ମେଲୋନିଙ୍କ ଠାରୁ ମୁଇଜୁଙ୍କ ଯାଏଁ....ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କ୍ରମାଗତ ତୃତୀୟ ବିଜୟ ନେଇ ଜଣାଇଲେ ଅଭିନନ୍ଦନ

ନୂଆଦିଲ୍ଲୀ ୦୫/୦୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏନଡିଏ କ୍ରମାଗତ ତୃତୀୟ ଥର ପାଇଁ କେନ୍ଦ୍ରରେ ସରକାର ଗଠନ କରିବାକୁ ଯାଉଛି । ତେବେ ଗତ ଦୁଇଟି ନିର୍ବାଚନ ପରି ଏଥର ମଧ୍ୟ ବିଜେପି ନିଜେ ସଂଖ୍ୟା ଗରିଷ୍ଠତା ହାସଲ କରିପାରି ନାହିଁ। କିନ୍ତୁ ଏନଡିଏ ୨୯୦ ରୁ ଅଧିକ ସିଟ୍ ଜିତିଛି। ଏହା ସହ କ୍ରମାଗତ ତୃତୀୟ ଥର ପାଇଁ କେନ୍ଦ୍ରରେ ଏନଡିଏ ସରକାର ଗଠନ ହେବାକୁ ଯାଉଛି । ଏହା ସହ ମୋଦୀ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ରେକର୍ଡକୁ ମଧ୍ୟ ସମାନ କରିଛନ୍ତି । ଅଦ୍ୟାବଧି ଜବାହରଲାଲ ନେହେରୁ ଏକମାତ୍ର ପ୍ରଧାନମନ୍ତ୍ରୀ ଯିଏ ଲଗାତାର ତିନି ଥର କ୍ଷମତାକୁ ଆସିଥିଲେ । ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିବାରୁ ସାରା ବିଶ୍ୱରୁ ରାଜ୍ୟ ମୁଖ୍ୟମାନେ ମୋଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । Congratulations to Prime Minister @narendramodi, and the BJP and BJP-led NDA, on the success in the 2024 Indian General Election, for the third consecutive term.I look forward to working together to advance our shared interests in pursuit of shared prosperity and stability for…— Dr Mohamed Muizzu (@MMuizzu) June 4, 2024ମାଲଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଜୁ X ରେ ଲେଖିଛନ୍ତି, ୨୦୨୪ ନିର୍ବାଚନରେ କ୍ରମାଗତ ତୃତୀୟ ଥର ପାଇଁ ସଫଳ ହୋଇଥ

ମେଲୋନିଙ୍କ ଠାରୁ ମୁଇଜୁଙ୍କ ଯାଏଁ....ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କ୍ରମାଗତ ତୃତୀୟ ବିଜୟ ନେଇ ଜଣାଇଲେ ଅଭିନନ୍ଦନ

ନୂଆଦିଲ୍ଲୀ ୦୫/୦୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏନଡିଏ କ୍ରମାଗତ ତୃତୀୟ ଥର ପାଇଁ କେନ୍ଦ୍ରରେ ସରକାର ଗଠନ କରିବାକୁ ଯାଉଛି । ତେବେ ଗତ ଦୁଇଟି ନିର୍ବାଚନ ପରି ଏଥର ମଧ୍ୟ ବିଜେପି ନିଜେ ସଂଖ୍ୟା ଗରିଷ୍ଠତା ହାସଲ କରିପାରି ନାହିଁ। କିନ୍ତୁ ଏନଡିଏ ୨୯୦ ରୁ ଅଧିକ ସିଟ୍ ଜିତିଛି। 

ଏହା ସହ କ୍ରମାଗତ ତୃତୀୟ ଥର ପାଇଁ କେନ୍ଦ୍ରରେ ଏନଡିଏ ସରକାର ଗଠନ ହେବାକୁ ଯାଉଛି । ଏହା ସହ ମୋଦୀ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ରେକର୍ଡକୁ ମଧ୍ୟ ସମାନ କରିଛନ୍ତି । ଅଦ୍ୟାବଧି ଜବାହରଲାଲ ନେହେରୁ ଏକମାତ୍ର ପ୍ରଧାନମନ୍ତ୍ରୀ ଯିଏ ଲଗାତାର ତିନି ଥର କ୍ଷମତାକୁ ଆସିଥିଲେ । ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିବାରୁ ସାରା ବିଶ୍ୱରୁ ରାଜ୍ୟ ମୁଖ୍ୟମାନେ ମୋଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । 

ମାଲଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଜୁ X ରେ ଲେଖିଛନ୍ତି, ୨୦୨୪ ନିର୍ବାଚନରେ କ୍ରମାଗତ ତୃତୀୟ ଥର ପାଇଁ ସଫଳ ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ଏବଂ ଏନଡିଏକୁ ଅଭିନନ୍ଦନ। ସେ କହିଛନ୍ତି ଯେ ଉଭୟ ଦେଶର ସାଧାରଣ ସମୃଦ୍ଧତା ପାଇଁ ମୁଁ ମିଳିତ ଭାବେ କାମ କରିବାକୁ ଆଗ୍ରହୀ । 


ସେହିଭଳି ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ X ରେ ଲେଖିଛନ୍ତି, ନିର୍ବାଚନ ବିଜୟ ଏବଂ ଭଲ କାମ ପାଇଁ ଶୁଭେଚ୍ଛା । ଏହା ନିଶ୍ଚିତ ଯେ ଇଟାଲୀ ଏବଂ ଭାରତକୁ ଏକତ୍ର କରୁଥିବା ବନ୍ଧୁତା ଏବଂ ଆମ ଦେଶ ତଥା ଆମ ଲୋକଙ୍କ କଲ୍ୟାଣ ସହ ଜଡିତ ପ୍ରସଙ୍ଗରେ ଆମେ ମିଳିତ ଭାବରେ କାର୍ଯ୍ୟ ଜାରି ରଖିବୁ । 

ଶ୍ରୀଲଙ୍କା ରାଷ୍ଟ୍ରପତି ରାନିଲ ୱିକ୍ରେମିସିଂହ ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ଲେଖିଛନ୍ତି, ଏନଡିଏର ବିଜୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତୀୟ ଲୋକଙ୍କ ପ୍ରଗତି ଏବଂ ସମୃଦ୍ଧତାକୁ ଦର୍ଶାଇଛି। ଶ୍ରୀଲଙ୍କା ଏହାର ନିକଟତମ ପଡ଼ୋଶୀ ହୋଇ ଭାରତ ସହ ସହଭାଗିତାକୁ ଆହୁରି ମଜବୁତ କରିବାକୁ ଅପେକ୍ଷା କରିଛି ।


ଲୋକସଭା ନିର୍ବାଚନରେ ବିଜେପି ୨୪୦ ଟି ଆସନ ଜିତିଛି। ଯେଉଁଠାରେ ଏନଡିଏ ୨୯୨ ଟି ସିଟ୍ ପାଇଛି । ୨୦୧୯ ତୁଳନାରେ ଏଥର ଏନଡିଏ ବହୁତ କଷ୍ଟ ପାଇଛି । ଗତ ନିର୍ବାଚନରେ ଏନଡିଏ ୩୫୦ ରୁ ଅଧିକ ସିଟ୍ ଜିତିଥିଲା। ତା’ପରେ ବିଜେପି ନିଜେ ୩୦୩ ଟି ଆସନ ଜିତିଥିଲା ।