଘୋଷଣା କରିଥିଲେ।
The post ରାମ ମନ୍ଦିରରେ ଅମ୍ବାନୀ ପରିବାର, ଜାଣନ୍ତୁ କେତେ କଲେ ଦାନ ? appeared first on Prameya News7.