ପୁଲଓ୍ବାମା ଶହୀଦଙ୍କ ପୁଅଙ୍କ ଜୀବନ ବଦଳାଇଦେଲେ ସେହ୍ବାଗ, ଟିମ୍‌ରେ ହେଲା ଚୟନ

ନୂଆଦିଲ୍ଲୀ,୧୮।୧୨: ୨୦୧୯ ଫେବୃଆରୀ ୧୪ରେ ପୁଲଓ୍ବାମାରେ ଆତଙ୍କବାଦୀମାନେ ସିଆର୍‌ପିଏଫ୍‌ ଯବାନଙ୍କ ବସ୍‌କୁ ଉଡାଇ ଦେଇଥିଲେ। ଏଥିରେ ୪୦ ଯବାନ ଶହୀଦ ହୋଇଥିଲେ। ଉକ୍ତ ଯବାନଙ୍କ ମଧ୍ୟରେ ଜଣେ ବିଜୟ ସୋରେଙ୍ଗ ଥିଲେ।ଏବେ ତାଙ୍କ ପୁଅ ରାହୁଲ ସୋରେଙ୍ଗଙ୍କୁ ବିରେନ୍ଦ୍ର ସେହ୍ବାଗ ପ୍ରତିଭାବାନ କ୍ରିକେଟର ଭାବେ ଗଢ଼ି ତୋଳିଛନ୍ତି। ଏବେ ତାଙ୍କୁ ବିଜୟ ମର୍ଚାଣ୍ଟ ଟ୍ରଫି ଲାଗି ହରିୟାଣା ଟିମ୍‌ରେ ଚୟନ କରାଯାଇଛି। ନିଜେ ସେହ୍ବାଗ ଏନେଇ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ବାପା ଶହୀଦ ହେବା ସମୟରେ […] The post ପୁଲଓ୍ବାମା ଶହୀଦଙ୍କ ପୁଅଙ୍କ ଜୀବନ ବଦଳାଇଦେଲେ ସେହ୍ବାଗ, ଟିମ୍‌ରେ ହେଲା ଚୟନ appeared first on Dharitri Odia News.

ପୁଲଓ୍ବାମା ଶହୀଦଙ୍କ ପୁଅଙ୍କ ଜୀବନ ବଦଳାଇଦେଲେ ସେହ୍ବାଗ, ଟିମ୍‌ରେ ହେଲା ଚୟନ

ନୂଆଦିଲ୍ଲୀ,୧୮।୧୨: ୨୦୧୯ ଫେବୃଆରୀ ୧୪ରେ ପୁଲଓ୍ବାମାରେ ଆତଙ୍କବାଦୀମାନେ ସିଆର୍‌ପିଏଫ୍‌ ଯବାନଙ୍କ ବସ୍‌କୁ ଉଡାଇ ଦେଇଥିଲେ। ଏଥିରେ ୪୦ ଯବାନ ଶହୀଦ ହୋଇଥିଲେ। ଉକ୍ତ ଯବାନଙ୍କ ମଧ୍ୟରେ ଜଣେ ବିଜୟ ସୋରେଙ୍ଗ ଥିଲେ।ଏବେ ତାଙ୍କ ପୁଅ ରାହୁଲ ସୋରେଙ୍ଗଙ୍କୁ ବିରେନ୍ଦ୍ର ସେହ୍ବାଗ ପ୍ରତିଭାବାନ କ୍ରିକେଟର ଭାବେ ଗଢ଼ି ତୋଳିଛନ୍ତି। ଏବେ ତାଙ୍କୁ ବିଜୟ ମର୍ଚାଣ୍ଟ ଟ୍ରଫି ଲାଗି ହରିୟାଣା ଟିମ୍‌ରେ ଚୟନ କରାଯାଇଛି। ନିଜେ ସେହ୍ବାଗ ଏନେଇ ଟୁଇଟ୍‌ କରି ସୂଚନା ଦେଇଛନ୍ତି।

ବାପା ଶହୀଦ ହେବା ସମୟରେ ରାହୁଲ ୧୦ ବର୍ଷର ଥିଲେ। ଏତେ କମ୍‌ ବୟସରେ ବାପାଙ୍କୁ ହରାଇଥିବା ବେଳେ ତାଙ୍କ ଭବିଷ୍ୟତକୁ ନେଇ ଅନିଶ୍ଚିତତା ଦେଖାଦେଇଥିଲା। ସେହ୍ବାଗ କିନ୍ତୁ ତାଙ୍କ ଜୀବନ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଥିଲେ। ସିଆର୍‌ପିଏଫ୍‌ ଆକ୍ରମଣରେ ଶହୀଦ ଯବାନଙ୍କ ପିଲାମାନଙ୍କୁ ମାଗଣା ଶିକ୍ଷା ଦେବେ ବୋଲି ସେ ଘୋଷଣା କରିଥିଲେ। ସେହ୍ବାଗ ନିଜ ପ୍ରତିଶ୍ରୁତି ପୂରଣ କରିଛନ୍ତି। ସେ ରାହୁଲଙ୍କୁ ଝଜ୍ଜରରେ ଥିବା ନିଜ ସ୍କୁଲରେ ଦାଖଲ କରିଥିଲେ। ସେବେଠାରୁ ସେ ପାଠ ପଢ଼ିବା ସହ କ୍ରିକେଟର ଶିକ୍ଷା ଗ୍ରହଣ କରି ଆସୁଛନ୍ତି।

ରାହୁଲ ଏବେ ୧୫ ବର୍ଷର ହେଲେଣି। ତାଙ୍କୁ ବିଜୟ ମର୍ଚାଣ୍ଟ ଟ୍ରଫିରେ ସୁଯୋଗ ମିଳିଛି। ଏହାକୁ ନେଇ ସେହ୍ବାଗ ଏକ ଭାବୁକ ପୋଷ୍ଟ କରିଛନ୍ତି। ରାହୁଲ ଜଣେ ବିସ୍ଫୋରକ ବ୍ୟାଟ୍ସମ୍ୟାନ। ସେହ୍ବାଗ ଭଳି ସେ ଜଣେ ଓପନର। ତାଙ୍କ ଚୟନ ହେବା ଜୀବନର ସବୁଠାରୁ ବଡ଼ ଉପଲବ୍ଧି ବୋଲି ସେହ୍ବାଗ କହିଛନ୍ତି।

The post ପୁଲଓ୍ବାମା ଶହୀଦଙ୍କ ପୁଅଙ୍କ ଜୀବନ ବଦଳାଇଦେଲେ ସେହ୍ବାଗ, ଟିମ୍‌ରେ ହେଲା ଚୟନ appeared first on Dharitri Odia News.