ପୁରୁଷୋତ୍ତମପୁରରେ ସାଧାରଣତନ୍ତ୍ର ଦିବସ ପାଳିତ

ପୁରୁଷୋତ୍ତମପୁର,୨୬ା୧(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ୭୫ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଚାର ବିଭାଗୀୟ ଅଦାଲତରେ ସିନିୟର ସିଭିଲ ଜଜ୍‌ ଶରତ କୁମାର ସାହୁ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ଜେଏମ୍‌ଏଫ୍‌ସି ପୂଜା ପ୍ରିୟଦର୍ଶନୀ ପତି ଉପସ୍ଥିତ ଥିଲେ। ଓକିଲ ସଂଘ କାର୍ଯ୍ୟାଳୟରେ ସଭାପତି ଉପେନ୍ଦ୍ର ପଣ୍ଡା,ଏସ୍‌ଡିପିଓ ଅଫିସରେ ଏସ୍‌ଡିପିଓ ରଜନୀକାନ୍ତ ସାମଲ, ଥାନାରେ ଆଇଆଇସି ସମୀର କୁମାର ରାଉତ, ହିନ୍ଦୀ ପ୍ରଚାର ସଭାରେ କୁଳ ସଚିବ ପ୍ରଫୁଲ କୁମାର […] The post ପୁରୁଷୋତ୍ତମପୁରରେ ସାଧାରଣତନ୍ତ୍ର ଦିବସ ପାଳିତ appeared first on Dharitri Odia News.

ପୁରୁଷୋତ୍ତମପୁରରେ ସାଧାରଣତନ୍ତ୍ର ଦିବସ ପାଳିତ

ପୁରୁଷୋତ୍ତମପୁର,୨୬ା୧(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ୭୫ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ବିଚାର ବିଭାଗୀୟ ଅଦାଲତରେ ସିନିୟର ସିଭିଲ ଜଜ୍‌ ଶରତ କୁମାର ସାହୁ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ଜେଏମ୍‌ଏଫ୍‌ସି ପୂଜା ପ୍ରିୟଦର୍ଶନୀ ପତି ଉପସ୍ଥିତ ଥିଲେ। ଓକିଲ ସଂଘ କାର୍ଯ୍ୟାଳୟରେ ସଭାପତି ଉପେନ୍ଦ୍ର ପଣ୍ଡା,ଏସ୍‌ଡିପିଓ ଅଫିସରେ ଏସ୍‌ଡିପିଓ ରଜନୀକାନ୍ତ ସାମଲ, ଥାନାରେ ଆଇଆଇସି ସମୀର କୁମାର ରାଉତ, ହିନ୍ଦୀ ପ୍ରଚାର ସଭାରେ କୁଳ ସଚିବ ପ୍ରଫୁଲ କୁମାର ରଥ, ପ୍ରେସ କ୍ଲବରେ ବରିଷ୍ଠ ନାଗରିକ ସଂଘ ସଂପାଦକ ପ୍ରଫୁଲ ରଥ ପତାକା ଉତ୍ତୋଳନ କରିଥିଲେ। ସେହିପରି ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି।

The post ପୁରୁଷୋତ୍ତମପୁରରେ ସାଧାରଣତନ୍ତ୍ର ଦିବସ ପାଳିତ appeared first on Dharitri Odia News.