ହୀରାକୁଦରେ ବ୍ୟାପୁଛି ଝାଡ଼ାବାନ୍ତି, ସ୍ଥିତି ସମୀକ୍ଷା କଲେ ୨ ଜଣିଆ ବିଶେଷଜ୍ଞ ଟିମ୍

ସମ୍ବଲପୁର: ହୀରାକୁଦରେ ଝାଡାବାନ୍ତି ବ୍ୟାପବା ପରେ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶ କ୍ରମେ ୨ଜଣିଆ ବିଶେଷଜ୍ଞ ଦଳ ହୀରାକୁଦ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି | ଏହି ୨ଜଣିଆ ଟିମ୍ ପ୍ରଥମେ ହୀରାକୁଦ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଡାକ୍ତରଙ୍କ ସହ ଆଲୋଚନା କରିବା ପରେ ଓ୍ଵାର୍ଡ ଯାଇ ଭର୍ତ୍ତି ଥିବା ଆକ୍ରାନ୍ତଙ୍କ ସହ ଆଲୋଚନା କରିଛନ୍ତି | Also read: ସହିଦନଗର ଥାନା SI ପ୍ରିୟବ୍ରତ ପ୍ରଧାନ ନିଲମ୍ବିତ, ଲାଞ୍ଚ ନେବା ବେଳେ ଧରିଥିଲା ଭିଜିଲାନ୍ସଖବର ଲେଖାଯିବା ପର୍ଯ୍ୟନ୍ତ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦ ଟପିଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି | ଏହି ଦୁଇଜଣିଆ ବିଶେଷଜ୍ଞ ଦଳରେ ରାଜ୍ୟ RRT cellର ସଦସ୍ୟୂ ଡାକ୍ତର ସୁରଜିତ ଓ   IDSP (Integrated Disease Surveillance Programme)ର ଏପିଡେମିଲୋଜିଷ୍ଟ ଡାକ୍ତର ସୁନିତା ଜେନା ରହିଛନ୍ତି | ସମସ୍ତ ଦିଗକୁ ଅନୁଧ୍ୟାନ କରି ଏହି ଟିମ୍ ସ୍ଵାସ୍ଥ୍ୟ ବିଭାଗକୁ ରିପୋର୍ଟ ପ୍ରଦାନ କରିବେ |ହୀରାକୁଦରେ ଧିରେ ଧିରେ ଡ଼ାଇରିଆ ରୋଗୀଙ୍କ ସଂଖ୍ୟା କିନ୍ତୁ ବଢିଛି l ସ୍ୱାସ୍ଥ୍ୟ ବିଭାଗ ଓ ଜନସ୍ୱାସ୍ଥ୍ୟ ବିଭାଗ ଘର ଘର ବୁଲି ସଚେତନ କରିବା ସହ, ଔଷଧ ବାଣ୍ଟୁଛନ୍ତି, ସେପଟେ ହୀରାକୁଦ ର ବିଭିନ୍ନ ସ୍ଥାନର ପାଣି ର ସାମ୍ପଲ ମଧ୍ୟ ଟେଷ୍ଟ କରାଯାଉଛି l ସ୍ୱାସ୍ଥ୍ୟ ବିଭାଗର ଦୁଇ ଜଣିଆ ଟିମ ହୀରାକୁଦ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି l ଗତକାଲି ରାତି ଠାରୁ ସକାଳ ପର୍ଯ୍

ହୀରାକୁଦରେ ବ୍ୟାପୁଛି ଝାଡ଼ାବାନ୍ତି, ସ୍ଥିତି ସମୀକ୍ଷା କଲେ ୨ ଜଣିଆ ବିଶେଷଜ୍ଞ ଟିମ୍

ସମ୍ବଲପୁର: ହୀରାକୁଦରେ ଝାଡାବାନ୍ତି ବ୍ୟାପବା ପରେ ରାଜ୍ୟ ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶ କ୍ରମେ ୨ଜଣିଆ ବିଶେଷଜ୍ଞ ଦଳ ହୀରାକୁଦ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି | ଏହି ୨ଜଣିଆ ଟିମ୍ ପ୍ରଥମେ ହୀରାକୁଦ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଡାକ୍ତରଙ୍କ ସହ ଆଲୋଚନା କରିବା ପରେ ଓ୍ଵାର୍ଡ ଯାଇ ଭର୍ତ୍ତି ଥିବା ଆକ୍ରାନ୍ତଙ୍କ ସହ ଆଲୋଚନା କରିଛନ୍ତି | 

Also read: ସହିଦନଗର ଥାନା SI ପ୍ରିୟବ୍ରତ ପ୍ରଧାନ ନିଲମ୍ବିତ, ଲାଞ୍ଚ ନେବା ବେଳେ ଧରିଥିଲା ଭିଜିଲାନ୍ସ

ଖବର ଲେଖାଯିବା ପର୍ଯ୍ୟନ୍ତ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦ ଟପିଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି | ଏହି ଦୁଇଜଣିଆ ବିଶେଷଜ୍ଞ ଦଳରେ ରାଜ୍ୟ RRT cellର ସଦସ୍ୟୂ ଡାକ୍ତର ସୁରଜିତ ଓ   IDSP (Integrated Disease Surveillance Programme)ର ଏପିଡେମିଲୋଜିଷ୍ଟ ଡାକ୍ତର ସୁନିତା ଜେନା ରହିଛନ୍ତି | ସମସ୍ତ ଦିଗକୁ ଅନୁଧ୍ୟାନ କରି ଏହି ଟିମ୍ ସ୍ଵାସ୍ଥ୍ୟ ବିଭାଗକୁ ରିପୋର୍ଟ ପ୍ରଦାନ କରିବେ |

ହୀରାକୁଦରେ ଧିରେ ଧିରେ ଡ଼ାଇରିଆ ରୋଗୀଙ୍କ ସଂଖ୍ୟା କିନ୍ତୁ ବଢିଛି l ସ୍ୱାସ୍ଥ୍ୟ ବିଭାଗ ଓ ଜନସ୍ୱାସ୍ଥ୍ୟ ବିଭାଗ ଘର ଘର ବୁଲି ସଚେତନ କରିବା ସହ, ଔଷଧ ବାଣ୍ଟୁଛନ୍ତି, ସେପଟେ ହୀରାକୁଦ ର ବିଭିନ୍ନ ସ୍ଥାନର ପାଣି ର ସାମ୍ପଲ ମଧ୍ୟ ଟେଷ୍ଟ କରାଯାଉଛି l ସ୍ୱାସ୍ଥ୍ୟ ବିଭାଗର ଦୁଇ ଜଣିଆ ଟିମ ହୀରାକୁଦ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି l 

ଗତକାଲି ରାତି ଠାରୁ ସକାଳ ପର୍ଯ୍ୟନ୍ତ ୩୦ ଜଣ ରୋଗୀଙ୍କ ବୃଦ୍ଧି ଘଟିଥିଲା l କିଛି ରୋଗୀଙ୍କୁ ବୁର୍ଲା ମଧ୍ୟ ସ୍ଥାନାନ୍ତର କରାଯାଇଛିl ସ୍ଥିତିରେ ଏପର୍ଯ୍ୟନ୍ତ ସେତେଟା ସୁଧାର ଆସିନାହିଁ l ଆଜି ମଧ୍ୟ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଛି l ତେବେ ଆଗକୁ ସ୍ଥିତି ନାସୁଧୁରିଲେ ମୃତ୍ୟୁ ସଂଖ୍ୟା ବଢ଼ିପାରେ l