ଆଳିପିଙ୍ଗଳ ନିକଟରେ ୪ ବେଆଇନ ବାଲିଘାଟ

ଜଗତ୍‌ସିଂହପୁର,୧ା୪(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ସହରଠାରୁ ମାତ୍ର ୬/୭ କିଲୋମିଟର ଦୂର ଦେବୀ ନଦୀର ଆଳିପିଙ୍ଗଳ ନିକଟରେ ୪ଟି ବେଆଇନ ବାଲି ଘାଟ ଚାଲିଛି। ଯେଉଁ କାରଣରୁ ପ୍ରତ୍ୟହ ବହୁ ହାଇୱା, ଟ୍ରକ, ଟ୍ରାକ୍ଟର ଓ ୪୦୭ ଆଦିରେ ବାଲି ଚୋରା ଚାଲାଣ ହେଉଛି। ଏଥିଯୋଗୁ ରାତିରେ ମଧ୍ୟ ଏସବୁ ଅଞ୍ଚଳରେ ଦିନର ଭ୍ରମ ସୃଷ୍ଟି ହେଉଛି। ରାତି ତମାମ ଭାରିଯାନ ଚଳାଚଳ ସାଙ୍ଗକୁ ଅପରାଧୀମାନେ ସକ୍ରିୟ ରହୁଛନ୍ତି। ମାରଣାସ୍ତ୍ର ଧରି ନିଶାସକ୍ତ ଅବସ୍ଥାରେ ଘାଟ ନିକଟବର୍ତ୍ତୀ […] The post ଆଳିପିଙ୍ଗଳ ନିକଟରେ ୪ ବେଆଇନ ବାଲିଘାଟ appeared first on Dharitri Odia News.

ଆଳିପିଙ୍ଗଳ ନିକଟରେ ୪ ବେଆଇନ ବାଲିଘାଟ

ଜଗତ୍‌ସିଂହପୁର,୧ା୪(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ସହରଠାରୁ ମାତ୍ର ୬/୭ କିଲୋମିଟର ଦୂର ଦେବୀ ନଦୀର ଆଳିପିଙ୍ଗଳ ନିକଟରେ ୪ଟି ବେଆଇନ ବାଲି ଘାଟ ଚାଲିଛି। ଯେଉଁ କାରଣରୁ ପ୍ରତ୍ୟହ ବହୁ ହାଇୱା, ଟ୍ରକ, ଟ୍ରାକ୍ଟର ଓ ୪୦୭ ଆଦିରେ ବାଲି ଚୋରା ଚାଲାଣ ହେଉଛି। ଏଥିଯୋଗୁ ରାତିରେ ମଧ୍ୟ ଏସବୁ ଅଞ୍ଚଳରେ ଦିନର ଭ୍ରମ ସୃଷ୍ଟି ହେଉଛି। ରାତି ତମାମ ଭାରିଯାନ ଚଳାଚଳ ସାଙ୍ଗକୁ ଅପରାଧୀମାନେ ସକ୍ରିୟ ରହୁଛନ୍ତି। ମାରଣାସ୍ତ୍ର ଧରି ନିଶାସକ୍ତ ଅବସ୍ଥାରେ ଘାଟ ନିକଟବର୍ତ୍ତୀ ଅଞ୍ଚଳରେ ବୁଲିବା ଲୋକଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି କରୁଛନ୍ତି।
ଦେବୀ ନଦୀର ଏକ ପାର୍ଶ୍ୱରେ ଆଳିପିଙ୍ଗଳ ଥିବାବେଳେ ଅପରପାର୍ଶ୍ୱରେ କଟକ ଜିଲା ନିଆଳି ତହସିଲ ଅନ୍ତର୍ଗତ କେତକେଶ୍ୱର ଘାଟ ରହିଛି। ବଡ କଥା ହେଲା ଏହି ଦୁଇ ଘାଟ ସମେତ ଅନ୍ୟ ୨ ସ୍ଥାନରୁ ବେଆଇନ ବାଲି ଚାଲାଣ ହେଉଛି। ବିଶେଷକରି କେତକେଶ୍ୱର ଘାଟ ନିକଟ ନିଆଳି ତହସିଲ ଅନ୍ତର୍ଗତ ଶାସନପଦା ଓ ଜଗତ୍‌ସିଂହପୁର ତହସିଲ ଅନ୍ତର୍ଗତ ପଟସରା ଅଞ୍ଚଳରୁ ରାତିରେ ବହୁ ପରିମାଣର ବାଲି ଚୋରା ଚାଲାଣ ଚାଲିଛି। ପଟସରା ନିକଟ ଦେବୀ ନଦୀରୁ ଏକ ଠିକାସ୍ଥଂସ୍ଥା ପ୍ରତ୍ୟହ ଶତାଧିକ ଟ୍ରିପ ବାଲି ଚୋରାରେ ବୋହି ନେଉଥିବା ଅଭିଯୋଗ ହେଉଛି। ଏ ସମ୍ପର୍କରେ ସ୍ଥାନୀୟ ଅଞ୍ଚଳର କେତେଜଣ ବ୍ୟକ୍ତି ଅଭିଯୋଗରେ କହିଛନ୍ତି, ୫୫ନଂ. ଜାତୀୟ ରାଜପଥର କନ୍ଦରପୁର-ଜଗତ୍‌ସିଂହପୁର ରାସ୍ତା କାମ ଚାଲିଛି। ଏଥିରେ ବହୁ ପରିମାଣର ବାଲି ଆବଶ୍ୟକ ହେଉଛି। ଠିକାଦାର ବିରିଡ଼ିଠାରୁ ଜଗତ୍‌ସିଂହପୁର ମଧ୍ୟରେ ଏକାଧିକ ମାଫିଆଙ୍କ ସହଯୋଗରେ ନଦୀରୁ ବାଲି ନେଉଛି। ଖୁବକମ୍‌ ପରିମାଣର ବାଲି ଉଠାଇବା ପାଇଁ ସରକାରୀ ଅନୁମତି ନେଇ ଏହି କାଗଜ ବଳରେ ସହସ୍ରାଧିକ ଟ୍ରିପ ବାଲି ଚୋରି କରୁଛି। ତେବେ ଏହି ବାଲି ଚୋରା ଚାଲାଣରେ କେବଳ ଠିକାଦାର କି ମାଫିଆ ସମ୍ପୃକ୍ତ ନୁହନ୍ତି ଖଣି ଅଧିକାରୀ, ପ୍ରଶାସନ ଓ ପୋଲିସ କର୍ମଚାରୀ ମଧ୍ୟ ସାମିଲ ଥିବା କୁହାଯାଉଛି। ଶାସନପଦାରେ ବହୁ ପରିମାଣର ବାଲି ଗଚ୍ଛିତ ଥିବାରୁ ସେଠାରୁ ରାତି ପିଛା ୫୦୦ରୁ ଅଧିକ ଟ୍ରିପ ବାଲି ଚୋରା ଚାଲାଣ ହେଉଛି। ଏ ବାବଦରେ ବାଲି ମାଫିଆ ଦୈନିକ ପାଖାପାଖି ୨୦ ଲକ୍ଷରୁ ଅଧିକ ଟଙ୍କା ପାଇବା ସହଜ ହୋଇଯାଉଛି। ସେଥିରୁ ରାଜନେତା, ପୋଲିସ, ପ୍ରଶାସନିକ ଅଧିକାରୀ ଓ ଖଣି ଅଧିକାରୀଙ୍କୁ ଭାଗ ଦେଲା ପରେ ବାଲି ମାଫିଆ ଦୈନିକ ପାଖାପାଖି ୧୦ ଲକ୍ଷ ଟଙ୍କା ପକେଟରେ ପୂରାଉଥିବା କେତେଜଣ ବ୍ୟକ୍ତି ନାମ ଗୋପନରଖି ଅଭିଯୋଗ କରିଛନ୍ତି। ସେମାନଙ୍କ ଅଭିଯୋଗ ହେଲା, ପ୍ରତ୍ୟେକଙ୍କୁ ସନ୍ତୁଷ୍ଟ କରାଯାଉଥିବାରୁ ଚଢାଉ ହେଉନି। ଏପରି କି ଗୋପନ ଭାବେ ଅଭିଯୋଗ ସତ୍ତ୍ବେ କାର୍ଯ୍ୟାନୁଷ୍ଠାନ ଶୂନ। ସିଧାସଳଖ ଅଭିଯୋଗ କଲେ କାଳେ ମାଫିଆ ଜାଣିଯିବେ ଏବଂ ଗୁଣ୍ଡା ପଠାଇ ମୁଣ୍ଡରେ ବନ୍ଧୁକ ଲଗାଇବେ ସେ ଭୟ ଘାରୁଛି। ଏହା ଅର୍ଥ ନୁହେଁ ଲୋକେ ଚୁପ୍‌ ରହିଯିବେ। ଠିକଣା ସମୟରେ ଜବାବ ଦେବେ। ଯେଉଁ ରାଜନେତାମାନେ ବେଆଇନ ବାଲି ଘାଟରୁ ମୋଟା ଅଙ୍କର ଅର୍ଥ ନେଇ ଚୁପ ରହିଛନ୍ତି ସେମାନଙ୍କ ଅସଲି ଚେହେରା ଲୋକେ ଦେଖି ସାରିଲେଣି। ନିର୍ବାଚନ ସମୟରେ ବାଲଟରେ ଜବାବ ଦେବେ ବୋଲି ଏହି ବ୍ୟକ୍ତିମାନେ ପ୍ରତିକ୍ରିୟାରେ କହିଛନ୍ତି। ଏ ସମ୍ପର୍କରେ ଜଗତ୍‌ସିଂହପୁର ଖଣି ଅଧିକାରୀ ଶତିସ୍‌ କୁମାର ତରାଇଙ୍କୁ ପଚାରିବାରୁ ସେ କହିଥିଲେ, ଯେଉଁଠି ଅଭିଯୋଗ ହେଉଛି ସେଠି ପୋଲିସ ସହାୟତାରେ ଚଢାଉ କରାଯାଉଛିି। କିନ୍ତୁ ଶତପ୍ରତିଶତ ବେଆଇନ ବାଲି ଚୋରା ଚାଲାଣ ରୋକାଯିବା ସମ୍ଭବ ହୋଇପାରୁନାହିଁ। ଆଗକୁ ଦେଖିବାର ଅଛି ବାସ୍ତବରେ ପରିସ୍ଥିତିରେ ସୁଧାର ଆସୁଛି କି ଅଧିକ ବିଗିଡ଼ିଯାଉଛି ।

The post ଆଳିପିଙ୍ଗଳ ନିକଟରେ ୪ ବେଆଇନ ବାଲିଘାଟ appeared first on Dharitri Odia News.